News18 Odia Digital
Drinking water after meals: ଖାଦ୍ୟ )After eating Food) ଖାଇବା ପରେ ତୁରନ୍ତ ପାଣି ପିଇବା ଅଭ୍ୟାସ (Drinking Water ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳେ। କିନ୍ତୁ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ଖାଦ୍ୟ ଖାଇର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍। ଆଜି, ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଆପଣଙ୍କୁ କହିବୁ କେଉଁ ରୋଗ ଖାଦ୍ୟ ଖାଇବା ପରେ ତୁରନ୍ତ ପାଇବା ଦ୍ବାରା ହୋଇଥାଏ। ସୁସ୍ଥ ଏବଂ ଫିଟ୍ ରହିବାକୁ, ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ।
୧. ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଅନ୍ତୁ।
୨. ଓଜନ ବୃଦ୍ଧି ଏକ ସମସ୍ୟା ହୋଇପାରେଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଓଜନ ବଢ଼ିପାରେ। ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ, ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ ଓ ଖାଇବାର ଅଧ ଘଣ୍ଟା ପରେ ପିଅନ୍ତୁ ପାଣି।
୩. ଖାଇବା ପରେ ତୁରନ୍ତ ପାଣି ପିଇବା ମଧୁମେହ ରୋଗୀଙ୍କ ପାଇଁ ବିପଦଜନକମଧୁମେହ ରୋଗୀଙ୍କ ପାଇଁ ଖାଇବା ପରେ ତୁରନ୍ତ ପାଣି ପିଇବା ବିପଜ୍ଜନକ ହୋଇପାରେ। ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢ଼ିପାରେ।
୪. ଅଲସର ହୋଇପାରେଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଅଲସର ହେବାର ସମ୍ଭାବନା ଅଛି। ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଗ୍ୟାସ ଏବଂ ଅମ୍ଳ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।
ଅନେକ ଲୋକ ଭାବନ୍ତି ଯେ, ପାଣି ପିଇବା ଦ୍ୱାରା ପେଟ ଏସିଡ୍ ଏବଂ ହଜମକାରୀ ଏନଜାଇମ୍ ମିଶ୍ରିତ ହୁଏ ଏବଂ ପରେ ସଠିକ୍ ଭାବରେ ହଜମ ହୁଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ। କାରଣ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିଥାଏ । ଏହାସହ ଶରୀର ଧୀରେ ଧୀରେ ମୋଟା ହେବା ଆରମ୍ଭ ହୋଇଯାଏ ଓ ଶରୀରର ଆକୃତି ମଧ୍ୟ ଖରାପ ହୋଇଯାଏ ।
ପଢ଼ନ୍ତୁ ଏହି ଖବର: ଏଣିକି ଏହି ରାଜ୍ୟରେ ମିଳିବ ୫୦୦ରେ ଗ୍ୟାସ ସିଲିଣ୍ଡର; ମହିଳା ପାଇବେ ୧୫୦୦ ଲେଖାଏଁ ଟଙ୍କା(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।