ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ? ଜାଣନ୍ତୁ କେଉଁ ସମୟରେ ଓ କେତେ ପରିମାଣରେ ଖାଇବେ

Mango In Diabetes: ମଧୁମେହରେ ପୀଡିତ ରୋଗୀମାନେ ଆମ୍ବ ଖାଇ ପାରିବେ କି? ବିଶେଷଜ୍ଞମାନେ ଏହା ବିଷୟରେ କ’ଣ କୁହନ୍ତି ଆସନ୍ତୁ ଜାଣିବା...

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ?

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ?

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Mango In Diabetes: ସବୁ ଫଳରେ ଆମ୍ବକୁ (Mango) ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ ମଧୁମେହ ରୋଗୀଙ୍କ (Diabetes) ପାଇଁ ଏହା ଏକ ଦଣ୍ଡ ସଦୃଶ। କାରଣ ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ଖାଇପାରିବେ ନାହିଁ ବୋଲି କୁହାଯାଏ।

ଯଦି ଆପଣ ଏହା ଭାବୁଛନ୍ତି ତା’ହେଲେ ଆପଣଙ୍କ ଭାବନାକୁ ବଦଳାନ୍ତୁ। ମଧୁମେହ ରୋଗୀ ମଧ୍ୟ ଆମ୍ବ ଖାଇପାରିବେ କିନ୍ତୁ ଖାଇବା ପୂର୍ବରୁ କିଛି ନିୟମ ଓ ଶୈଳୀ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ତା’ହାଲେ ଆସନ୍ତୁ ଜାଣିବା କ’ଣ ରହିଛି ଆମ୍ବ ଖାଇବାର ଶୈଳୀ।

ଆମ୍ୱର ମଧୁରତା ଏବଂ ସ୍ୱାଦ ପାଇଁ ଏହା ଲୋକପ୍ରିୟ। ଆମ୍ବ ଋତୁ ଆସିଗଲାଣି। ବିଭିନ୍ନ ପ୍ରକାରର ଆମ୍ବ ଅଛି ଯାହା ଖାଇବା ସ୍ୱାଦିଷ୍ଟ।

ଯେପରିକି ଆଲଫୋନସୋ, ଦୁସେହେରୀ, ଲାଙ୍ଗ୍ରା ଇତ୍ୟାଦି। ବିଭିନ୍ନ ଆମ୍ବଗୁଡ଼ିକର ସ୍ୱତନ୍ତ୍ର ସ୍ୱାଦ ଅଛି। ଯେହେତୁ ସେମାନଙ୍କ ମଧ୍ୟରେ ବହୁତ ମଧୁରତା ଅଛି, ମଧୁମେହରେ ପୀଡିତ ଲୋକମାନେ ପ୍ରାୟତ ଏଥିରୁ ଦୂରରେ ରହିଥିବାର ଦେଖାଯାଆନ୍ତି, କାରଣ ସେମାନେ ଭୟ କରନ୍ତି ଯେ ରକ୍ତରେ ଗ୍ଲୁକୋଜର (Glucose) ସ୍ତର ବଢ଼ିଯିବ।

ମଧୁମେହ ରୋଗୀମାନେ ଆମ୍ବ ଖାଇ ପାରିବେ କି ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କର ରକ୍ତରେ ଗ୍ଲୁକୋଜର ସ୍ତର ସ୍ଥିର ଅଛି ତେବେ ଆପଣ ଆମ୍ବ ଖାଇପାରିବେ। କିନ୍ତୁ ଆପଣଙ୍କୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ ତାହା ହେଉଛି ଯେ ଆପଣ ଏହାକୁ ସଠିକ୍ ସମୟରେ ଏବଂ ସୀମିତ ପରିମାଣରେ ଖାଇବା ଉଚିତ୍। କାରଣ ଗୋଟିଏ ଆମ୍ବରେ ପ୍ରାୟ ୧୫ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ ଏବଂ ଫଳରୁ ପ୍ରତିଦିନ କେବଳ ୩୦ ଗ୍ରାମ କାର୍ବୋହାଇଡ୍ରେଟ୍ ନେବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଆମ୍ବରେ ବିଭିନ୍ନ ପରିମାଣର ମଧୁରତା ଥାଏ। କେତେକ ଆମ୍ବ ଅନ୍ୟମାନଙ୍କ ତୁଳନାରେ କମ୍ ମିଠା ଥିବାବେଳେ କେତେକରେ ଅଧିକ ମିଠା ଥାଏ।



କେମିତି ଖାଇବେ ଆମ୍ବ?

୧. ଅଧିକ ରସ ଥିବା ଆମ୍ବ ଖାଆନ୍ତୁ, କାରଣ ଏଥିରେ ଥିବା ଶର୍କରା ଶୀଘ୍ର ରକ୍ତରେ ମିଶି ନ ଥାଏ।

୨. ଆମ୍ବ ସେକ୍‌ ବା ଆମ୍ବ ଜୁସ୍ ବିଲ୍‌କୁଲ୍‌ ଖାଆନ୍ତୁ ନାହିଁ। କାରଣ ଏଥିରେ ବ୍ୟବହୃତ ହେଉଥିବା ଚିନି ବହୁ ଶୀଘ୍ର ଶର୍କରାରେ ପରିଣତ ହୋଇଯିବ। ତେଣୁ ପ୍ରାକୃତିକ ଆମ୍ବ ଖାଆନ୍ତୁ।

୩. ଏଥିସହ ଆମ୍ବ ଖାଇବା ପୂର୍ବରୁ ନିଜର ସୁଗାର ପରୀକ୍ଷା କରିବାକୁ ଜମା ଭୁଲନ୍ତୁ ନାହିଁ। ଯଦି ସୁଗାର ସ୍ତର କମ୍‌ ଅଛି ତା’ହେଲେ ଆମ୍ବ ଖାଆନ୍ତୁ। ମନେ ରଖନ୍ତୁ ପୂରା ଦିନ ଭିତରେ ଗୋଟିଏ ଆମ୍ବ ଖାଆନ୍ତୁ।

୪. ସେହିପରି ଆମ୍ବର ପଣା ମଧ୍ୟ ପିଇ ପାରିବେ। କାରଣ ଏହା କଞ୍ଚା ଆମ୍ବରୁ ତିଆରି ହୋଇଥାଏ। କିନ୍ତୁ ଏହି ପଣାରେ ଚିନି ପକାନ୍ତୁ ନାହିଁ, ଆପଣ ଏଥିରେ ପୁଦିନା, ଜିରା, କଳା ଲୁଣ ଆଦି ପକାଇ ପଣା ତିଆରି କରିପାରିବେ।

ପଢ଼ନ୍ତୁ ଏହି ଖବର:  ଖାଉଛନ୍ତି କି ଅଧିକ ଲୁଣ? ସାବଧାନ! ଚାଲି ଯିବ ଆପଣଙ୍କ ଜୀବନ

୫. ଆମ୍ବକୁ କେବେ ରାତିରେ ଖାଆନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଏହାକୁ ସକାଳ ଜଳଖିଆ ପରେ କିମ୍ବା ଦ୍ୱିପହର ଖାଇବା ସମୟରେ ଖାଇବା ପାଇଁ। ଏହା ପରେ ଆପଣ କିଛି ସମୟ ପାଇଁ ଚଲାବୁଲା କରନ୍ତୁ। କାରଣ ଏଥିରେ ଥିବା ଶର୍କରା ରକ୍ତରେ ଅତି ସହଜରେ ମିଶି ପାରିବନାହିଁ।
Published by:Lipina Das
First published: