News 18 Odia Digital
Vastu Shastra Tips: ଧାର୍ମିକ ଶାସ୍ତ୍ରଠାରୁ ଆରମ୍ଭ କରି ନିଜେ ରିସର୍ଚ୍ଚ କରିଥିବା ପୁସ୍ତକ ଓ ବାସ୍ତୁ ଶାସ୍ତ୍ର ଇତ୍ୟାଦି ସମସ୍ତଙ୍କୁ ସକାଳ ( Morning ) ସମ୍ବନ୍ଧୀୟ କିଛି କାର୍ଯ୍ୟ ଅନୁସରଣ କରିବାକୁ କୁହାଯାଏ । ଯାହାଦ୍ୱାରା ବ୍ୟକ୍ତିର ପୁରା ଦିନ ଶୁଭ ହେବ ଓ ସେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ( Success ) ପାଇବେ । ଏଥିପାଇଁ ଏହା ଆବଶ୍ୟକ ଯେ ବ୍ୟକ୍ତିର ଦିନର ଶୁଭ ଏବଂ ଭଲ ହେବା ଉଚିତ୍ । ଆଜି ଆମେ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏପରି କିଛି ପଦକ୍ଷେପ ବିଷୟରେ ଜଣାଇବୁ, ଯାହା ଅନୁସରଣ କରି ଆପଣଙ୍କ ପ୍ରତିଦିନ ସୁଫଳ ପାଇପାରିବେ । ଏଥିପାଇଁ ପ୍ରଥମ ନିୟମ ହେଉଛି ଆପଣ ସକାଳେ ଉଠିବା ପରେ କିଛି ଜିନିଷ ଦେଖିବା ଠାରୁ ଦୂରେଇ ରୁହିବାକୁ ପଡିବ ।
ସକାଳୁ ଉଠିବାବେଳେ ଏହି ଅଶୁଭ ଜିନିଷ ଗୁଡିକୁ ଦେଖନ୍ତୁ ନାହିଁହିଂସାତ୍ମକ ଚିତ୍ର: ସକାଳେ ଯେକୌଣସି ସମୟରେ ବଣୁଆ ଜନ୍ତୁ କିମ୍ବା ହିଂସାତ୍ମକ ଚିତ୍ର ଦେଖିବା ଠାରୁ ଦୂରେଇ ରୁହନ୍ତୁ । ସେଥିପାଇଁ ଘରେ ଏପରି ହିଂସାତ୍ମକ ଚିତ୍ର ରଖିବା ପାଇଁ ମଧ୍ୟ କଡା ବାରଣ କରାଯାଇଛି। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସକାଳେ ଏହି ଚିତ୍ର ଦେଖିବା ଅତ୍ୟନ୍ତ ଖରାପ।
ଛାୟା: ସକାଳେ ଉଠିବା ମାତ୍ରେ ଅନ୍ୟର ଛାଇ କିମ୍ବା ଛାୟା ଦେଖିବା ଉଚିତ୍ ନୁହେଁ । ବିଶେଷ କରି ପଶ୍ଚିମ ଦିଗରେ ଛାଈ ଦେଖିବା ବହୁତ ଅଶୁଭ । ଯେତେବେଳେ କେହି ବ୍ୟକ୍ତି ଏହାକୁ ଭୁଲରେ ବି ଦେଖିନିଅନ୍ତି, ସେହି ବ୍ୟକ୍ତି ପୁରା ଦିନ ନକାରାତ୍ମକତାରେ ବିତାଇଥାଏ ।
ଅଇଁଠା ବାସନ: ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ବାସନକୁସନ ସବୁବେଳେ ରାତିରେ ସଫା ରଖିବା ଉଚିତ୍। ସକାଳେ ଉଠିବା ମାତ୍ରେ ଅଇଁଠା ବାସନକୁ କେବେବି ଦେଖିବା ଉଚିତ୍ ନୁହେଁ । ଆହୁରି ମଧ୍ୟ, ରାତିରେ ଅଇଁଠା ବାସନକୁ ନଧୋଇ ଶୋଇଲେ ମାଆ ଲକ୍ଷ୍ମୀ ଓ ମାଆ ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି ଏବଂ ଏହା ଘରେ ଦାରିଦ୍ର୍ୟ ଆଣିଥାଏ ।
ଅଧିକ ଖବର ପଢନ୍ତୁ-
http://ନିଶାଙ୍କୁ ଯେଉଁଠି ଦେଖିବି ଚପଲରେ ପିଟିବି; ମଇନା ଆଚାର୍ଯ୍ୟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।