News18 Odia Digital
‘ଓମ୍ ଭୁର୍ଭୃବ: ସ୍ୱ:
ତସ୍ୟବି-ତୁବରଣ୍ୟମ
ଭର-ଗୋ ଦେବସୟାହ ଧିମହୀ
ଧିୟୋ ୟୋ ନ: ପ୍ରଚୋଦୟାତ୍’
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଭାବେ ଗାୟତ୍ରୀ ମନ୍ତ୍ର ଜଣାଶୁଣା। ଏହି ମନ୍ତ୍ର ଗାନ କରିବା ଦ୍ୱାରା କେବଳ ମନ ନୁହେଁ ଶରୀର ବି ପ୍ରଫୁଲ୍ଲ ରହିଥାଏ। ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଗାୟନ୍ତ୍ରୀ ମନ୍ତ୍ର ଉଚ୍ଚାରଣ ବେଳେ ଆମ ଶରୀରରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଅନେକ ରୋଗକୁ ଦୂରେଇ କରିଥାଏ। ତେବେ, ଆସନ୍ତୁ ଜାଣିବା ଏହାର ଲାଭ...
ଗାୟତ୍ରୀ ମନ୍ତ୍ରର ଅର୍ଥ କ’ଣ?
ଅର୍ଥାତ:
ଓମ୍: ସୃଷ୍ଟିର ଅଦ୍ୟ ଧୋନି
ଭୁର: ମଣିଷକୁ ପ୍ରାଣ ପ୍ରଦାନକାରୀ
ଭୁବ:ଦୁଃଖ ନାସନ
ସ୍ୱ:ସୁଖ ପ୍ରଦାନକାରୀ
ତତ: ସେ
ସବିତୁର: ସୂର୍ଯ୍ୟଙ୍କ ଭଳି ଉଜ୍ୱଳ
ବରେଣ୍ୟ ୟ: ସବୁଠାରୁ ଉତ୍ତମ
ଭର୍ଗୋ: କର୍ମର ଉଦ୍ଧାରକାରୀ
ଦେବଶ୍ୟ: ପ୍ରଭୁ
ଧିମହୀ: ଧ୍ୟାନ
ଧିୟୋ: ବୁଦ୍ଧି
ୟୋ: ଯିଏ
ନ: ଆମର
ପ୍ରଚୋଦୟାତ: ମୋତେ ଶକ୍ତି ଦିଅ
କେବେ ଓ କିପରି କରିବେ ଗାୟତ୍ରୀ ମନ୍ତ୍ରର ଜପ:
୧. ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ବିଛଣାରୁ ଉଠିବା ପରେ ନିତ୍ୟକର୍ମ ସାରିବା ପରେ ଗାୟତ୍ରୀ ମନ୍ତ୍ରର ୮ ଥର ଜପ କରିବା ଉଚିତ୍।
୨. ସୂର୍ଯ୍ୟୋଦୟ ସମୟରେ, ଘରର ପୂଜାପାଠ ସ୍ଥାନରେ କିମ୍ବା ଅନ୍ୟ କୌଣସି ଶୁଦ୍ଧ ସ୍ଥାନରେ ବସି ଗାୟତ୍ରୀ ମନ୍ତ୍ରକୁ ୩ ଥର କିମ୍ବା ୧୦୮ ଥର ଜପ କରିବା ଶୁଭ।
୩. ବିଶ୍ୱାସ କରାଯାଏ ଯେ ଏପରି କଲେ ଆପଣଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତର ଇଚ୍ଛା ପୂରଣ ହେବ।
୪. ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଗାୟତ୍ରୀ ମନ୍ତ୍ରକୁ ଖାଇବା ପୂର୍ବରୁ ଥରେ ଜପ କଲେ ଖାଦ୍ୟ ଅମୃତ ପରି ହୋଇଯାଏ।
୫. ଯଦି ଆପଣ କିଛି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ତେବେ ଘରୁ ବାହାରିବା ସମୟରେ ଆପଣ ଗାୟତ୍ରୀ ମନ୍ତ୍ର ୫ କିମ୍ବା ୧୧ ଥର ଜପ କରିବା ଉଚିତ୍। ଏହା କରିବା ଦ୍ୱାରା ଜଣେ ସମୃଦ୍ଧି ଏବଂ ସଫଳତା ହାସଲ କରେ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ୧. ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତି ତେବେ ଏହି ସବୁ ସୁବିଧା ଗାୟତ୍ରୀ ମନ୍ତ୍ରରୁ ମିଳିଥାଏ।
୨. ଯଥା ବ୍ୟକ୍ତିର କ୍ରୋଧ ଶାନ୍ତ ହେବା, ଚାପ ଏବଂ ଚିନ୍ତା ପରି ସମସ୍ୟା ଜୀବନରେ ନଆସିବା ଇତ୍ୟାଦି।
୩. ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଶକ୍ତିଶାଳୀ ହୁଏ ଏବଂ କ୍ୟାରିୟରରେ ଅଗ୍ରଗତି ହୁଏ।
୪. ସମାଜରେ ଏପରି ବ୍ୟକ୍ତିର ସମ୍ମାନ ବୃଦ୍ଧି ପାଇଥାଏ।
୫. ନକାରାତ୍ମକତାକୁ ଦୂର କରି, ସମସ୍ତ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ପଢ଼ନ୍ତୁ ଏହି ଖବର: ଶରୀରରେ ରକ୍ତହୀନତା ସୃଷ୍ଟି କରିପାରେ RO ପାଣି; ବାସ୍ତବତା ଜାଣି ଉଡ଼ିଯିବ ଆପଣଙ୍କ ହୋସ୍୬. ଏକାଗ୍ରତା ବୃଦ୍ଧି ହୁଏ ଏବଂ ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ହୁଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।