ଗୁପଚୁପ ଖାଇଲେ, ମିଳିବ ଫାଇଦା; ଏହାର ଔଷଧୀୟ ଗୁଣ ଆପଣଙ୍କୁ ରଖିବ ସୁସ୍ଥ

Benefits of eating gupchup: ଆପଣ ଜାଣନ୍ତି କି ଗୁପଚୁପ ଆମ ଦେହ ପାଇଁ କେତେ ହିତକାର। ଯଦି ଜାଣିନାହାଁନ୍ତି ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ...

ଗୁପଚୁପ ଖାଇଲେ, ମିଳିବ ଫାଇଦା

ଗୁପଚୁପ ଖାଇଲେ, ମିଳିବ ଫାଇଦା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Benefits of eating gupchup: 'ଗୁପଚୁପ'ର (Gupchup) ଅନେକ ନାମ ଅଛି। ଏହି ନାଁଟି ଶୁଣିବା ପରେ ସାଧାରଣତଃ ସମସ୍ତଙ୍କ ପାଟିରେ ଲାଳ ଆସିବାକୁ ଲାଗିଥାଏ। ତାର ଖଟାମିଠା ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ।

ତେବେ, ବାହାରେ ଗୁପଚୁପ ଖାଇବା ଦ୍ୱାରା ଦେହ ଖରାପ ହେବାର ସମ୍ଭାବନା ରହିଥାଏ ବୋଲି ସମସ୍ତେ କୁହନ୍ତି। କିନ୍ତୁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଗୁପଚୁପ ଶରୀର ପ୍ରତି ହିତକର (Benefits of eating gupchup) ହୋଇଥାଏ।

ଗୁପଚୁପ ଅଟା, ସୁଜି, ଆଳୁ, ସିଝା ମଟର, କଞ୍ଚାଲଙ୍କା, ଆମଚୁର ପାଉଡର ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ। ତେଣୁ, ଏଥିରେ ପର୍ଯ୍ୟାପ୍ତ ପରିମାଣର କାର୍ବୋହାଇଡ୍ରେଟ୍ ଏବଂ ଫାଇବର୍ ରହିଥାଏ। ଏହା ବ୍ୟତୀତ ଏଥିରେ ବ୍ୟବହୃତ ହେଉଥିବା ଖଟାପାଣିରେ ଅଦା, ପୁଦିନା, ଧନିଆ ପତ୍ର ସହିତ ଖଟା ଦ୍ରବ୍ୟ ମିଶା ଯାଇଥାଏ, ଯାହାକି ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହୁଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ବ୍ୟବହାର କରାଯାଉଥିବା ଜଲଜିରା ଏସିଡ଼ିଟି ଭଳି ସମସ୍ୟା ଦୂର କରିବାରେ ସକ୍ଷମ ହୋଇଥାଏ। କେବଳ ସେତିକି ନୁହେଁ କମ୍ କାର୍ବ ଯୁକ୍ତ ଜିନିଷ ହୋଇଥିବାରୁ ଏହା ବ୍ଲଡ୍ ସୁଗାର୍ ମ୍ୟାନେଜ୍ କରିବାରେ ସାହାଯ୍ୟ କରିଥାଏ।

ଆସନ୍ତୁ ଜାଣିବା ଗୁପଚୁପର ଅନ୍ୟ କିଛି ଫାଇଦା ବିଷୟରେ...

୧. ବେଳେବେଳେ ଗରମ ଖାଦ୍ୟ ଏବଂ ରାଗ ଖାଇ ଦେଲେ ମୁହଁରୁ ଚମଡା ଛାଡ଼ିଯାଇଥାଏ। ଏହି ସମୟରେ କେବଳ ଗୁପଚୁପ ଖାଆନ୍ତୁ। ଏହାଦ୍ୱାରା ଖୁବ୍ ଶୀଘ୍ର ମୁହଁରେ ଦ୍ୱିତୀୟଥର ଚର୍ମ ରୋପଣ ହୋଇଥାଏ।

୨. ଆଜିକାଲିର ବିଶୃଙ୍ଖଳିତ ଖାଦ୍ୟ ପାନୀୟ ଯୋଗୁଁ ପେଟ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଆପଣ ଗୁପଚୁପ ଖାଇପାରିବେ। କାରଣ ଗୁପଚୁପ ଥିବା ପୁଦିନା, କଳାଲୁଣ, ଜିରା, ଖଟା, ଗୋଲମରିଚ ଆଦି ପେଟ ସମସ୍ୟା ତଥା କୋଷ୍ଟକାଠିନ୍ୟ ଦୂର କରିଥାଏ।

୩. ଗରମ ଦିନରେ ଅନେକ ବ୍ୟକ୍ତି ଚିଡଚିଡା ଅନୁଭବ କରିଥାନ୍ତି। ଏହି ସମୟରେ ଗୁପଚୁପ ଖାଆନ୍ତୁ। ଏହା ମୁଡ ଚେଞ୍ଜ କରିଦିଏ।

୪. ଖାଦ୍ୟ ଖାଇବାର ୧୫ ମିନିଟ୍ ପରେ ନିୟମିତ ଗୁପଚୁପ ଖାଆନ୍ତୁ। ଏହାଦ୍ୱାରା ଓଜନ ହ୍ରାସ ହୋଇଥାଏ।

ପଢ଼ନ୍ତୁ ଏହି ଖବର:  Benefits of Watermelon: ଖରାଦିନରେ ଖାଆନ୍ତୁ ଅଧିକ ତରଭୁଜ; ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: