୪୦ବର୍ଷ ବୟସରେ ଚିନ୍ତା ମୁକ୍ତ ରହିବା ପାଇଁ କରନ୍ତୁ ଏହି କାମ; ଖୁସିରେ କଟିବ ଦିନ

ଆମେ ଆପଣଙ୍କ ପାଇଁ ଏପରି କିଛି ଆକ୍ଟିଭିଟିଜର ଏକ ତାଲିକା ଆଣିଛୁ ଯାହାକୁ ଆପଣ ୪୦ ବର୍ଷ ବୟସ ପରେ ମଧ୍ୟ ଆରମ୍ଭ କରିପାରିବେ ଓ ଆପଣଙ୍କ ଜୀବନରେ ମଜା ଇ କ୍ରିଏଟିଭିଟିଜ ସାମିଲ କରିପାରିବେ ।

୪୦ବର୍ଷ ବୟସରେ ଚିନ୍ତା ମୁକ୍ତ ରହିବା ପାଇଁ କରନ୍ତୁ ଏହି କାମ; ଖୁସିରେ କଟିବ ଦିନ

୪୦ବର୍ଷ ବୟସରେ ଚିନ୍ତା ମୁକ୍ତ ରହିବା ପାଇଁ କରନ୍ତୁ ଏହି କାମ; ଖୁସିରେ କଟିବ ଦିନ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Hobbies For Women In Their 40S: ବୟସ ବଢ଼ିବା ସହିତ ନିଜକୁ ଖୁସି ରଖିବା ଓ ନିଜ ଭିତରେ ଥିବା କ୍ରିଏଟିଭିଟିକୁ ଖୋଜିବା ଏକ ଚ୍ୟାଲେଞ୍ଜ ଅଟେ । ସମସ୍ତ ପ୍ରକାରର ଦାୟିତ୍ଵ ଆମକୁ ନିଜ ପାଇଁ ସମୟ ବାହାର କରାଇ ଦେଇନଥାଏ ଓ ବର୍ଷ ବର୍ଷ ଧରି ଏହି କାରଣରୁ ମହିଳାମାନେ ନିରାଶା ଓ ଉଦାସୀନତାର ଶିକାର ହେବାକୁ ଲାଗନ୍ତି । ଏଭଳି ପରିସ୍ଥିତିରେ, ଆପଣ ନିଜର ଅଭ୍ୟାସ ଓ ଇଚ୍ଛାକୁ ଖୋଜନ୍ତୁ, ସେଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଓ ତାହାକୁ ପୂରଣ କରିବାକୁ ସମୟ ନିଅନ୍ତୁ ।

ଏଠାରେ ଆମେ ଆପଣଙ୍କ ପାଇଁ ଏପରି କିଛି ଆକ୍ଟିଭିଟିଜର ଏକ ତାଲିକା ଆଣିଛୁ ଯାହାକୁ ଆପଣ ୪୦ ବର୍ଷ ବୟସ ପରେ ମଧ୍ୟ ଆରମ୍ଭ କରିପାରିବେ ଓ ଆପଣଙ୍କ ଜୀବନରେ ମଜା ଇ କ୍ରିଏଟିଭିଟିଜ ସାମିଲ କରିପାରିବେ ।

ବାଦ୍ୟଯନ୍ତ୍ର ବଜାନ୍ତୁ

ସଙ୍ଗୀତ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ଆପଣ ଏହାକୁ ଯେକୌଣସି ବୟସରେ ବି ଶିଖିପାରିବେ । ଏପରି କିଛି ବାଦ୍ୟଯନ୍ତ୍ର ବଜାଇବାକୁ ଶିଖନ୍ତୁ, ଯାହାକୁ ଆପଣ ସର୍ବଦା ପସନ୍ଦ କରୁଥିବେ । ଉଦାହରଣ ସ୍ୱରୂପ, ଆପଣ ଗିଟାର କିମ୍ବା ପିଆନୋ ଶିଖିପାରିବେ ।

ଦୌଡନ୍ତୁ

ଭଲ ସ୍ୱାସ୍ଥ୍ୟ ପାଇଁ ଦୌଡିବା ଏକ ଭଲ ବ୍ୟାୟାମ । ଏପରି ସ୍ଥିତିରେ ଯଦି ଆପଣ ଏକ ଫିଟନେସ୍ ପ୍ରେମୀ, ତେବେ ରନିଙ୍ଗ ଆପଣଙ୍କ ପାଇଁ ଏକ ଭଲ ଅଭ୍ୟାସ ହୋଇପାରେ । ଏହା କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ସହିତ ମନୋବଳ ସୁଦୃଢ ହୋଇଥାଏ ।

ସିଲେଇ ଏମ୍ବ୍ରୋଡୋରୀ

ଯଦି ଆପଣ ଭଲ ଭାବରେ ସିଲେଇ କରିବାକୁ ଜାଣିଛନ୍ତି କିମ୍ବା ଆପଣ ଏହାକୁ ଶିଖିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କର ହବି ହୋଇପାରେ । ଯାହାକୁ ଆପଣ ୪୦ ବର୍ଷ ପରେ ମଧ୍ୟ ଆରମ୍ଭ କରିପାରିବେ ।

ପକ୍ଷୀ ଦେଖିବା

ଯଦି ଆପଣ ପ୍ରକୃତି ପ୍ରେମୀ, ତେବେ ଆପଣଙ୍କ ସହରରେ ପକ୍ଷୀ ଦେଖୁଥିବା ଗୋଷ୍ଠୀ ଅଛନ୍ତି କି ନାହିଁ ଖୋଜନ୍ତୁ । ଆପଣ ସେମାନଙ୍କ ସହିତ ଜଙ୍ଗଲ କିମ୍ବା ପର୍ବତରେ ପକ୍ଷୀ ଦେଖିବାର ଯୋଜନା କରିପାରିବେ ।

ପୁସ୍ତକ ଲେଖିବା

ଯଦି ଆପଣଙ୍କର ଜୀବନ ଏପର୍ଯ୍ୟନ୍ତ ବହୁତ ଖୁସିରେ କଟିଛି ଓ ଆପଣ ଅନେକ ଭଲ ଏବଂ ଖରାପ ଅନୁଭୂତି ଦେଇ ଗତି କରିଛନ୍ତି, ତେବେ ଆପଣ ଏହା ଉପରେ ଏକ ପୁସ୍ତକ ଲେଖିପାରିବେ । ଏହା ମଧ୍ୟ ଆପଣଙ୍କର ଲେଖାକୁ ଉନ୍ନତ କରିବ ଓ ଆପଣ ମଧ୍ୟ ଏହି ଉପାୟରେ ନିଜର ନୂତନ କ୍ୟାରିୟର ଗଢିବାକୁ ସକ୍ଷମ ହେବେ ।
Published by:Soubhagya Mishra
First published: