News 18 Odia Digital
ଭୁବନେଶ୍ୱର: ଆପଣ ଘରର ବଡ ଲୋକଙ୍କଠାରୁ ଶୁଣିଥିବେ ଯେ, ଖାଇବା ମଝିରେ ପାଣି ପିଇବା ଉଚିତ୍ ନୁହେଁ । କିଛି ବ୍ୟକ୍ତି ଏହାକୁ ମାନିଥିବାବେଳେ ଆଉ କେତେଜଣ ଏହାକୁ ନମାନି ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ତେବେ ଏହା ପଛରେ କଣ ରହିଛି ସତ୍ୟତା । ଖାଦ୍ୟ ଖାଇବା ସମୟରେ ପାଣି ପିଇଲେ ଆମର କଣ ଅସୁବିଧା ହୁଏ ? ଆସନ୍ତୁ ଜାଣିବା ।
ଏକ ଘରୋଇ ଗଣମାଧ୍ୟମ ନ୍ୟୁଜରେ ପ୍ରକାଶିତ ତଥ୍ୟ ଅନୁଯାଇ, କିଛି ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ଏବଂ ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇନେବା ଉଚିତ୍ ବୋଲି ଆପଣ ନିଶ୍ଚୟ ଶୁଣିଥିବେ । ଖାଦ୍ୟ ଖାଇବା ସମୟରେ କିମ୍ବା ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।
ତେବେ ପ୍ରଥମେ ପାଚନ ତନ୍ତ୍ର ବିଷୟରେ ଜାଣିବାକୁ ହେବ । ଯେପରିକି ଖାଦ୍ୟ ପାଟିରେ ପ୍ରବେଶ କରିବା ମାତ୍ରେ ଆମେ ଏହାକୁ ଚୋବାଇବା ଆରମ୍ଭ କରିଦେଇଥାଉ ଫଳରେ ଗ୍ରନ୍ଥିଗୁଡ଼ିକ ଲାଳ ଉତ୍ପାଦନ ହେବା ସହ ଏନଜାଇମ୍ ପେଟରେ ଥିବା ଅମ୍ଳୀୟ ଗ୍ୟାଷ୍ଟ୍ରିକ୍ ରସ ସହିତ ମିଶି ଏକ ଘନ ତରଳ ସୃଷ୍ଟି କରିଥାଏ । ଏହି ତରଳ ପ୍ରଥମେ ଛୋଟ ଅନ୍ତନଳୀ ଦେଇ ଯାଇ ପୁଷ୍ଟିକର ଖାଦ୍ୟ ଗ୍ରହଣ କରେ । ଅତ୍ୟଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଯାହାଦ୍ୱାରା ଶରୀର ହାଇଡ୍ରେଟ ମଧ୍ୟ ହୋଇଥାଏ । କିନ୍ତୁ ଖାଇବା ମଝିରେ କିମ୍ବା ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ସାଲାଇବା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନଥାଏ ଯାହା ଫଳରେ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।
ଅନେକ ଲୋକ ଭାବନ୍ତି ଯେ, ପାଣି ପିଇବା ଦ୍ୱାରା ପେଟ ଏସିଡ୍ ଏବଂ ହଜମକାରୀ ଏନଜାଇମ୍ ମିଶ୍ରିତ ହୁଏ ଏବଂ ପରେ ସଠିକ୍ ଭାବରେ ହଜମ ହୁଏ । କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । କାରଣ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିଥାଏ । ଏହାର ଆଉ ଏକ ବଡ଼ ଅସୁବିଧା ହେଉଛି ପେଟ ବାହାରକୁ ଆସିବା ଆରମ୍ଭ କରିଥିବାବେଳେ ଶରୀର ଧୀରେ ଧୀରେ ମୋଟା ହେବା ଆରମ୍ଭ ହୋଇଯାଏ ଓ ଶରୀରର ଆକୃତି ମଧ୍ୟ ଖରାପ ହୋଇଯାଏ ।
ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍ । ଅଧ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ । ଖାଇବା ସମୟରେ ପାଣିକୁ ଖାଦ୍ୟ ସହିତ ରଖିବା ଉଚିତ୍ ଯଦି କେବେ ତଣ୍ଟିରେ କିଛି ଅଟକିଯାଏ ତେବେ ଯାଇ ଆପଣ ପାଣି ପିଇ ପାରିବେ ।
ଏହି ଖବର ପଢ଼ନ୍ତୁ -
ଫ୍ଲିପକାର୍ଟ ଦେଲା ଜବରଦସ୍ତ ଅଫର୍: ୧୨,୯୯୯ରେ ମିଳୁଛି ଆଇଫୋନ ୧୧ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।