News18 Odia Digital
Migraine Problem: ମାଇଗ୍ରେନ (Migraine) ଅର୍ଥାତ୍ ଅଧକପାଳି ହେଉଛି ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଯେଉଁଥିରେ ବିଶ୍ବର ପ୍ରାୟ ୭ ଜଣରେ ଜଣେ ପୀଡିତ ଅଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ୩ ଗୁଣା ଅଧିକ ମାଇଗ୍ରେନରେ ପୀଡିତ ହୋଇଥାନ୍ତି।
ମାଇଗ୍ରେନରେ ପୀଡିତ ବ୍ୟକ୍ତିଙ୍କର ମୁଣ୍ଡର ଏକ ଫାଳ ଖୁବ ଜୋରରେ କିମ୍ବା ମଧ୍ୟମ ଧରଣର ବିନ୍ଧା ହୋଇଥାଏ। ଏହି ମୁଣ୍ଡ ବିନ୍ଧା ୭୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଏହି ସମୟରେ ବ୍ୟକ୍ତିଙ୍କୁ ବାନ୍ତି ଲାଗିବା ସହିତ ପ୍ରବଳ ବାନ୍ତି ମଧ୍ୟ ହୋଇଥାଏ। ମୁଣ୍ଡ ବୁଲାଇ ଥାଏ, ଅତ୍ୟଧିକ ଆଲୋକ ଓ ଶବ୍ଦକୁ ବରଦାସ୍ତ କରିହୁଏ ନାହିଁ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, “ମାଇଗ୍ରେନ ହେଉଛି ଏକ ନ୍ୟୁରୋଲୋଜିକାଲ ରୋଗ।’’ ଯେଉଁମାନେ ଏହି ରୋଗରେ ମୂଳରୁ ଆକ୍ରାନ୍ତ ଥାନ୍ତି ସେମାନେ ମାସକୁ ଥରେ ରୁ ଦୁଇ ଥର ଏହାର ସାମ୍ନା କରିଥାନ୍ତି।’’
ଏହି ଖବର ବି ପଢ଼ନ୍ତୁ: Uric Acid: ସବୁଜ ପନିପରିବା ଖାଇବା ସହିତ ଏହି ଜିନିଷର ରଖନ୍ତୁ ଧ୍ୟାନ; କଣ୍ଟ୍ରୋଲରେ ରହିବ ୟୁରିକ୍ ଏସିଡମାଇଗ୍ରେନ ନେଇ ଏମିତି କିଛି ପୁରୁଣା ମାମଲା ରହିଛି ଯେଉଁଥିରେ ମାସକୁ ପ୍ରାୟ ୧୫ ଦିନରୁ ଅଧିକ ସମୟ ଲୋକେ ମୁଣ୍ଡବିନ୍ଧାର ସାମ୍ନା କରିଥାନ୍ତି। କିନ୍ତୁ ଜାଣନ୍ତିକି ମାଇଗ୍ରେନ ସହିତ ମୁଣ୍ଡବିନ୍ଧାର ଏକ ଗଭୀର ସମ୍ପର୍କ ରହିଛି। ତେବେ ଜାଣି ରଖନ୍ତୁ କେଉଁ କେଉଁ ଖାଦ୍ୟ ଖାଇଲେ ଅର୍ଦ୍ଧ କପାଳୀ ଅର୍ଥାତ୍ ମାଇଗ୍ରେନ ହେବାର ଆଶଙ୍କା ବଢ଼ିଯାଏ। ପନିର, ମଦ, ଚକୋଲେଟ, ନଟ୍ସ, ପ୍ରୋସେସଡ଼ ଫୁଡ୍ସ, ବିଶେଷ ଧରଣର ଗନ୍ଧ, ଅତ୍ୟଧିକ ଆଲୋକ, ନିଦ ଠିକରେ ନ ହେବା, ପିରିୟଡ୍ସ ସମସ୍ୟା, ଯାତ୍ରା କରିବା, ଋତୁରେ ପରିବର୍ତ୍ତନ, ଚାପ ଆଦି ମାଇଗ୍ରେନ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ।
ଏହି ଖବର ବି ପଢ଼ନ୍ତୁ: ଋତୁସ୍ରାବ ପୂର୍ବରୁ ଆପଣଙ୍କର ବି ହେଉଛି ମୁଡ୍ ସୁଇଙ୍ଗ୍? ନ ରାଗି ଖାଆନ୍ତୁ ଏହି ୪ଟି ଜିନିଷସାଧାରଣତଃ ଚାରୋଟି ସ୍ତର ଦେଇ ମାଇଗ୍ରେନ ହୋଇଥାଏ। ପ୍ରଥମ ଚରଣକୁ ପ୍ରଦ୍ରୋମ ଫେଜ ବୋଲି କୁହାଯାଏ। ମୁଣ୍ଡବିନ୍ଧା ହେବାର କିଛି ଘଣ୍ଟା ପୂର୍ବରୁ ଏହା ଆରମ୍ଭ ହୋଇଥାଏ। ଏହି ସମୟରେ ବ୍ୟକ୍ତି ଚିଡଚିଡ଼ା ହେବା ସହ ଉଦାସନତା ଦେଖାଦେଇଥାଏ।
ଦ୍ଵିତୀୟ ସ୍ତରକୁ ଅରା ଫେଜ କୁହାଯାଏ। ଯେଉଁଥିରେ ବ୍ୟକ୍ତି ଆଖି ସାମ୍ନାରେ ଅନାବନା ରେଖା ଗୁଡିକୁ ଦେଖିଯାଏ। ଏମିତି ଅବସ୍ଥାରେ ବ୍ୟକ୍ତିକୁ ଲାଗିଥାଏକି ତାଙ୍କ ଶରୀର ଶିଥିଳ ପଡ଼ିଯାଉଛି। ବେଳେ ବେଳେ ମୁଣ୍ଡ ବୁଲେଇବା ପରି ଅନୁଭବ ହୋଇଥାଏ।
ସେହିପରି ତୃତୀୟ ସ୍ତର ହେଉଛି ମୁଣ୍ଡ ବିନ୍ଧା। ଯାହାକି ୭୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଚତୁର୍ଥ ସ୍ତର ହେଉଛି ହ୍ୟାଙ୍ଗଆଉଟ ସ୍ତର। ଯେଉଁଥିରେ ବ୍ୟକ୍ତି ଚିଡଚିଡ଼ା ହେବା ସହ ଭ୍ରମିତ ଅନୁଭବ କରେ।
ଏହି ଖବର ବି ପଢ଼ନ୍ତୁ: Dating Tips: ଫାଷ୍ଟ ଟାଇମ୍ ଡେଟିଂରେ ଯାଉଛନ୍ତି କି? କରନ୍ତୁନି ଏହି ଭୁଲଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କ ଠାରେ ପିରିୟଡ୍ସ ସମୟରେ ମାଇଗ୍ରେନ ଜନିତ ଅଧିକ ଦେଖାଦିଏ। ଏହି ସମୟରେ ଏସ୍ଟ୍ରୋଜେନ ହର୍ମୋନ ହ୍ରାସ ପାଇଥାଏ। ଦୁଇ ତୃତୀୟାଂଶ ମାମଲାରେ ମେନୋପଜ ପରେ ମାଇଗ୍ରେନ କମିଯାଇଥାଏ। କିନ୍ତୁ କେତେକଙ୍କ ଠାରେ ମେନୋପଜ ପରେ ଏହା ଆରମ୍ଭ ହୋଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।