News18 Odia Digital
Relationship Tips: ଜାଣିଛନ୍ତି କି ମହିଳାମାନେ ପୁରୁଷଙ୍କ କେଉଁ ଗୁଣ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି। ପୁରୁଷଙ୍କ ଏମିତି କେଉଁ ଗୁଣ ମହିଳାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ? ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏ ବାବଦରେ ବର୍ଣ୍ଣନା କରିଛନ୍ତି।
ସାଧାରଣତଃ ପୁରୁଷମାନେ ମହିଳାଙ୍କ ପ୍ରତି ଆକୃଷ୍ଟ ହେବାର କଥା ଆପଣ ଶୁଣିଥିବେ। କିନ୍ତୁ କେବେ ଭାବିଛନ୍ତି କି ମହିଳାମାନେ ମଧ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ତେବେ ଏମିତି କିଛି ପୁରୁଷ ଅଛନ୍ତି ଯେଉଁମାନଙ୍କ ପ୍ରତି ମହିଳାମାନେ ନ ଚାହୁଁଥିଲେ ବି ଆକର୍ଷିତ ହୁଅନ୍ତି। ପୁରୁଷଙ୍କ ପାଖରେ ଏମିତି ୪ଟି ଗୁଣ ରହିଛି ଯାହା ପ୍ରତି ମହିଳା ଆପେ ଆପେ ଆକର୍ଷିତ ହୁଅନ୍ତି। ତେବେ ଆସନ୍ତୁ ଜାଣିବା ସେହି ୪ଟି ଗୁଣ ବିଷୟରେ ...
ସଚ୍ଚୋଟ ଚରିତ୍ର- ଯଦି ଜଣେ ପୁରୁଷର ଚରିତ୍ର ସଚ୍ଚୋଟ ଆଉ ନିର୍ମଳ ଥାଏ ତେବେ ଜଣେ ମହିଳା ପୁରୁଷଙ୍କ ପ୍ରତି ଆକର୍ଷିତ ହୁଏ। ଜଣେ ସଚ୍ଚୋଟ ପୁରୁଷ ହିଁ କେବଳ ଜଣଙ୍କ ସହ ସମ୍ପର୍କ ରଖନ୍ତି ଅନ୍ୟ ମହିଳା ସମ୍ପର୍କରେ ଭାବନ୍ତି ନାହିଁ । ଆହୁରି ମଧ୍ୟ ଯେ ମହିଳାମାନଙ୍କୁ ସମ୍ମାନ ଦେବା ଦ୍ବାରା ସେମାନେ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସେମାନଙ୍କୁ ସେମାନଙ୍କର ଜୀବନ ସାଥୀ କରିବାକୁ ଚାହାଁନ୍ତି।
ଶାନ୍ତ ଏବଂ ସରଳ ମନୋଭାବ-ପୁରୁଷମାନଙ୍କ ସ୍ବଭାବ ସାଧାରଣତ ଶାନ୍ତ ପ୍ରକୃତିର ନୁହେଁ, କିନ୍ତୁ ଯଦି ଜଣେ ପୁରୁଷ ଶାନ୍ତ, ସରଳ ଏବଂ ଭଦ୍ର ପ୍ରକୃତିର, ତେବେ ମହିଳାମାନେ ଏହିପରି ପୁରୁଷମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୁଅନ୍ତି । ମହିଳାମାନେ ଏହିପରି ପୁରୁଷମାନଙ୍କୁ ଜୀବନ ସାଥୀ କରିବାକୁ ଚାହାଁନ୍ତି ଏବଂ ସେମାନଙ୍କ ପ୍ରେମରେ ପଡ଼ନ୍ତି ।
ନିଜ ଝିଅ ସହ ସମ୍ପର୍କ ଦୃଢ଼ କରିବାକୁ ଚାହୁଁଛନ୍ତି କି? କେବେବି କୁହନ୍ତୁନି ଏହି ୫ କଥାଧନୀ- ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କା ଅଛି ସେହି ପୁରୁଷଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି ମହିଳା। ସବୁବେଳେ ମହିଳାମାନେ ଆଲିଶାନ୍ ଜୀବନଯାପନ ଚାହାଁନ୍ତି। ଯେଉଁଥିପାାଇଁ ସେମାନେ ଧନୀ ପୁରୁଷ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି।
ସେମାନଙ୍କ କଥା ଶୁଣୁଥିବା ପୁରୁଷ- ମହିଳାମାନେ ସବୁବେଳେ ଏପରି ପୁରୁଷଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ଯେଉଁମାନେ ସେମାନଙ୍କ କଥାକୁ ଭଲ ଭାବରେ ଶୁଣନ୍ତି । ତାଙ୍କ କଥାକୁ ପସନ୍ଦ କରନ୍ତି। ତାଙ୍କର ଚିନ୍ତାଧାରା ବୁଛନ୍ତି | ଏଭଳି ପରିସ୍ଥିତିରେ ମହିଳାମାନଙ୍କର ଆକର୍ଷଣ ସେହି ପୁରୁଷମାନଙ୍କ ପ୍ରତି ଅଧିକ ରହିଥାଏ ଓ ସେମାନେ ତାଙ୍କ ଜୀବନସାଥୀ କରିବା ପାଇଁ ଚାହାଁନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।