News18 Odia Digital
Guru Grah Upay: ଜ୍ୟୋତିଷ ଶାସ୍ତ୍ର (Astro Tips) ଉପରେ ବିଶ୍ବାସ ରଖୁଛନ୍ତି କି? ଯଦି ରଖୁଥିବେ ତେବେ ଆପଣଙ୍କ ରାଶିରେ (Horoscope) କେଉଁ ଗ୍ରହ ଚାଳନ କରୁଛି ଏହି ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ଗ୍ରହ କୌଣସି ରାଶିରେ ପ୍ରବେଶ କରିଥାନ୍ତି ଏହାର ପ୍ରଭାବ ସିଧାସଳଖ ମଣିଷଙ୍କ ଜୀବନ ଉପରେ ପଡ଼ିଥାଏ। ଯଦି ଗ୍ରହ ମାନଙ୍କର ଅବସ୍ଥା ଭଲ ରହିଥାଏ ତେବେ ବ୍ୟକ୍ତି ଧନ ସୁଖ ଏବଂ ସମୃଦ୍ଧି ପାଇଥାଏ। ଆଉ ଯଦି ରାଶିରେ ଗ୍ରହର ଚାଳନା ଦୁର୍ବଳ ରହିଥାଏ ମଣିଷ କାଙ୍ଗାଳ ହୋଇଯାଏ। ଦାରିଦ୍ରତାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ତେବେ ୯ଟି ଗ୍ରହ ମାନଙ୍କ ମଧ୍ୟରୁ ବୃହଷ୍ପତି (ଗୁରୁ ଗ୍ରହ) ଜ୍ଞାନ ଏବଂ ଜ୍ଞାନର କାରକ ବୋଲି ବିବେଚନା କରାଯାଏ। କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁ ଅର୍ଥାତ ବୃହସ୍ପତି ଗ୍ରହ ଉଚ୍ଚରେ ଥାନ୍ତି ସେ ସର୍ବଦା ଭଲ ଓ ଶୁଭ ଫଳ ଦେଇଥାନ୍ତି।
ସେହିପରି ଯଦି ଜାତକରେ ଗୁରୁ ଗ୍ରହ କମଜୋର ଥିବେ ତେବେ ବ୍ୟକ୍ତିଙ୍କ ଜୀବନରେ ବିଦ୍ୟା, ମାନ-ସମ୍ମାନ ଏବଂ ଧନର ଅଭାବ ରହିଥାଏ। ବୃହସ୍ପତି କମଜୋର ହେବା ଦ୍ୱାରା ମାଙ୍ଗଳିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ।
ଏହାସହିତ ବ୍ୟକ୍ତିଙ୍କୁ ଶାରିରୀକ ଏବଂ ମାନସିକ କଷ୍ଟ ମିଳିଥାଏ। ତଥାପି, ସରଳ ପଦକ୍ଷେପ ସହିତ, ବୃହସ୍ପତିର ସ୍ଥିତିକୁ ଦୃଢ଼ କରି ଆପଣ ଏହି ସମସ୍ୟାକୁ ଏଡ଼ାଇ ପାରିବେ। ତେବେ ଆସନ୍ତୁ ଜାଣିବା ରାଶିରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ଏହାର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...
ଗୁରୁ ଗ୍ରହ ଲକ୍ଷଣ-୧- ଯଦି ବୃହସ୍ପତି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଏକ ଦୁର୍ବଳ ସ୍ଥିତିରେ ଥାଆନ୍ତି, ତେବେ ତାଙ୍କର କାର୍ଯ୍ୟ ସମାପ୍ତ କରିବାକୁ ବହୁତ ସମୟ ଲାଗେ। ବ୍ୟକ୍ତିର କାର୍ଯ୍ୟ ଠିକ୍ ସମୟରେ ଶେଷ ହୁଏ ନାହିଁ।
୨- ବ୍ୟକ୍ତିଙ୍କୁ ପୈତୃକ ସମ୍ପତ୍ତି ବିବାଦର ସାମ୍ନା କରିବାକୁ ପଡ଼ିବ। ଏହା ସହିତ ରାଶିରେ ଗୁରୁଙ୍କ ଦୁର୍ବଳତା ହେତୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ।
୩- ଗୁରୁଙ୍କ ଦୁର୍ବଳତା ହେତୁ ଆତ୍ମବିଶ୍ୱାସ ହ୍ରାସ ହୁଏ ଏବଂ କୌଣସି ବଡ଼ ନିଷ୍ପତ୍ତି ନେବାକୁ ବ୍ୟକ୍ତି ଦ୍ୱିଧା ପ୍ରକାଶ କରନ୍ତି।
୪- ଗୁରୁଙ୍କ ଦୁର୍ବଳତା ହେତୁ ମଣିଷ ପାଖରେ ସବୁ କିଛି ରହିବା ପରେ ହେଲେ ସେମାନେ ସୁଖ ପାଆନ୍ତି ନାହିଁ। ପରିବାରରେ ଥିବା ପ୍ରତି ସଦସ୍ୟଙ୍କୁ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼େ।
ପ୍ରତିକାର-୧- ବୃହସ୍ପତିଙ୍କ ସ୍ଥିତିକୁ ମଜବୁତ ବା ସୁଦୃଢ଼ କରିବାକୁ ହେଲେ ପାଣିରେ ହଳଦୀ ସହିତ ଗାଧୋଇ ନିଅନ୍ତୁ ଏବଂ 'ଓମ୍ ବୃଁ ବୃହସ୍ପତୟେ ନମଃ' ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
୨- ବୃହସ୍ପତି ଗ୍ରହକୁ ମଜବୁତ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜା କରା ଉଚିତ୍। ଭଗବାନ ବିଷ୍ଣୁଙ୍କୁ ହଳଦିଆ ଜିନିଷ ଅର୍ପଣ କରି ବୃହସ୍ପତ (ଗୁରୁ) ଗ୍ରହକୁ ସନ୍ତୁଷ୍ଟ କରି ଶକ୍ତିଶାଳୀ ହୋଇପାରିବେ।
୩- ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଶୁଭ ବୋଲି ମନେ କରାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରି ତାଙ୍କୁ ହଳଦିଆ ବସ୍ତ୍ର, ହଳଦିଆ ରଙ୍ଗର ଫୁଲ ଅର୍ପଣ କରି ବୃହସ୍ପତିଙ୍କୁ ସନ୍ତୁଷ୍ଟ କରି ପାରିବେ।
ପଢ଼ନ୍ତୁ ଏହି ଖବର: ଆର୍ଥିକ ସମସ୍ୟା ଯୋଗୁଁ ହତାଶ? ଆପଣାନ୍ତୁ ଝାଡୁ ସହ ଜଡ଼ିତ ଏହି ଉପାୟ; ହେବ ଧନ ବର୍ଷା୪- ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ ଏବଂ ସତ୍ୟନାରାୟଣଙ୍କ କାହାଣୀ ଶୁଣନ୍ତୁ। ଏହି ପ୍ରତିକାର ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।