News 18 Odia Digital
ଭୁବନେଶ୍ୱର; ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୁରବାର ( Thursday ) ଏବଂ ଶୁକ୍ରବାର ( Friday ) ଦିନଟିକୁ ଦେବୀ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିକାର କଲେ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୁଏ । ଲୋକମାନେ ଧନର ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ଉପାୟ ଗ୍ରହଣ କରନ୍ତି । ଆଜି ଆମେ ଏପରି କିଛି ପଦକ୍ଷେପ ବିଷୟରେ ଜାଣିବା, ଯାହା ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେଇପାରେ ।
ଜ୍ୟୋତିଷ ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କିଛି ଗୁପ୍ତ ପ୍ରତିକାର ବିଷୟରେ ଉଲ୍ଲେଖ କରାଯାଇଛି। ଶୁକ୍ରବାର ରାତିରେ ଗୁପ୍ତ ଭାବରେ ଏହି ପ୍ରତିକାର କଲେ ଆପଣ ବି ଧନୀ ହୋଇଯିବେ । ଏହା ସହିତ, ମାଆ ଲକ୍ଷ୍ମୀଙ୍କ କୃପା ଦ୍ୱାରା, ସାରା ଜୀବନ ଧନ ଏବଂ ସମୃଦ୍ଧତା ପ୍ରାପ୍ତ ହୁଏ । ବିଶ୍ୱାସ କରାଯାଏ ଯେ ଶୁକ୍ରବାର ରାତିରେ ଗୁପ୍ତ ଭାବରେ କରାଯାଇଥିବା ଏହି ପ୍ରତିକାର ଦ୍ୱାରା ଜଣେ ବ୍ୟକ୍ତି ଟଙ୍କା ରୋଜଗାର କରିଥାଏ ଏବଂ ଜୀବନର ସମସ୍ତ ସମସ୍ୟା ଦୂର କରିଥାଏ ।
ଶୁକ୍ରବାର ରାତିରେ ଏହି ଗୁପ୍ତ ପ୍ରତିକାର କରନ୍ତୁଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ରାତିରେ ଅଷ୍ଟ ଲକ୍ଷ୍ମୀଙ୍କୁ ଗୁପ୍ତରେ ପୂଜା କରନ୍ତୁ। ଧୂପ, ଗୋଲାପ ଫୁଲ ଅର୍ପଣ କରିନ୍ତୁ । ବିଶ୍ବାସ କରାଯାଏ ଯେ ମାଆ ଅଷ୍ଟ ଲକ୍ଷ୍ମୀଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରିବା ଶୁଭ ହୋଇଯାଏ।
ଅନ୍ୟ ପଟେ, ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଋଣ ଭାର କମ ହେଉନାହିଁ, ତେବେ ଚିନ୍ତା କରିବାର କିଛି ନାହିଁ । ଶୁକ୍ରବାର ରାତିରେ ଅତି କମରେ ୧୦୮ ଥର ଏହି ମନ୍ତ୍ର ଜପ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ।
ଏହି ଖବର ପଢ଼ନ୍ତୁ -
http://ନବଙ୍କ ଦେହରେ ବାଜିଥିବା ଗୁଳିର ମିଳୁନି ସନ୍ଧାନ; ଏବେ ବି ଖୋଜୁଛି କ୍ରାଇମବ୍ରାଞ୍ଚ୍ ଟିମ୍Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।