ମଧୁମେହ ରୋଗୀ ଆଳୁକୁ ହାତ ବି ଲଗାନ୍ତୁନି; ଡାକ୍ତରଙ୍କ କଥା ଶୁଣି ଦୂର କରନ୍ତୁ ଦ୍ୱନ୍ଦ୍ୱ

ଜାଣନ୍ତୁ ଆଳୁ ମଧୁମେହ ରୋଗୀଙ୍କ ପାଇଁ ପ୍ରକୃତରେ କ୍ଷତିକାରକ କି ନୁହେଁ, ଆଳୁକୁ ନେଇ ଆପଣଙ୍କର ଦୀର୍ଘ ଦିନର ଦ୍ୱନ୍ଦ୍ୱ ଦୂର ହୋଇଯିବ ।

ମଧୁମେହ ରୋଗୀ ଆଳୁକୁ ହାତ ବି ଲଗାନ୍ତୁନି; ଡାକ୍ତରଙ୍କ କଥା ଶୁଣି ଦୂର କରନ୍ତୁ ଦ୍ୱନ୍ଦ୍ୱ

ମଧୁମେହ ରୋଗୀ ଆଳୁକୁ ହାତ ବି ଲଗାନ୍ତୁନି; ଡାକ୍ତରଙ୍କ କଥା ଶୁଣି ଦୂର କରନ୍ତୁ ଦ୍ୱନ୍ଦ୍ୱ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Health tips; ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ରୋଗୀଙ୍କୁ ଔଷଧ ସହିତ ଖାଦ୍ୟ ପ୍ରତି ବି ଧ୍ୟାନ ଦେବାକୁ ପଡିବ । କେଉଁ ଜିନିଷ ଖାଇବା ଓ କେଉଁଟି ନୁହେଁ ତାହା ପ୍ରତି ଧ୍ୟାନ ଦେବା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟତଃ ଲୋକେ ମଧୁମେହ ରୋଗୀ ଆଳୁ ଖାଇବା ଉଚିତ କି ନୁହେଁ ସେ ବିଷୟରେ ବହୁତ ଦ୍ୱନ୍ଦ୍ୱରେ ରୁହନ୍ତି, କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଥାଏ ଯାହା ରକ୍ତରେ ସୁଗାର ଲେବଲ ବଢାଇଥାଏ । ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ବିସ୍ତୃତ ଭାବରେ କହିବୁ ଆଳୁ ମଧୁମେହ ରୋଗୀଙ୍କ ପାଇଁ ପ୍ରକୃତରେ କ୍ଷତିକାରକ କି ନୁହେଁ, ଯାହା ପରେ ଆଳୁକୁ ନେଇ ଆପଣଙ୍କର ଦୀର୍ଘ ଦିନର ଦ୍ୱନ୍ଦ୍ୱ ଦୂର ହୋଇଯିବ ।

ଆଳୁ ବିଷୟରେ ବୈଜ୍ଞାନିକଙ୍କ କଥା ଶୁଣନ୍ତୁ

ଆଳୁ ଭାରତ ସମେତ ବିଶ୍ଵର ସବୁଠାରୁ ଅଧିକ ଖିଆଯାଉଥିବା ଖାଦ୍ୟ ପଦାର୍ଥ ମଧ୍ୟରୁ ଗୋଟିଏ । ଭାରତ ଏବଂ ଆମେରିକାରେ ଖାଉଥିବା ସବୁଠାରୁ ଲୋକପ୍ରିୟ ପନିପରିବା ମଧ୍ୟରୁ ଆଳୁ ଅନ୍ୟତମ । କେବଳ ଏତିକି ନୁହେଁ, ଏହି ଦେଶରେ ଆଳୁ ତରକାରୀ ବ୍ୟତୀତ ଚିପ୍ସ ଏବଂ ଫ୍ରାଇଜ ଆକାରରେ ମଧ୍ୟ ଅନେକ ବ୍ୟବହାର ହୋଇଥାଏ ।

ଆଳୁ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭୁଲ ଧାରଣା ଅଛି ଯେ ହାଇ କାର୍ବୋ ଆଳୁ ମଧୁମେହ ରୋଗୀଙ୍କ ପାଇଁ ଭଲ ନୁହେଁ । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଧାରଣା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଅର୍ଥାତ୍ ମଧୁମେହ ରୋଗୀଙ୍କ ପାଇଁ ଆଳୁ ସମ୍ପୂର୍ଣ୍ଣ କ୍ଷତିକାରକ ବୋଲି କୁହାଯାଇପାରିବ ନାହିଁ।

ମଧୁମେହ ରୋଗୀମାନେ ଆଳୁ ଖାଇପାରିବେ, କେବଳ ଏହି କଥାର ଧ୍ୟାନ ରଖନ୍ତୁ

ବାସ୍ତବରେ, ଯେକୌଣସି ଖାଦ୍ୟ ପଦାର୍ଥ ଯେଉଁଥିରେ ଆପଣଙ୍କର ଆଲର୍ଜି ନଥିବ, ଏସବୁକୁ ସୀମିତ ପରିମାଣରେ ମଧୁମେହ ରୋଗୀ ମଧ୍ୟ ଖାଇ ପାରିବେ । ଯଦି ମଧୁମେହ ରୋଗୀ ଆଳୁ ଖାଇଲେ କ୍ଷତି ହେଉନଥିବ ଓ ଏହାର ପୁଷ୍ଟିକର ତତ୍ତ୍ଵ ମିଳୁଥିବ, ତଥାପି ଏହାକୁ ସଠିକ୍ ଭାବରେ ଖାଇବା ଆବଶ୍ୟକ ।

ବୈଜ୍ଞାନିକମାନେ କହିଛନ୍ତି ଯେ ଆଳୁରେ ଷ୍ଟାର୍ଚ ମିଳିଥାଏ, ତେଣୁ ଏହାକୁ ପନିପରିବା ସହିତ ଖାଇବା ଉଚିତ୍ ଯେଉଁଥିରେ ଷ୍ଟାର୍ଚ ନଥିବ । ଆହୁରି ମଧ୍ୟ, ଏହାକୁ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଖାଦ୍ୟ ସହିତ ମିଶ୍ରଣ କରି ଖାଇବା ଉଚିତ୍ ।

ଗୋଟିଏ ଆଳୁରେ ଥାଏ ଏତେ ପରିମାଣର ପୁଷ୍ଟିକର ତତ୍ତ୍ଵ । ୧୬୮ କ୍ୟାଲୋରୀ, ଚାରି ଗ୍ରାମ ପ୍ରୋଟିନ୍, ୦.୨ ଗ୍ରାମ ଚର୍ବି, ୩୯ ଗ୍ରାମ କାର୍ବସ୍, ତିନି ଗ୍ରାମ ଫାଇବର, ୧.୮୩ ମିଲିଗ୍ରାମ ଆଇରନ, ୮୮୮ ମିଲିଗ୍ରାମ ପୋଟାସିୟମ୍ ଏବଂ ୧୨ ମିଲିଗ୍ରାମ ଭିଟାମିନ୍ ସି ମିଳିଥାଏ ।
Published by:Soubhagya Mishra
First published: