News18 Odia Digital
Curd Bad Food Combination: ଦହିରେ ଅନେକ ଗୁଡିଏ ଔଷଧୀୟ ଗୁଣ ରହିବା ସହ ଏଥିରେ ଫସଫରସ, କ୍ୟାଲସିୟମ, ଭିଟାମିନ ବି -୨, ଭିଟାମିନ ବି -୧୨, ପୋଟାସିୟମ ଏବଂ ମାଗ୍ନେସିୟମ ଭଳି ପୋଷାକ ତତ୍ୱ ଭରପୁର ରହିଛିI
ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ ଅନେକ ପ୍ରକାରର ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ଦହିI କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଦହି ସହ ଖାଇବା ଉଚିତ୍ ନୁହେଁ I ଯାହାକୁ ଖାଇବା ଦ୍ୱାରା ଝାଡ଼ା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୁଏ। ଏହି କାରଣରୁ ମୃତ୍ୟୁ ମଧ୍ୟ ହୋଇପାରେI
ତେବେ ଆସନ୍ତୁ ଜାଣିବା କେଉଁ ୫ଟି ଜିନିଷ ଦହି ସହ ଆଦୌ ଖାଇବା କଥା ନୁହେଁ...୧. ପିଆଜ- ଯଦି ଆପଣ ପିଆଜ ଦହି ରାଇତା ଖାଇବାକୁ ପସନ୍ଦ କରନ୍ତି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ। କାରଣ ଦହି ପ୍ରକୃତିରେ ଥଣ୍ଡା ହୋଇ ଥିବାବେଳେ ପିଆଜ ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଗରମ ଓ ଥଣ୍ଡାର ମିଶ୍ରଣ ଦ୍ୱାରା ଚର୍ମର ଆଲର୍ଜି ହେବା ସହ ଦାଗ, ଏକ୍ଜିମା, ସୋରିୟାସିସ୍ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖା ଦେଇଥାଏI
୨.ଆମ୍ବ- ଆମ୍ବ ଲସି କିମ୍ବା କଟା ଆମ୍ବ ସହିତ ଦହି ନିଶ୍ଚିତ ଭାବରେ ଜିଭକୁ ଆକର୍ଷିତ କରିଥାଏ, କିନ୍ତୁ ଏହା ଅତ୍ୟନ୍ତ ଖରାପ ମିଶ୍ରଣI ପିଆଜ ଏବଂ ଦହି ଭଳି ଆମ୍ବ ଓ ଦହିର ମିଶ୍ରଣ ମଧ୍ୟ ଶରୀରରେ ଉତ୍ତାପ ଏବଂ ଥଣ୍ଡା ସୃଷ୍ଟି କରିଥାଏ, ଯାହା ଚର୍ମ ସମସ୍ୟା, ଶରୀରକୁ ବିଷାକ୍ତ କରିବା ଭଳି ସମସ୍ୟା ଦେଖା ଦେଇଥାଏI
୩. ମାଛ- ପ୍ରାୟତଃ କୁହାଯାଏ କି ଦୁଇଟି ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ଏକତ୍ର ମିଶ୍ରଣ କରିବା ଉଚିତ୍ ନୁହେଁI ବିଶେଷ କରି ଆମିଷ ପ୍ରୋଟିନ୍ ଏବଂ ଶାକାହାର ପ୍ରୋଟିନ ଏହା ଅତ୍ୟନ୍ତ ବିପଜ୍ଜନକ। ଅଧିକ ପ୍ରୋଟିନ୍ ଗ୍ରହଣ ଦ୍ୱାରା ଗ୍ୟାସ ଏବଂ ଚର୍ମ ସମସ୍ୟା ଦେଖାଦେଇଥାଏ ଏବଂ ବେଳେବେଳେ ଏହା ଖାଦ୍ୟକୁ ବିଷାକ୍ତ ମଧ୍ୟ କରିଥାଏ।
୪.କ୍ଷୀର- କ୍ଷୀର ଏବଂ ଦହି ଦୁଇଟି ପଶୁ ପ୍ରୋଟିନ୍ ଉତ୍ସ ହୋଇଥିବାରୁ ଏହାକୁ ଏକତ୍ର ଖାଇବା ଉଚିତ୍ ନୁହେଁ। ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଡାଇରିଆ, ଏସିଡ୍ ଏବଂ ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇପାରେ।
୫ .ହରଡ଼ ଡାଲି- ଦହି ସହିତ ହରଡ଼ ଡାଲି ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ। ଯାହା ଦ୍ୱାରା ଗ୍ୟାସ୍ ହେବା ସହ ଝାଡା ମଧ୍ୟ ହୋଇପାରେ।
୬. ତେଲ ଯୁକ୍ତ ଖାଦ୍ୟ- ସମସ୍ତେ ଦହି ଘିଅ ତିଆର ପରଟା ଖାଇବାକୁ ଭଲ ପାଆନ୍ତି। ତେବେ ଦହି ସହିତ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମକୁ ମନ୍ଥର କରିଵା ଏବଂ ଆପଣଙ୍କୁ ଅସୁସ୍ଥ ଅନୁଭବ କରାଇଥାଏ। ଯେଉଁଥି ପାଇଁ ଆପଣ ଯେତେବେଳେ ଏକ ଗ୍ଲାସ୍ ଲସି (ଦହିରୁ ତିଆରି) ସହିତ ଛୋଲେ ଭଟୁରେ ଖାଆନ୍ତି, ସେତେବେଳେ ଆପଣଙ୍କୁ ବହୁତ ନିଦ ଆସିଥାଏI
ପଢ଼ନ୍ତୁ ଏହି ଖବର: Solar Eclipse 2023: ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ଯପରାଗ; ବର୍ତ୍ତିପାରିବେନି ୪ରାଶିର ଲୋକ(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।