News18 Odia Digital
Banana Flower for Diabetes: ବର୍ତ୍ତମାନର ଆଧୁନିକ ସମାଜରେ ଲୋକ ସ୍ବାସ୍ଥ୍ୟକୁ (Health Problem) ଅବହେଳିତ କରିବା ଫଳରେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି।
ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଯାହା ପାଖରେ ଯେତେ ଟଙ୍କା , ସେ ସେତେ ରୋଗରେ ପୀଡିତ ହେଉଛନ୍ତି। ତେବେ ଏହା ମଧ୍ୟରେ ବିଶେଷ ଭାବରେ ମଧୁମେହ (Diabetes) ଆଉ ହୃଦରୋଗ ବିଶେଷ ଭାବରେ ଅନ୍ତର୍ଭୁକ୍ତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରୁଛନ୍ତି। କିନ୍ତୁ ଏହାକୁ କେବଳ ନିୟନ୍ତ୍ରଣରେ ରଖାଯାଇ ପାରିବ। ଏଥିରୁ ସମ୍ପୂର୍ଣ୍ଣ ଭାବରେ ରକ୍ଷା ମିଳିବ ନାହିଁ। ତେଣୁ ସଠିକ୍ ଭାବରେ ଖାଦ୍ୟ ଖାଇବା ଦ୍ବାରା ଆଉ ଏକ ସୁସ୍ଥ ଖାଦ୍ୟପେୟ ବଜାୟ ରଖିବା ଦ୍ଵାରା ହିଁ ଲୋକେ ଏହି ରୋଗରୁ ରକ୍ଷା ପାଇ ପାରିବେ । କିନ୍ତୁ ଲୋକମାନେ ଏହି ରୋଗର ହାନି ବିଷୟରେ ଜାଣି ମଧ୍ୟ ଏହାକୁ ଅନେକ ସମୟରେ ଅଣଦେଖା କରିଥାନ୍ତି।
ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରତିକାରକ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରିବ। ତେବେ ସେହି ଜିନିଷଟି ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଜିନିଷଟି ପ୍ରକୃତିରୁ ହିଁ ମିଳିଥାଏ। ତାହା ହେଉଛି କଦଳୀ ଫୁଲ (Banana Flower)। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଥାଏ, ଯାହା କର୍କଟ ପରି ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ।
ଏହା ବ୍ୟତୀତ ଏଥିରେ ଫାଇବର୍ ଓ ଆଇରନ୍ ମାତ୍ରା ଅତ୍ୟନ୍ତ ରହିଥାଏ। କଦଳୀ ଫୁଲକୁ (Banana Flower) ମଧୁମେହ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍ ହୋଇଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିଥାଏ।
ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ଫଳରେ ଆପଣ ମଧୁମେହର ପ୍ରଭାବକୁ କମ୍ କରିପାରିବେ। ତେଣୁ ଏହାକୁ ପ୍ରତିଦିନ ନିଜ ଖାଦ୍ୟ ସାମଗ୍ରୀରେ ନିୟମିତ ଭାବରେ ଅନ୍ତର୍ଭୁକ୍ତ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଲାଭ ମିଳିବ।
କଳଦୀ ଫୁଲକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ୱାରା ପାଚନକ୍ରିୟାରେ ଉତ୍ପନ୍ନ ହେଉଥିବା ସମସ୍ୟାର ଦୂର ହୋଇଥାଏ। ଏହାଛଡା ପେଟ ଯନ୍ତ୍ରଣା, ଗ୍ୟାସ, ଖାଦ୍ୟ ପାଚନ ନ ହେବା, ଅମ୍ଳଦୋଷ ଇତ୍ୟାଦି ଦୂର କରେ।
ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ। ଯାହା ରକ୍ତଚାପକୁ ସନ୍ତୁଳିତ ରଖିବା, ହିମୋଗ୍ଲୋବିନ ସଠିକ ରଖିବା ଶରୀରକୁ ଫୂର୍ତ୍ତି ଯୋଗାଇଥାଏ।
ପଢ଼ନ୍ତୁ ପୂରା ଖବର: ଯଦି ୪୦ ବର୍ଷ ପରେ ରହିବାକୁ ଚାହୁଁଛନ୍ତି ଫିଟ୍; ତେବେ ଆପଣାନ୍ତୁ ଏହି ଦମଦାର ଟିପ୍ସଏଥିରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିବା କାରଣରୁ କ୍ୟାନସର ଭଳି ରୋଗକୁ ଦୂରେଇ ରଖିଥାଏ।
ମଧୁମେହରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଏହାର ଫୁଲ ବେଶ୍ ଲାଭଦାୟକ। ଏହାକୁ ଖାଇବା ଫଳରେ ଇନସୁଲିନ ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ।
କଦଳୀ ଫୁଲ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ପ୍ରାକୃତିକ ଉପାୟରେ ଚିନ୍ତାକୁ କମ୍ କରିବାରେ ସହାୟକ ହୋଇଥାଏ।
କଦଳୀ ଫୁଲ ଖାଇବା ଯୋଗୁଁ ଶରୀରରେ ଥିବା ପାଥାଜେନିକ ନାମକ ବ୍ୟାକ୍ଟେରିଆର ବୃଦ୍ଧି ହୋଇପାରେ ନାହିଁ। ଏହି ବ୍ୟାକ୍ଟେରିଆ ଆମ ଶରୀରରେ ସଂକ୍ରମଣକୁ ବଢାଇଥାଏ।
ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳାମାନେ ଏହି ଫୁଲ ଖାଇବା ଉଚିତ୍। ଏହାକୁ ଖାଇବା ଫଳରେ କ୍ଷୀର ଗାଢ ହୋଇଥାଏ ଯାହା ଶିଶୁକୁ ପୋଷଣ ଦିଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।