Dream Interpretation: ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଏହାର ଲାଭ-କ୍ଷତି ଜାଣନ୍ତୁ

Dream Interpretation: ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ।

ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଜାଣନ୍ତୁ

ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Dream Interpretation: ସ୍ୱପ୍ନ ସମସ୍ତେ ଦେଖନ୍ତୁ। କେହି କେହି ସ୍ୱପ୍ନକୁ ମନେ ରଖିଥାଆନ୍ତି ତ, ଆଉ କେତେକ ନିଦରୁ ଉଠିବା ମାତ୍ରେ ଦେଖିଥିବା ସ୍ୱପ୍ନକୁ ଭୁଲିଯାଆନ୍ତି। ଏକ ଲକ୍ଷ ଥର ଚେଷ୍ଟା କରିବା ପରେ ମଧ୍ୟ ସ୍ୱପ୍ନ ମନେ ପଡ଼େ ନାହିଁ।

ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ।

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେଖାଯାଉଥିବା ଜିନିଷଗୁଡ଼ିକର ନିଶ୍ଚିତ କିଛି ନା କିଛି ଅର୍ଥ ରହିଥାଏ। ସେହିପରି ଅନେକ ଲୋକ ମୃତ୍ୟୁ ସ୍ବପ୍ନ ମଧ୍ୟ ଦେଖନ୍ତି। ତେବେ ଆଜି ମୃତ୍ୟୁ ସହିତ ଜଡିତ ସ୍ୱପ୍ନର ଅର୍ଥ କ’ଣ ଆସନ୍ତୁ ଜାଣିବା?

ସ୍ୱପ୍ନରେ କାହାର ମୃତ୍ୟୁ ଦେଖିବାର ଅର୍ଥ

୧. ସ୍ବପ୍ନରେ ନିଜର କିମ୍ବା ନିଜ ଲୋକଙ୍କର ମୃତ୍ୟୁ ହେଉଥିବା ଦେଖନ୍ତି, ତେବେ ତାହା ଶୁଭ ହୋଇଥାଏ। ବିଶ୍ବାସ ରହିଛି ଯାହାର ମୃତ୍ୟୁ ହେଉଥିବା ଦେଖନ୍ତି ତାହାର ଆୟୁ ବଢ଼ିଥାଏ।

୨. ସ୍ବପ୍ନରେ ଯଦି କାହାର ହତ୍ୟା ହେଉଥିବା ଦେଖନ୍ତି ତେବେ ଆପଣଙ୍କ ସହ ବିଶ୍ବାସଘାତ ହେବାର ଆଶଙ୍କା ରହିଛି।

୩ କୌଣସି ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ବହୁ ଦିନର ଆଶା ଶୀଘ୍ର ପୂରଣ ହେବ ବୋଲି କୁହାଯାଏ।

ପଢ଼ନ୍ତୁ ଏହି ଖବର:  ଯଦି ଫିଟ୍ ରଖିବାକୁ ଚାହୁଁଛନ୍ତି ଆପଣଙ୍କ କିଡନୀ; ଲାଇଫଷ୍ଟାଇଲ୍‌ରେ ସାମିଲ କରନ୍ତୁ ଏହି ୫ଟି ଟିପ୍ସ

୪. ପରିଚିତ ବା ବନ୍ଧୁବାନ୍ଧବଙ୍କ ମୃତ୍ୟୁ ସ୍ବପ୍ନରେ ଦେଖିବା ଅର୍ଥ ତାଙ୍କ ଉପରକୁ ଆସୁଥିବା ସଙ୍କଟ ଟଳିଯାଏ।

୫. ସ୍ବପ୍ନରେ ନିଜ ମୃତ୍ୟୁ ଦେଖିଲେ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି କୁହାଯାଏ।

୬. ସ୍ବପ୍ନରେ କୋକେଇ ଦେଖିବା ବହୁତ ଶୁଭ ହୋଇଥାଏ।
Published by:Lipina Das
First published: