Oils in Navel: ନାଭିରେ ଲଗାନ୍ତୁ ତେଲ! ଫାଇଦା ଦେଖି ହେବେ ଆଶ୍ଚର୍ଯ୍ୟ

Benefits of applying Oils in Navel: ସୂଚନା ମୁତାବକ ମଣିଷର ଶରୀରର ମଧ୍ୟ ବିନ୍ଦୁରେ ନାଭି ଉପସ୍ଥିତ। ତେଣୁ ଏଥିରେ ତେଲ ଦେଇ ମାଲିସ କରିବା ଦ୍ବାରା ଏହି ତେଲରେ ଉପସ୍ଥିତ ଥିବା ବିଭିନ୍ନ ପୋଷଣ ତତ୍ତ୍ବ ଦେହ ଭିତରକୁ ଯାଏ।

ନାଭିରେ ଲଗାନ୍ତୁ ତେଲ

ନାଭିରେ ଲଗାନ୍ତୁ ତେଲ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Benefits of applying Oils in Navel: ତ୍ବଚା ଆଉ କେଶକୁ ମଜବୁତ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ତେଲ ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି କି ସୁସ୍ଥ ଶରୀର ପାଇବା ପାଇଁ ଏବଂ ବିଭିନ୍ନ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନାଭିରେ ମଧ୍ୟ ତେଲ ପ୍ରୟୋଗ କରାଯାଏ।

ଯାହା ଦ୍ବାରା ଆପଣଙ୍କ ଶରୀରକୁ ଏହାର ବହୁତ ଭଲ ଫାଇଦା ମିଳିଥାଏ। ନାଭିରେ ସୋରିଷ ତେଲ ଆଉ ଅଲିଭ ତେଲ ବ୍ୟବହାର କରିବା ଦ୍ବାରା ଏଥିରେ ଥିବା ବିଭିନ୍ନ ପୋଷକ ତତ୍ତ୍ବ ନାଭି ଜରିଆରେ ଆପଣଙ୍କ ଶରୀରରେ ପହଞ୍ଚି ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାରର ଲାଭ କରିଥାଏ।

ସୂଚନା ମୁତାବକ ମଣିଷର ଶରୀରର ମଧ୍ୟ ବିନ୍ଦୁରେ ନାଭି ଉପସ୍ଥିତ। ତେଣୁ ଏଥିରେ ତେଲ ଦେଇ ମାଲିସ କରିବା ଦ୍ବାରା ଏହି ତେଲରେ ଉପସ୍ଥିତ ଥିବା ବିଭିନ୍ନ ପୋଷଣ ତତ୍ତ୍ବ ଦେହ ଭିତରକୁ ଯାଏ। ରୋଗରୁ ବଞ୍ଚିବା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ନାଭିରେ ତେଲ ପକାଇବାର କଣ ସବୁ ଉପକାରିତା ରହିଛି...

୧. ନାଭିରେ ଘିଅ ଲଗାଇବା: ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ନାଭିରେ ଘିଅ ପ୍ରୟୋଗ କରନ୍ତୁ। ଏହା ଦ୍ବାରା ଆପଣ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେ। ଏହା ସହିତ, ଆପଣ କିଛି ଦିନ ମଧ୍ୟରେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇପାରିବେ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶରୀରରେ ଫୁଲା କମାଇବା ପାଇଁ ଆପଣ ନାଭିରେ ଘିଅ ଲଗାଇପାରିବେ। ଶୀତଦିନେ, ଓଠ ଅଧିକ ଶୁଷ୍କ ଏବଂ ଫାଟିଯାଏ, ତେଣୁ ରାତିରେ ଶୋଇବା ପୂର୍ବରୁ ନାଭିରେ ଘିଅ ଲଗାନ୍ତୁ। ଏହା ଦ୍ବାରା ଓଠ ନରମ ଏବଂ କୋମଳ ହେବ।

୨. ନାଭିରେ ଯେକୌଣସି ପ୍ରକାରର ତେଲ ଲଗାଇ ମାଲିସ୍ କରିବା ଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏନାହିଁ। ନାଭିରେ ସୋରିଷ ତେଲ ଲଗାଇବା ମଧ୍ୟ ଅନେକ ଉପାୟରେ ଲାଭଦାୟକ ହୋଇପାରେ। ଯଦି ଆପଣଙ୍କର ଆର୍ଥ୍ରାଇଟିସ୍ ଯନ୍ତ୍ରଣା ଅଛି, ତେବେ ନାଭିରେ ସୋରିଷ ତେଲ କିଛି ବୁନ୍ଦା ପକାଇ ଏହାକୁ ମାଲିସ୍ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ନାଭିରେ କିଛି ବୁନ୍ଦା ତେଲ ଲଗାଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ। ଯଦି ଆପଣ ଏହାକୁ ନିୟମିତ କରନ୍ତି, ତେବେ ଗଣ୍ଠି ଯନ୍ତ୍ରଣା ବହୁ ପରିମାଣରେ ହ୍ରାସ ହୋଇପାରେ।

୩. ନାଭିରେ ବାଦାମ ତେଲ ଲଗାଇବା ଦ୍ବାରା ଏହା ଶରୀରକୁ ପୋଷକତତ୍ତ୍ବ ଯୋଗାଇଥାଏ। ନାଭିରେ କିଛି ବୁନ୍ଦା ବାଦାମ ତେଲ ପକାଇ ମାଲିସ କରିବା ଦ୍ବାରା ଏହା ତ୍ବଚାକୁ ସତେଜ ଆଉ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏହାକୁ ନିୟମିତ ବ୍ୟବହାର ଆପଣଙ୍କ ତ୍ବଚାରେ ଚମକ ଫେରାଇ ଆଣିବାରେ ସାହାର୍ଯ୍ୟ କରିଥାଏ।

୪. ନାଭିରେ ନିମ ତେଲ ବ୍ୟବହାର ବହୁତ କମ ଲୋକ ତାଙ୍କ ଦୈନନ୍ଦିନ ଜୀବନରେ କରନ୍ତି। କିନ୍ତୁ ଏହା କେହି ଜାଣନ୍ତି ନାହିଁ ଯେ ଏହାର ବ୍ୟବହାର ଆପଣଙ୍କ ଶରୀରର ଅନେକ ସମସ୍ୟାକୁ ଦୂର କରିପାରିବ । ଯଦି ଆପଣଙ୍କ ମୁହଁରେ କୌଣସି ଦାଗ ଅଛି ତେବେ ଏହାର ବ୍ୟବହାର ଆପଣଙ୍କ ମୁହଁରେ ଥିବା ଏହି ଦାଗ ଦୂର କରିବାରେ ବେଶ ସହାୟକ ହେ ।

୫. ନାଭିରେ ଅଲିଭ ତେଲ ମଧ୍ୟ ଶରୀର, କେଶ ପାଇଁ ବହୁତ ଲାଭଦାୟକ। ରାତିରେ ଶୋଇବା ପୂର୍ବରୁ ନାଭିରେ କିଛି ବୁନ୍ଦା ଅଲିଭ ତେଲ ପକାଇବା ଦ୍ବାରା ତ୍ବଚା ଲମ୍ବା ସମୟ ପର୍ଯ୍ୟନ୍ତ ସୁନ୍ଦର ଆଉ ସତେଜ ଦେଖାଯାଏ।

୬. ନାଭିରେ ନଡ଼ିଆ ତେଲ ଲଗାଇଲେ ଅମ୍ବିକାଲ କର୍ଡ଼ ମାଧ୍ୟମରେ ଜନ୍ମିତ ଶିଶୁକୁ ଲାଭ ମିଳିପାରେ। ନାଭିରେ ୭-୮ ବୁନ୍ଦା ନଡ଼ିଆ ତେଲ ପକାନ୍ତୁ ଏବଂ ହାଲୁକା ହାତରେ ଭଲ ଭାବରେ ମସାଜ୍ କରନ୍ତୁ। ଯଦି ତୁମେ ବନ୍ଧ୍ୟାତ୍ୱ ରୋଗ ଦ୍ୱାରା ପୀଡ଼ିତ ଅଛନ୍ତି, ତେବେ ଏହି ତେଲରେ ଥିବା ଟ୍ରାଇଗ୍ଲାଇସେରାଇଡ୍ ବନ୍ଧ୍ୟାକରଣ ସମସ୍ୟାର ସମାଧାନ କରିପାରିବ।

Skin Care Tips: ଖରା ଦିନେ ତ୍ବଚାକୁ କେମିତି ରଖିବେ ସୁନ୍ଦର? ଏହି ଟିପ୍ସ ଆପଣଙ୍କୁ କରିବ ସାହାଯ୍ୟ

ଏହାବାଦ ଶରୀରରେ ହରମନର ସନ୍ତୁଳନ ମଧ୍ୟ ଠିକ ରଖିବା ସହିତ ପେଟର ଚର୍ବି ହ୍ରାସ ହୋଇପାରେ। ଯଦି ପିରିୟଡ ସମୟରେ ଆପଣଙ୍କୁ ଯନ୍ତ୍ରଣା ହେଉଛି ତେବେ ଏହା ଆପଣଙ୍କୁ କ୍ରମଶଃ ଲାଭ ଦେଇପାରେ। ଯେହେତୁ ନଡ଼ିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଏହା ପିରିୟଡ ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରିଥାଏ। ଯଦି ଆପଣ ଦୃଷ୍ଟି ଶକ୍ତି ବଢ଼ାଇବାକୁ ଚାହାଁନ୍ତି, ତେବେ ରାତିରେ ଶୋଇବା ସମୟରେ ନାଭିରେ ନଡିଆ ତେଲ ଲଗାନ୍ତୁ ଏହା ଆଖିକୁ ସୁସ୍ଥ ରଖେ।

ପ୍ରଜ୍ଞା ସାହୁଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: