ସବୁବେଳେ AC ପବନରେ ରହିବାକୁ ଭଲ ପାଉଛନ୍ତି କି? ସାବଧାନ; କରୁଛି ଏହି କ୍ଷତି

AC Side Effects: ଏସି ରୁମରେ ଦୀର୍ଘ ଘଣ୍ଟା ବିତାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ଘଟାଇପାରେ। ଯଦି ଆପଣ ଏସିରେ ଅଧିକ ସମୟ ରହନ୍ତି, ତେବେ ଆପଣଙ୍କର ସଂକ୍ରମଣ ଏବଂ ଆଲର୍ଜି ଭଳି ସମସ୍ୟା ହୋଇପାରେ।

ସବୁବେଳେ AC ପବନରେ ରହିବାକୁ ଭଲ ପାଉଛନ୍ତି କି? ସାବଧାନ

ସବୁବେଳେ AC ପବନରେ ରହିବାକୁ ଭଲ ପାଉଛନ୍ତି କି? ସାବଧାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

AC Side Effects: ଆଜିକାଲି ଦେଶରେ ଉତ୍ତାପ୍ତ ଲହର (Heatwave) ଚାଲିଛି। ଉତ୍ତାପର ସମାନ ପ୍ରଭାବ ଆଜି ମଧ୍ୟ କେନ୍ଦ୍ରୀୟ ଭାରତରେ ଦେଖାଯାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରଠାରୁ ନେଇ ଅଫିସରେ ଏସି ପବନରେ (Air Condition) ରହିବାକୁ ବେଶ୍ ପସନ୍ଦ କରୁଛନ୍ତି। ଉତ୍ତାପକୁ ମାରିବା ଏବଂ ତାପମାତ୍ରାକୁ କମ୍ ରଖିବା ପାଇଁ ଏସି ଏକ ନିତିଦିନିଆ ଆବଶ୍ୟକତା ପାଲଟିଛି। ଅନେକ ଲୋକ ଏସି ବିନା କ୍ଷଣିକ ପାଇଁ ମଧ୍ୟ ବଞ୍ଚିପାରୁନାହାଁନ୍ତି।

ହେଲେ ଆପଣ ଜାଣନ୍ତି କି ଏସି ରୁମରେ ଦୀର୍ଘ ଘଣ୍ଟା ବିତାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ଘଟାଇପାରେ। ଯଦି ଆପଣ ଏସିରେ ଅଧିକ ସମୟ ରହନ୍ତି, ତେବେ ଆପଣଙ୍କର ସଂକ୍ରମଣ ଏବଂ ଆଲର୍ଜି ଭଳି ସମସ୍ୟା ହୋଇପାରେ।
ଆଜି ଆମେ ଆପଣଙ୍କୁ ଏପରି କିଛି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛ, ଯାହା ବିଷୟରେ ଜାଣିବା ଜରୁରୀ...

୧. ଶୁଖିଲା ଆଖି (Dry Eyes)

ଏସିରେ ଅଧିକ ସମୟ ବିତାଇବା ହେତୁ ଆପଣଙ୍କ ଆଖିର ପ୍ରଥମ ସମସ୍ୟା ସାମ୍ନା ହୋଇପାରେ। ଏସିରେ ରହିବା ଆପଣଙ୍କ ଆଖିକୁ ଡ୍ରାଏ କରିଦିଏ। ଆଖି ଶୁଖିବା ହେତୁ ଏଥିରେ କୁଣ୍ଡେଇ ହେବା ଏବଂ ଜଳିବା ସମସ୍ୟା ବଢ଼ିଯାଏ। ଏପରି ପରିସ୍ଥିତିରେ, ଡ୍ରାଏ ଆଇ ସିଣ୍ଡ୍ରୋମ ଥିବା ଯେକୌଣସି ବ୍ୟକ୍ତି ଏସିରେ ସମୟ ବିତାଇବା ଉଚିତ୍ ନୁହେଁ।

ଜଳର ଅଭାବ (Dehydration)

ଯେଉଁଠାରେ ଏସି ଆପଣଙ୍କୁ ଗରମରୁ ରକ୍ଷା କରେ, ଏହା ମଧ୍ୟ ଆପଣଙ୍କ ଶରୀରରୁ ଜଳ ଶୋଷିଥାଏ। ଏହା ଆପଣଙ୍କୁ ଡିହାଇଡ୍ରେସନର ଶିକାର କରିଥାଏ। ବାସ୍ତବରେ ଏସିର କାମ ହେଉଛି କେବଳ ରୁମର ଆର୍ଦ୍ରତା ଅବଶୋଷଣ କରିବା ନୁହେଁ ବରଂ ଏହା ଆପଣଙ୍କ ଶରୀର ସହିତ ସମାନ କାର୍ଯ୍ୟ ମଧ୍ୟ କରିଥାଏ। ଅଧିକ ସମୟ ଏସିରେ ରହିବା ଦ୍ବାରା ଡିହାଇଡ୍ରେସନ୍ ହୋଇପାରେ।

ମୁଣ୍ଡବିନ୍ଧା (Headache)

ଏଥିରେ ଦୀର୍ଘ ସମୟ ରହିଲେ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ସମସ୍ୟା ବଢ଼ିଯାଏ। ଏହା ଡିହାଇଡ୍ରେସନ୍ ଆଡକୁ ଯାଏ ଏବଂ ଡିହାଇଡ୍ରେସନ୍ ଅନେକ ସମୟରେ ମାଇଗ୍ରେନ୍ ଟ୍ରିଗର କରିଥାଏ। ଯେତେବେଳେ ଆପଣ ଗରମରୁ ସିଧାସଳଖ ଏସି ରୁମକୁ ପାଦ ଦିଅନ୍ତି କିମ୍ବା ଏସି ରୁମରୁ ବାହାରକୁ ଯାଆନ୍ତି, ସେତେବେଳେ ଏପରି ସମସ୍ୟା ଦେଖାଯାଏ।

ଚର୍ମ ସମସ୍ୟା (Dry Skin)

ଶୁଖିଲା ଆଖି ବ୍ୟତୀତ ଲୋକମାନେ ଶୁଷ୍କ ଚର୍ମର ସମସ୍ୟା ସହିତ ମଧ୍ୟ ସଂଘର୍ଷ କରିପାରନ୍ତି। ବାସ୍ତବରେ, ଏସିରେ ରହୁଥିବା ଲୋକଙ୍କ ପାଇଁ ଏହା ଏକ ସାଧାରଣ ସମସ୍ୟା। ଯେତେବେଳେ ବି ଆପଣଙ୍କ ଶରୀର ଡିହାଇଡ୍ରେଟ୍ ହୋଇଯାଏ, ଚର୍ମରେ ଆର୍ଦ୍ରତାର ଅଭାବ ଦେଖାଯାଏ ଏବଂ ଶୁଷ୍କ ଚର୍ମର ସମସ୍ୟା ଉପୁଜେ। ଶୁଖିଲା ଚର୍ମ ହେତୁ ଆପଣଙ୍କୁ କୁଣ୍ଡେଇ ହେବା ଏବଂ ଧଳା ଦାଗ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।

ପଢ଼ନ୍ତୁ ଏହି ଖବର:  ଯଦି ୪୦ ବର୍ଷ ପରେ ରହିବାକୁ ଚାହୁଁଛନ୍ତି ଫିଟ୍; ତେବେ ଆପଣାନ୍ତୁ ଏହି ଦମଦାର ଟିପ୍ସ

ଶ୍ୱାସ ରୋଗ (Breathing Problem)

ଏସିରେ ଅଧିକ ସମୟ ବିତାଇବାରେ ଶ୍ୱାସକ୍ରିୟାରେ ସମସ୍ୟା ବଢ଼ିପାରେ। ଯଦି ଆପଣଙ୍କର ଟିକିଏ ଶ୍ୱାସକ୍ରିୟାରେ ସମସ୍ୟା ଅଛି, ତେବେ ଏସିର ବ୍ୟବହାରକୁ ହ୍ରାସ କରନ୍ତୁ। ନଚେତ୍ ଏହା ଆପଣଙ୍କୁ ଅଧିକ ସମସ୍ୟାରେ ପକାଇ ପାରେ।
Published by:Lipina Das
First published: