Health Tips: ଫ୍ରିଜ୍‌ରେ ରଖି ଖାଉଛନ୍ତି କି ଏହି ଖାଦ୍ୟ? ସାବଧାନ; ନଚେତ୍ ମାଡ଼ି ବସିବ କ୍ୟାନ୍ସର

Health Tips: ଆମେ ସମସ୍ତେ ଅନେକ ଖାଦ୍ୟକୁ ଫ୍ରିଜରେ ଷ୍ଟୋର କରି ରଖୁଛେ ଆଉ ତାହାକୁ ପରେ ବ୍ୟବହାର କରୁଛେ। ହେଲେ ଏହିପରି କେତେକ ଖାଦ୍ୟ ରହିଛି ଯାହାକୁ ଫ୍ରିଜରେ ରଖି ଖାଇବା ଦ୍ୱାରା ତା'ର ଖରାପ ପ୍ରଭାବ ଆମ ଉପରେ ପଡ଼ିଥାଏ।

ଜାଣନ୍ତୁ କିଛି ଘରୋଇ ଟିପ୍ସ

ଜାଣନ୍ତୁ କିଛି ଘରୋଇ ଟିପ୍ସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Health Tips: ଆମେ ସମସ୍ତେ ସବୁବେଳେ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିଥାଉ, ହେଲେ ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀରକୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ମଧ୍ୟ ଆମେ ଗ୍ରହଣ କରୁନାହୁଁ।

ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁରୁ ଦୂରେଇବାକୁ ହେଲେ ଅନେକ ପ୍ରକାର ଖାଦ୍ୟପେୟର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ତେବେ ଆପଣ ମାନେ ଜାଣିଥିବେ ଆଜିକାଲିର ଲୋକ ପ୍ରାୟ ଖାଦ୍ୟକୁ ଫ୍ରିଜରେ ଷ୍ଟୋର କରି ରଖୁଛନ୍ତି ଆଉ ତାହାକୁ ପରେ ବ୍ୟବହାର କରୁଛନ୍ତି। ମାତ୍ର ଏହିପରି କେତେକ ଖାଦ୍ୟ ରହିଛି ଯାହାକୁ ଫ୍ରିଜରେ ରଖି ଖାଇବା ଦ୍ୱାରା ତା'ର ଖରାପ ପ୍ରଭାବ ଆମ ଉପରେ ପଡ଼ିଥାଏ ଏପରି କି ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ କରାଇପାରେ।

ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ...

୧. ବ୍ରେଡ଼- ପ୍ରାୟ ଘରେ ବ୍ରେଡ଼ ଓ ପାଉଁରୁଟିକୁ ବାହାରୁ ଆଣି ଲୋକ ଫ୍ରିଜରେ ଷ୍ଟୋର କରି ରଖିଥାନ୍ତି। ମାତ୍ର ଏହି ବ୍ରେଡ଼କୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୁଖିଯାଇ ଏବଂ ଏହାର ପ୍ରୋଟିନ ନଷ୍ଟ ହୋଇଯାଇ ଥାଏ। ତେଣୁ ଏହାକୁ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

୨. ଆଲୁ- ଯଦି ଆପଣ ଆଲୁକୁ ଫ୍ରିଜରେ ଷ୍ଟୋର କରି ରଖୁଛନ୍ତି ତେବେ ଏଥିରେ ଥିବା ଭିଟାମିନଟି ଥଣ୍ଡାରେ ରହି ନଷ୍ଟ ହୋଇଯାଏ। ଆଉ ଏହାକୁ ବ୍ୟବହାର କଲେ ଦେହ ଖରାପ ହୋଇଥାଏ।

ପଢ଼ନ୍ତୁ ଏହି ଖବର: ଯଦି ଫିଟ୍ ରଖିବାକୁ ଚାହୁଁଛନ୍ତି ଆପଣଙ୍କ କିଡନୀ; ଲାଇଫଷ୍ଟାଇଲ୍‌ରେ ସାମିଲ କରନ୍ତୁ ଏହି ୫ଟି ଟିପ୍ସ

୩. କଦଳୀ- ପ୍ରାୟ ଘରେ କଦଳୀକୁ ସମସ୍ତେ ଫ୍ରିଜରେ ରଖିଥାନ୍ତି। ମାତ୍ର ଏହାକୁ ଫ୍ରିଜରେ ରଖି ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବାର ସମ୍ଭାବନା ଅଧିକ ରହିଥାଏ।

୪. ସେଓ- ପ୍ରାୟ ଲୋକ ସେଓ ବା ଆପେଲକୁ ଆଣି ଫ୍ରିଜରେ ଷ୍ଟୋର କରି ରଖିଥାନ୍ତି ଆଉ ପରେ ତାହାକୁ ବ୍ୟବହାର କରନ୍ତି। ମାତ୍ର ଆମେ ଆପଣଙ୍କୁ ଜଣେଇ ଦେଉଛୁ କି ସେଓକୁ ଫ୍ରିଜରେ ରଖି ଖାଇବା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

୫. ମହୁ- ମହୁ ଏହିପରି ଏକ ଜିନିଷ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ମାତ୍ର ଯେତେବେଳେ ଆପଣ ଏହାକୁ ଅଧିକ ଦିନ ଧରି ଫ୍ରିଜରେ ଷ୍ଟୋର କରି ରଖିଥାନ୍ତି ତାହା ବିଷାକ୍ତ ହୋଇଯାଇଥାଏ।

୬. ପିଆଜ- ପିଆଜକୁ ଆମେ ନିତ୍ୟକର୍ମରେ ବ୍ୟବହାର କରିଥାଉ। ମାତ୍ର ଏହାକୁ ଯଦି ଆପଣ ଫ୍ରିଜରେ ରଖି ଖାଦ୍ୟରେ ବ୍ୟବହାର କରନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇଥାଏ।

୭. ଠିକ ସେହିପରି ଆପଣମାନେ ରସୁଣ, ଆଚାର, କୌଣସି ମଞ୍ଜି ବିଶିଷ୍ଟ ଫଳକୁ ଫ୍ରିଜରେ ରଖି ପରେ ଖାଦ୍ୟ ଭାବରେ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିମାର କରିବାର ସମ୍ଭାବନା ରହିଥାଏ। ତେଣୁ ଏହି ସବୁକୁ ଫ୍ରିଜରେ ଷ୍ଟୋର କରି ରଖନ୍ତୁ ନାହିଁ।
Published by:Lipina Das
First published: