କଲରା ଖାଇବା ଦ୍ବାରା ଦୂର ହୁଏ ଏହି ରୋଗ: ନୂଆ ଷ୍ଟାଇଲରେ ବନାନ୍ତୁ ଚିପ୍ସ; ଲାଗିବ ସୁଆଦିଆ

Bitter gourd chips: କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। କଲରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ।

କଲରା ଖାଇବା ଦ୍ବାରା ଦୂର ହୋଇଥାଏ ଏହି ରୋଗ

କଲରା ଖାଇବା ଦ୍ବାରା ଦୂର ହୋଇଥାଏ ଏହି ରୋଗ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Bitter gourd chips: କଲରା (Bitter Ground) ଏହା ଏମିତି ଏକ ପରିବା ଯାହାକୁ ଅନେକ ଲୋକ ଖାଇବାକୁ ଜମା ବି ପସନ୍ଦ କରନ୍ତିନାହିଁ। କାରଣ ହେଉଛି ଏହା ଅଧିକ ପିତା ବା କଡ଼ା ଲାଗିଥାଏ। କିନ୍ତୁ ଏହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଏଥିରେ ଭିଟାମିନ୍ B1, B2, ଏବଂ B3, C, ମ୍ୟାଗ୍ନେସିୟମ୍, ଫୋଲେଟ୍, ଜିଙ୍କ, ଫସଫରସ୍ ଏବଂ ମାଙ୍ଗାନିଜ୍ ଭଳି ଗୁଣ ଭରପୂର ରହିଛି। ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ। କେବଳ ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ।

ବ୍ଲଡ୍ ପ୍ରେସର ଭଳି ରୋଗକୁ ଏହା କଣ୍ଟ୍ରୋଲରେ ରଖିଥାଏ। କିନ୍ତୁ ଅଧିକ ପିତା ଲାଗୁଥିବାରୁ ଏହାକୁ ଖାଇବା ସ୍ବାଦିଷ୍ଟ ଲାଗି ନଥାଏ। ଯଦି ଏହାକୁ ଆପଣ କିଛି ଭିନ୍ନ ଉପାୟରେ ତିଆରି କରିବେ ତେବେ ପିତା ଲାଗୁଥିବା କଲରା ବି ଆପଣଙ୍କୁ ସୁଆଦିଆ ଲାଗିବ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦର ଚଟପଟା କଲରା ଚିପ୍ସ ବନେଇବା ପ୍ରଣାଳୀ ନେଇ ଆସିଛୁ...

ଆବଶ୍ୟକ ସାମଗ୍ରୀ-

୧. କଲରା ୩-୪ଟା
୨. ଲେମ୍ବୁ ୧ଟା
୩. ହଳଦୀ ଅଧା ଚାମଚ
୪. ସ୍ୱାଦ ଅନୁସାରେ ଲୁଣ
୫. ନାଲି ଚିଲି ପାଉଡର ୧ ଚାମଚ
୬. ଶୁଖିଲା ଆମ୍ବଚୁର ପାଉଡର ୨ ଚାମଚ
୭. କର୍ଣ୍ଣ ଫ୍ଲୋର ୨ ଚାମଚ
୮. ମଇଦା ୧ ଚାମଚ
୯. ଅଳ୍ପ ଧନିଆ ପତ୍ର
୧୦. ତେଲ ୩-୪ ଚାମଚ

ପ୍ରସ୍ତୁତି ପ୍ରଣଳୀ-

କଲରା ଚିପ୍ସ ବନେଇବା ପାଇଁ ପ୍ରଥମେ କଲରାକୁ ଗୋଲ ଗୋଲ ଆକାରରେ କାଟି ଏଥିରୁ ମଞ୍ଜି ବାହାର କରି ନିଆନ୍ତୁ। ଏହା ପରେ ଗୋଟିଏ ପାତ୍ର ନିଅନ୍ତୁ। ଏଥିରେ ୧ ଚାମଚ ଲୁଣ ଏବଂ ସେଥିରେ ଗୋଟିଏ ଲେମ୍ବୁକୁ କାଟି ତା'ର ରସ ଚିପୁଡି ଦିଅନ୍ତୁ। ତା'ପରେ ସେଥିରେ କଟା ଯାଇଥିବା ଖଣ୍ଡ ଖଣ୍ଡ କଲରାକୁ ଗୋଳାଇ ଅଧା ଘଣ୍ଟା ରଖନ୍ତୁ।

ପରେ ଏହି କଲରା ଖଣ୍ଡ ଗୁଡିକୁ ପାଣିରେ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ। ତା ପରେ ରଖିଥିବା ସମସ୍ତ ମସଲାକୁ କଲରାରେ ମିଶାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍ ଲଗାଇ ଏକ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇ ସାରିଲା ପରେ ଏଥିରେ ମ୍ୟାରିନେଟ୍ କରି ରଖିଥିବା କଲରାକୁ ପକାଇ ଭଲଭାବରେ ଛାଣି ନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟପଟା କ୍ରିସ୍ପି କଲରା ଚିପ୍ସ।

କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। କଲରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। କାରଣ, ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କଲରା ଭଳି ତା’ ମଞ୍ଜି ମଧ୍ୟ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର।

ପଢ଼ନ୍ତୁ ଏହି ଖବର:  କଣ ଅଧିକ ମାଛ ଖାଇବା ଦ୍ବାରା ହେଉଛି କ୍ୟାନ୍ସର? ଷ୍ଟଡ଼ିରେ ହେଲା ବଡ଼ ଖୁଲାସା

କଲରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ସ୍ୱାଦ ପିତା ହେତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି କଲରା ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କଲରା ମଞ୍ଜିରେ ଭିଟାମିନ୍‌ ଓ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଦିଏ।
Published by:Lipina Das
First published: