News18 Odia Digital
How to check purity of milk: କ୍ଷୀର ଏକ ଏପରି ପଦାର୍ଥ ଯାହା ଦୈନନ୍ଦିନ ଜୀବନରେ ଅତ୍ଯନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ସେଥିପାଇଁ ଆପଣ ଜାଣିବା ଜରୁରୀ ଯେ, ଯେଉଁ କ୍ଷୀର ଆପଣ ପିଉଛନ୍ତି ତାହା ଶୁଦ୍ଧ କି ମିଶ୍ରିତ । କ୍ଷୀରରେ ମିଶ୍ରଣ ବାହାନାରେ ଲୋକମାନେ ପାଣି ବା ଡିଟରଜେଣ୍ଟ ପାଉଡର ମିଶାଇଦିଅନ୍ତି , ଯାହାକି ଆପଣଙ୍କ ଶରୀର ପ୍ରତି ବେଶ କ୍ଷତିକାରକ । ଏଭଳି କ୍ଷୀର କିଣିବା ପାଇଁ ପ୍ରଥମତଃ ପଇସା ଖର୍ଚ୍ଚ ସାଙ୍ଗକୁ ସ୍ୱାସ୍ଥ୍ଯ ମଧ୍ଯ ଖରାପ ହୋଇଥାଏ । କ୍ଷୀର ଅସଲି କି ନକଲି ଜାଣିବା ପାଇଁ କିଛି ଉପାୟ ଅଛି । ଆପଣ ଘରେ ମଧ୍ଯ ଏହାକୁ ପରୀକ୍ଷା କରିପାରିବେ ।
ଅନ୍ୟ ଖାଦ୍ୟ ସାମଗ୍ରୀ ପରି କ୍ଷୀରରେ ମଧ୍ୟ ଏବେ ମିଶ୍ରଣ କରାଯାଉଛି । ଆଉ ଏହି କ୍ଷୀର ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି କିଛି ପଦ୍ଧତି କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ଏହି ଅପମିଶ୍ରଣ କ୍ଷୀରକୁ ଚିହ୍ନଟ କରିପାରିବେ ।
କ୍ଷୀର ସାଧାରଣତଃ ମାଲ୍ଟୋଡେକ୍ସଟ୍ରିନ୍ ପାଉଡର, ରିଫାଇନ ତେଲ ଏବଂ ହାଇଡ୍ରୋଜେନ୍ ପେରକ୍ସାଇଡ୍ହୁ ମିଶ୍ରିତ କରାଯାଏ। ଏପରି ପରିସ୍ଥିତିରେ, ଆପଣ କ୍ଷୀରର ବାସ୍ନା କିମ୍ବା କ୍ଷୀରର ସ୍ୱାଦ ଦ୍ୱାରା ଏହାର ଶୁଦ୍ଧତା ଜାଣିପାରିବେ । ନକଲି କ୍ଷୀର ବହୁତ ପତଳା ହେଇଥାଏ । ତେବେ ଏହିଭଳି କିଛି ଉପାୟରେ ଆପଣ କ୍ଷୀରର ଶୁଦ୍ଧତା ଜାଣି ପାରିବେ ।
ବିଜେପି କାର୍ଯ୍ଯାଳୟରେ ନାଗ; ଶୁଭ-ଅଶୁଭ ନେଇ ହେଉଛି ଚର୍ଚ୍ଚାଶୁଦ୍ଧ କ୍ଷୀରକୁ ଚିହ୍ନିବା ପାଇଁ ଆପଣଙ୍କୁ ପ୍ରଥମେ କିଛି ବୁନ୍ଦା କ୍ଷୀରକୁ ଭୂମିରେ ପକାଇବାକୁ ପଡିବ। ଭୂମିରେ ୨-୩ ବୁନ୍ଦା କ୍ଷୀର ପକାଇ କ୍ଷୀର କିପରି ପ୍ରବାହିତ ହେଉଛି ତାହା ଯାଞ୍ଚ କରନ୍ତୁ । ଯଦି କ୍ଷୀର ଧୀରେ ଧୀରେ ଧଳା ଚିହ୍ନ ଛାଡି ପ୍ରବାହିତ ହୁଏ, ତେବେ ଏହି କ୍ଷୀର ଶୁଦ୍ଧ ଅଟେ । କିନ୍ତୁ ଯଦି କ୍ଷୀର ଭୂମିରେ ପଡ଼ିବା ମାତ୍ରେ ଶୀଘ୍ର ପ୍ରବାହିତ ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି ।
ଅପମିଶ୍ରଣ କ୍ଷୀରକୁ ଚିହ୍ନିବା ପାଇଁ ଆପଣ ଲିଟମସ୍ କାଗଜ ମଧ୍ୟ ବ୍ୟବହାର କରିପାରିବେ। ଲିଟମସ୍ କାଗଜରେ ଦୁଇ ବୁନ୍ଦା କ୍ଷୀର ପକାଇ ଯାଞ୍ଚ କର । ଯଦି ୟୁରିଆ କ୍ଷୀରରେ ମିଶ୍ରିତ ହୁଏ, ତେବେ ଲିଟମସ୍ କାଗଜର ରଙ୍ଗ ଲାଲରୁ ନୀଳ ରଙ୍ଗରେ ବଦଳିଯିବ । କିନ୍ତୁ ଯଦି କାଗଜର ରଙ୍ଗ ସମାନ ରହିଥାଏ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।