News18 Odia Digital
Skin care tips: ଦହି (Curd Benefits) ସ୍ୱାସ୍ଥ୍ୟ ସହିତ ତ୍ବଚା ପାଇଁ ମଧ୍ୟ ଲାଭଦାୟକ। ଖରା ଦିନରେ ଏହା ଆପଣଙ୍କୁ ସମସ୍ତ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ। ଦହି ବ୍ୟବହାର କରିବା ଦ୍ୱାରା ତ୍ବଚାରେ ଚମକ ଆସିଥାଏ। ଖରା ଦିନରେ (Summer Tips) ମୁହଁରେ ଦହି ମାଲିସb (Curd) ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ।
ସାଧାରଣତଃ ଖରା ଦିନରେ (Summer Tips) ଚର୍ମରେ ଟ୍ୟାନିଂ ହୋଇଯାଏ, ଯେଉଁ କାରଣରୁ ଚେହେରାର ରଙ୍ଗ କଳା ହେବାକୁ ଲାଗେ। ଖରାଦିନର ଖରା ମଧ୍ୟ ଚେହେରାର ଚମକକୁ ହ୍ରାସ କରିଥାଏ। ଏବଂ ଖରାରେ ପିମ୍ପଲ ହେବା ଏକ ସାଧାରଣ ସମସ୍ୟା। ଦହି ଆପଣଙ୍କୁ ଏହି ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। କିଛି ଲୋକ ଏସବୁରୁ ବଞ୍ଚିବା ଲାଗି କେମିକାଲ ପଦାର୍ଥ ବ୍ୟବହାର କରିଥାନ୍ତି। ହେଲେ ଏହି କ୍ଷେତ୍ରରେ ନେଚୁରାଲ ଉପାୟରେ ଦହି ବ୍ୟବହାର କରିକି ଚେହେରାର ଟ୍ୟାନିଂ, ପିମ୍ପଲ୍ ଦୂର କରିବା ସହ ତ୍ବଚାର ଚମକକୁ ବଜାୟ ରଖନ୍ତୁ।
ଚର୍ମ ପାଇଁ ଦହି କିପରି ଲାଭଦାୟକ?
ହେଲ୍ଥ ୱେବସାଇଟ୍ ଅନୁଯାୟୀ, ଦହି ସ୍ୱାଭାବିକ ଭାବରେ ଚର୍ମକୁ ଥଣ୍ଡା କରିଥାଏ। ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ, ଭିଟାମିନ୍ ସି, ଭିଟାମିନ୍ ଡି, ଲାକ୍ଟିକ୍ ଏସିଡ୍, କ୍ୟାଲସିୟମ୍ ଏବଂ ଏଥିରେ ଥିବା ଗୁଡ୍ ଫ୍ୟାଟ୍ ଚର୍ମକୁ ପୁଷ୍ଟିକର କରିଥାଏ ଏବଂ ଅନେକ ଚର୍ମ ସମସ୍ୟା ଦୂର କରିଥାଏ। ଖରା ଦିନରେ ଦହି ମୁହଁରେ ମାଲିସ୍ କରିବା ତ୍ୱଚା ପାଇଁ ଅନେକ ଲାଭଦାୟକ ହୋଇଥାଏ। ରିଆକ୍ସନ ନହେବା ପାଇଁ ଆପଣ ପ୍ରଥମେ ପ୍ୟାଚ୍ ଟେଷ୍ଟ କରିପାରନ୍ତି।
ତ୍ବଚାର ରଙ୍ଗରେ ମଧ୍ୟ ଏହା ଉନ୍ନତି ଆଣିଥାଏ
ସର୍ବପ୍ରଥମେ, ୧ ଚାମଚ ଟମାଟୋ ରସକୁ ଦହିରେ ମିଶାଇ ମୁହଁରେ ମାଲିସ୍ କରନ୍ତୁ। ଏହା କରିବା ଦ୍ୱାରା ଚର୍ମ ସଫା ହୋଇଥାଏ ଏବଂ ଏହାର ରଙ୍ଗରେ ମଧ୍ୟ ଉନ୍ନତି ଆସିଥାଏ। କେବଳ ଏତିକି ନୁହେଁ ଚର୍ମର pH ଲେବଲ୍ ମଧ୍ୟ ବାଲାନ୍ସ ରୁହେ।
ଗ୍ଲୋଇଙ୍ଗ ସ୍କିନ୍ ପାଇଁ ଏମିତି କରନ୍ତୁ ଦହିକୁ ବ୍ୟବହାର
ଖରା ଦିନରେ ଶୋଇବା ପୂର୍ବରୁ ମୁହଁକୁ ସଫା ପାଣିରେ ଭଲସେ ଧୋଇ ଦିଅନ୍ତୁ ତାପରେ ହାତରେ ଅଳ୍ପ ଦହିକୁ ନେଇ ମୁହଁରେ ଭଲଠୁ ମାଲିସ କରନ୍ତୁ। ଏହାଦ୍ବାରା ମୁହଁରେ ଗ୍ଲୋ ଆସିଥାଏ।
ତ୍ବଚାର ଟ୍ୟାନିଂ ମଧ୍ୟ ଦୂର କରିଥାଏ ଦହି
ଖରାଦିନରେ ଟ୍ୟାନିଂ ଏକ ସାଧାରଣ ସମସ୍ୟା। ଯାହାକୁ ଆପଣ ଦହି ଦ୍ବାରା ଦୂର କରିପାରିବେ। ଦହି ସ୍କିନକୁ ଥଣ୍ଡା ମଧ୍ୟ କରିଥାଏ। ଦହିରେ ଥିବା ହେଲ୍ଥି ଫ୍ୟାଟ ଟ୍ୟାନିଂକୁ ଦୂର କରିଥାଏ ଏବଂ ସ୍କିନକୁ ଚମକାଇଥାଏ।
ଦହି ତ୍ବଚାକୁ ଅଧିକ ସମୟ ପର୍ଯ୍ୟନ୍ତ ହେଲଦି ରଖିଥାଏଦହି ବ୍ୟବହାର ଦ୍ୱାରା ମୁହଁରେ ବାର୍ଦ୍ଧକ୍ୟର ଲକ୍ଷଣ କମିଯାଏ। କାରଣ ଦହିରେ ଥିବା ଗୁଣଗୁଡ଼ିକ ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହାର ମସାଜ ସ୍କିନକୁ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ। ଦହିରେ ଥିବା ହେଲ୍ଥି ଫ୍ୟାଟ୍ସ ଇଲାସ୍ଟିସିଟି ବଜାୟ ରଖେ, ତେଣୁ ସ୍କିନ୍ ବହୁତ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ।
ପଢ଼ନ୍ତୁ ଏହି ଖବର: Chanakya Niti: ଆପଣଙ୍କ ପାଖରେ ଏହି ଗୁଣ ଥିଲେ ମହିଳା ହୃଦୟ ହାରିବା ଥୟ!ସ୍କିନକୁ ମଶ୍ଚରାଇଜ୍ ରଖିବାରେ ସାହାଯ୍ୟ କରେ ଦହିଦହିରେ ଲାକ୍ଟିକ୍ ଏସିଡ୍ ମିଳିଥାଏ, ଯାହା ସ୍କିନକୁ ମଶ୍ଚରାଇଜ୍ କରିଥାଏ। ଦହି ମସାଜ ଭିତର ସ୍କିନକୁ ମଧ୍ୟ ପୋଷଣ ଦେଇଥାଏ। ୨ ଚାମଚ ଦହି ଭଲ ଭାବରେ ଫେଟି ଦିଅନ୍ତୁ ଏହାପରେ ଏହାକୁ ହାତରେ ନେଇ ୫ ମିନିଟ୍ ପାଇଁ ଭଲସେ ମୁହଁରେ ମସାଜ୍ କରନ୍ତୁ ଓ ତାପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏମିତି କରିବା ଦ୍ବାରା ଆପଣଙ୍କ ତ୍ବଚା ଗ୍ଲୋ କରିବା ଆରମ୍ଭ କରିବ।
ସୁସ୍ମିତା ବଳଙ୍କ ରିପୋର୍ଟନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।