Breakfast Tips: ଜଳଖିଆରେ ଖାଉଛନ୍ତି ଏହି ଖାଦ୍ୟ; ହୁଅନ୍ତୁ ସାବଧାନ

Breakfast Tips: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଖାଲି ପେଟରେ କିଛି ଜିନିଷକୁ ଏଡ଼ାଇବା ଉଚିତ୍ ଏଗୁଡ଼ିକ ଏପରି ଜିନିଷ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ କରିଥାଏ।

ଦେହ ପାଇଁ କ୍ଷତିକାରକ ଏହି ଖାଦ୍ୟ

ଦେହ ପାଇଁ କ୍ଷତିକାରକ ଏହି ଖାଦ୍ୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Breakfast Tips: ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସକାଳ ଖାଦ୍ୟର ପ୍ରଭାବ ଦିନସାରା ଆମ ଶରୀରରେ ରହିଥାଏ। ଯଦି ଆପଣ ମଧ୍ୟ ସକାଳେ ଫଳ ଜୁସ୍, ଜଙ୍କ୍ ଫୁଡ୍ସ ଓ ତେଲରେ ଛଣାଛଣି ଭଳି ଖାଦ୍ୟ ଖାଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ।

ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଖାଲି ପେଟରେ କିଛି ଜିନିଷକୁ ଏଡ଼ାଇବା ଉଚିତ୍ ଏଗୁଡ଼ିକ ଏପରି ଜିନିଷ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ କରିଥାଏ। ତେବେ ଚାଲନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ୍।

ପଢ଼ନ୍ତୁ ଏହି ଖବର: ପରିସ୍ରା ସମୟରେ ଜଳା ପୋଡ଼ା ହେବା ବ୍ଲାଡର କ୍ୟାନ୍ସରର ସଙ୍କେତ; ଲକ୍ଷଣ ଦେଖିବା ମାତ୍ର ଦୌଡ଼ନ୍ତୁ ହସ୍ପିଟାଲ

ଖାଲି ପେଟରେ ଆଦୌ ଖାଆନ୍ତୁନି ଏହି ଜିନିଷ...

ଦହି- ଦହି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ହେଲେ ସକାଳେ ଏହାକୁ ଖାଇବା ଅନୁଚିତ୍। କାରଣ ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ପେଟରେ ଅମ୍ଳତାକୁ ନଷ୍ଟ କରିଥାଏ। ଯେଉଁ କାରଣରୁ ଏସିଡିଟି ପରି ସମସ୍ୟା। ଦେଖାଦେଇଥାଏ। ସେଥିପାଇଁ କେବଳ ଅପରାହ୍ନ ହିଁ ଦହି ଖାଆନ୍ତୁ। ତେବେ ଯଦି ଆପଣଙ୍କର ଏସିଡିଟି ଅଧିକ ହେଉଛି ତେବେ ଆପଣ ସକାଳେ ଖାଲି ପେଟରେ ଲାଉ ରସ ପିଇପାରିବେ। ଯାହା ଦେହ ପାଇଁ ବେଶ୍ ଲାଭଦାୟକ।

ସକାଳେ ଫଳ କିମ୍ବା ଫଳ ଜୁସ୍

ଫଳ ଖାଇବା ସ୍ବସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଫଳରୁ ଆମ ଶରୀରକୁ ଭିଟାମିନସ୍ ଓ ମିନିରାଲ୍ସ ମିଳିଥାଏ। ଯାହା ଦ୍ବାରା ଆମ ଶରୀରର ରୋଗ ପ୍ରତିଶୋଧକୁ ଶକ୍ତି ମଧ୍ୟ ବଢ଼ାଇଥାଏ। ହେଲେ କିଛି ଫଳ ଏପରି ଅଛି ଯାହା ସକାଳେ ଖାଲି ପେଟରେ ଖାଇବା ଦ୍ବାରା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଅନେକ ସମସ୍ୟା ଦେଖାଦେଇଥାଏ। ଯେଉଁଥି ପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଥିପାଇଁ କମଳା, ଅଙ୍ଗୁର, କଦଳୀ, ଲିଚି ପରି ଫଳକୁ ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ।

ପଢ଼ନ୍ତୁ ଏହି ଖବର: Tea in Pregnancy: ଗର୍ଭାବସ୍ଥାରେ ଚା' ପିଇବା ଠିକ୍ ନା ଭୁଲ? ଆସନ୍ତୁ ଜାଣିବା...

ମସଲାଯୁକ୍ତ ଖାଦ୍ୟ

ମସଲାଯୁକ୍ତ ଜିନିଷ ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ସକାଳେ ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ଓ ଅନ୍ୟାନ୍ୟ ପେଟ ଜନିତ ରୋଗ ଦେଖାଦିଏ। ଏପରିକି ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା ସହଜରେ ହଜମ ମଧ୍ୟ ହୋଇ ନଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: