News18 Odia Digital
Cold Water Disadvantages: ଆପଣ ଜାଣିଛନ୍ତି କି ଥଣ୍ଡା ପାଣି (Cold Water) ଆପଣଙ୍କ ସ୍ୱାସ୍ଥ୍ୟକୁ କେତେ କ୍ଷତି ପହଞ୍ଚାଇପାରେ। ଯଦିଓ ଥଣ୍ଡା ପାଣି (Cold Water) ପିଇବା ଦ୍ୱାରା ଆପଣଙ୍କୁ ଆରାମ ଲାଗିଥାଏ, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ଗ୍ରୀଷ୍ମ ଋତୁରେ (Summer) ସୂର୍ଯ୍ୟକିରଣ ଏବଂ ପ୍ରବଳ ଉତ୍ତାପ ହେତୁ ଶରୀରରୁ ଅନେକ ଝାଳ ବାହାରିଥାଏ ଏବଂ ଗଳା ଶୁଖିବା ଆରମ୍ଭ କରିଥାଏ। ସୂର୍ଯ୍ୟର ଉତ୍ତାପ୍ତ ଆମ ଶରୀରରୁ ପାଣି ଶୋଷି ଦିଏ। ଯେଉଁଥିପାଇଁ ଆମେ ବାରମ୍ବାର ଶୋଷିଲା ଅନୁଭବ କରିଥାଉ। ଶୋଷ ମେଣ୍ଟାଇବା ପାଇଁ ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ପିଇଥାନ୍ତି। କାରଣ ଏହା କେବଳ ଶୋଷ ମେଣ୍ଟାଏ ନାହିଁ, ବରଂ ଗରମରୁ କିଛି ପରିମାଣରେ ଆରାମ ମଧ୍ୟ ଦେଇଥାଏ।
ଅନେକ ଥର ଗରମ ଲାଗିବା ଦ୍ୱାରା ସେହି ଲୋକମାନେ ମଧ୍ୟ ଥଣ୍ଡା ପାଣି ପିଅନ୍ତି, ଯେଉଁମାନେ ଏହାକୁ ଏଡ଼ାଇ ଆସୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଥଣ୍ଡା ପାଣି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତି ହୋଇପାରେ। ଯଦିଓ ଥଣ୍ଡା ପାଣି ପିଇବା ଆପଣଙ୍କୁ ଆରାମ ଲାଗିଥାଏ , କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଆମକୁ ଥଣ୍ଡା ପାଣି ପିଇ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଆସନ୍ତୁ ଜାଣିବା...ଥଣ୍ଡା ପାଣି ପିଇବା ଦ୍ବାରା ଏହି ରୋଗ ହୋଇପାରେ:୧. ଥଣ୍ଡା ପାଣି ପିଇବା ଦ୍ୱାରା ହୃଦସ୍ପନ୍ଦନର ଗତି ଉପରେ ପ୍ରଭାବ ପକାଇଥାଏ। ଏହା ଶରୀରର ସ୍ନାୟୁ ପ୍ରଣାଳୀର ସନ୍ତୁଳନ ନଷ୍ଟ କରିପାରେ।
୨. ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଲୋକଙ୍କ ମଧ୍ୟରେ ମେଦବହୁଳତା ସମସ୍ୟା ବଢ଼ାଇବା ପାଇଁ କାମ କରିଥାଏ। ଏପରି ପରିସ୍ଥିତିରେ, ଯଦି ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଉଥାନ୍ତି, ତେବେ ମେଦବହୁଳତା ଶୀଘ୍ର ବଢ଼ାଇପାରେ। ଏହି କାରଣରୁ ଅନେକ ଡାଏଟିସିଆନ୍ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇବାକୁ ମନା କରିଥାଆନ୍ତି।
୩. ଯଦି ଆପଣ ଖରାରୁ ଆସିବା ପରେ ତୁରନ୍ତ ଥଣ୍ଡା ପାଣି ପିଅନ୍ତି, ତେବେ ଆପଣଙ୍କର ଥଣ୍ଡା, କାଶ ଏବଂ କଫ ସମସ୍ୟା ସୃଷ୍ଟି ହୋଇପାରେ। ଏହି ରୋଗରୁ ରକ୍ଷା ପାଇବା ପାଇଁ ଖରାରୁ ଆସିବା ପରେ ତୁରନ୍ତ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଯଦି ଆପଣ ପାଣି ପିଇବାକୁ ଚାହୁଁଛନ୍ତି ତେବେ ସାଧାରଣ ପାଣି (Normal Water) ପିଅନ୍ତୁ। ବାସ୍ତବରେ, ଥଣ୍ଡା ପାଣି ହେତୁ ଶରୀରରେ ଅଧିକ ମାତ୍ରାରେ ମ୍ୟୁକସ୍ ଉତ୍ପନ୍ନ ହେବାକୁ ଲାଗେ, ଯେଉଁ କାରଣରୁ ଭାଇରାଲ୍ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ।
୪. ଫ୍ରିଜରୁ ଥଣ୍ଡା ପାଣି ପିଇବା ଦ୍ୱାରା ବଡି ସେଲ୍ସ ସଙ୍କୁଚିତ ହୁଏ। ଯେଉଁଥିପାଇଁ ସକାଳେ ପେଟ ସଠିକ୍ ଭାବେ ସଫା ହୁଏନାହିଁ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଉପୁଜିଥାଏ। କୋଷ୍ଠକାଠିନ୍ୟ ଆୟୁର୍ବେଦର ଅନେକ ରୋଗ ସହିତ ଜଡିତ।
ପଢ଼ନ୍ତୁ ଏହି ଖବର: ମେଡିସିନ୍ ସହିତ ଭୁଲରେ ବି ଖାଆନ୍ତୁନି ଏହି ଜିନିଷ; ନଚେତ୍ ମାଡ଼ି ବସିବ ଆହୁରି ରୋଗ୫. ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର କୋଷଗୁଡ଼ିକ ମଧ୍ୟ ସଙ୍କୁଚିତ ହୁଏ ଏବଂ ସେମାନେ ସଠିକ୍ ଭାବରେ କାର୍ଯ୍ୟ କରିପାରନ୍ତି ନାହିଁ। ମେଟାବୋଲିଜିମ୍ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
୬. ଥଣ୍ଡା ପାଣି ପିଇବା ଦ୍ୱାରା ଆପଣଙ୍କ ଗଳା ଯନ୍ତ୍ରଣା ହୋଇପାରେ ଏବଂ ହଜମ ସହ ଜଡିତ ସମସ୍ୟା ମଧ୍ୟ ଆପଣଙ୍କୁ ବ୍ୟଥିତ କରିପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।