Food for liver: ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ; ଫିଟ୍ ରହିବ ଆପଣଙ୍କ ଲିଭର

Food for liver: ଯକୃତ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ପ୍ରୋଟିନ୍ ତିଆରି କରିବାରେ ସାହାଯ୍ୟ କରେ। ଏଥିପାଇଁ ଆଜି ଆସନ୍ତୁ ଜାଣିବା ଲିଭରକୁ କିପରି ସୁସ୍ଥ ରଖିବା...

ଲିଭରକୁ ରଖନ୍ତୁ ଏମିତି ସୁସ୍ଥ

ଲିଭରକୁ ରଖନ୍ତୁ ଏମିତି ସୁସ୍ଥ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Food for liver: ଯକୃତ (Liver) ନଷ୍ଟ ହେଲେ ଜଣେ ବ୍ୟକ୍ତି ନିଜ ଜୀବନ ମଧ୍ୟ ହରାଇପାରେ। ଯକୃତ (Liver) ନଷ୍ଟ ହେବା ପରେ ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ ନାହିଁ। ଯକୃତ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ପ୍ରୋଟିନ୍ ତିଆରି କରିବାରେ ସାହାଯ୍ୟ କରେ।

ତେବେ ଆସନ୍ତୁ ଜାଣିବା ଲିଭର ଜମା ହୋଇଯାଇଥିବା ଆବର୍ଜନାକୁ କିପରି ବାହାର କରିବା ଓ ଲିଭରକୁ ଫିଟ୍ ଓ ସୁସ୍ଥ ରଖିବା। ଆଜି ଆମେ ଆପଣଙ୍କୁ ଡାକ୍ତର ତିନୋଟି ଘରୋଇ ଉପାୟ କହିବୁ ଯାହା ଆମ ଲିଭରରେ ଥିବା ମଇଳାକୁ ବାହାର କରିବାରେ ସାହାଯ୍ୟ କରିବ। ଆମେ ଯେବେ ଖାଦ୍ୟ ଖାଇଥାଉ ସେଥିରେ ଭଲ ନିଏଟ୍ରିସନ୍ ରହିଥାଏ ଓ ଖରାପ ଟକସିନ ମଧ୍ୟ ରହିଥାନ୍ତି।

ଲିଭର ଆମ ଶରୀରରେ ଖରାପ ଜିନିଷକୁ ରଖିବାକୁ ଦେଇନଥାଏ ଏହା ଶରୀରର ଭିତରେ ଫିଲ୍ଟର ପରି କାମ କରିଥାଏ। ଆମେ ଯେଉଁ ସବୁ ତେଲ ଜାତୀୟ , ଅଦରକାରୀ, ଚର୍ବି ଜାତୀୟ ଖାଦ୍ୟ ଖାଇଥାଉ ତାହାକୁ ଶରୀରରୁ ବାହାରକୁ ବାହାର କରିବାର କାର୍ଯ୍ୟ ଲିଭର କରିଥାଏ। ଲିଭର ମଧ୍ୟ ସୀମିତ ସୀମା ରହିଥାଏ ଆବର୍ଜନାକୁ ବାହାରକୁ ବାହାର କରିବାର।

ଯଦି ଆମେ ଏହାର ସୀମା ବାହାରେ ତେଲ ଜାତୀୟ ଖାଦ୍ୟ ଖରାପ ଖାଦ୍ୟର ସେବନ କରୁ ତେବେ ଲିଭର ଏହାକୁ ବାହାର କରିପାରେ ନାହିଁ। ତେଣୁ ଆମ ଏମିତି କିଛି କରିବା ଦରକାର ଯାହା ଦ୍ବାରା କି ଆମ ଲିଭର ଭିତରେ ଥିବା ଆବର୍ଜନା ଆପେ ବାହାରକୁ ଆସିବା ଉଚିତ୍ ଓ ଲିଭର ସୁସ୍ଥ ରହିବା ଦରକାର।

୧. ପ୍ରଥମ ଜିନିଷ ହେଉଛି ହଳଦୀ। ଆପଣଙ୍କୁ ଦୈନନ୍ଦିକ ଜୀବନରେ ହଳଦୀର ସେବନ କରିବା ଉଚିତ୍। ସକାଳୁ ଖାଲି ପଟରେ ଆପଣ ଏକ ଗ୍ଲାସ ପାଣିରେ ଗୋଟିଏ ଚାମଚ ହଳଦୀ ପକାଇ ପିଇପାରିବେ। ଏମିତି ନିୟମିତ କରିବା ଦ୍ବାରା ଆପଣଙ୍କ ଲିଭର ସୁସ୍ଥ ହୋଇଯିବ।

କାରଣ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ହଳଦୀରେ ଆଣ୍ଟିଏକ୍ସିଡେଣ୍ଟ ଗୁଣ ରହିଛି ଯାହା ଲିଭରରେ ଜମା ହେଇଥିବା ଟକସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଆପଣ ଏହାକୁ ଏକ ଗ୍ଳାସ ଗରମ ପାଣିରେ ଏକ ଚାମୁଚ ହଳଦୀ ଓ ଗୋଲ ମରିଚ ମିଶେଇ ଏହି ପାଣିକୁ ପିଇବା ଦ୍ଵାରା ଆପଣଙ୍କ ଲିଭରରେ ରହିଥିବ ଆବର୍ଜନା ବାହାରକୁ ଆସିଥାଏ।

୨. ପ୍ରତିଦିନ ଅଁଳା ଓ କଲରା ଖାଇବା ଉଚିତ୍। ଅଁଳାରେ ଭିଟାମିନ-ସି ରହିଥାଏ। ଭିଟାମିନ-ସି ଲିଭରକୁ ଭଲ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ଓ ଲିଭରରେ ଥିବା ଆବର୍ଜନାକୁ ନିର୍ଗତ କରିଥାଏ। କଲରାକୁ ଖାଇବା ଦ୍ଵାରା ଲିଭର ପାଖରେ ଜମି ଯାଇଥିବା ଚର୍ବିକୁ କମେଇଥାଏ। ଏକ ଗ୍ଳାସ ଗରମ ପାଣିରେ ଏକ ଚାମୁଚ ଅଁଳା ରସ ଓ ଏକ ଚାମୁଚ କଲରା ରସ ମିଶେଇ ଏହି ପାଣିକୁ ପିଇବା ଉଚିତ୍। ଖାଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ପିଇବା ଉଚିତ୍।

ପଢ଼ନ୍ତୁ ଏହି ଖବର:  ଆଜି ସୂର୍ଯ୍ୟ ପରାଗ: ଏହି ରାଶିର ଲୋକଙ୍କ ଉପରେ ରହିବ ଭଲ ପ୍ରଭାବ; ମିଳିବ ସୁଖ ଓ ଶାନ୍ତି

୩. ରସୁଣକୁ ସକାଳେ ଖାଲି ପେଟରେ ଖାଇବା ଉଚିତ୍, ଆପଣ ଦୁଇଟା ରସୁଣକୁ ଖାଇ ପାଣି ପିଇବା ଦ୍ଵାରା ଆପଣଙ୍କ ଲିଭରରେ ଜମି ଥିବା ଆବର୍ଜନା ନିର୍ଗତ ହୋଇଥାଏ।

ପଢ଼ନ୍ତୁ ଏହି ଖବର:  Green Tea: ଏହି ସମୟରେ ଜମା ପିଅନ୍ତୁନି ଗ୍ରୀନ ଟି; ଲଭ ବଦଳରେ ହେବ କ୍ଷତି

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: