News18 Odia Digital
Back Pain Causes: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଣ୍ଟା ବିନ୍ଧା(Back Pain) ସାଧାରଣ ସମସ୍ୟା। ଆମମାନଙ୍କ ଭିତରୁ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଆଘାତ, ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ନଇଁକି କାମ କରିବା, ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ସମସ୍ୟା ହେଉଛି। ତେବେ ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଏହି ଅଣ୍ଟା ବିନ୍ଧା ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟା ପଛରେ ଅନେକ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ଅଣ୍ଚା ବିନ୍ଧା ହେବାର 5 ଟି କାରଣ କଣ ରହିଛି...
ଗର୍ଭଧାରଣ(Pregnancy)- ମହିଳାମାନେ ପ୍ରେଗନେନ୍ସି ସମୟରେ ଅଣ୍ଟା ବିନ୍ଧା ସମସ୍ୟା ଦେଇ ଗତି କରିଥାନ୍ତି। ଏହି ସମୟରେ ପିଠି ଯନ୍ତ୍ରଣା ହେବା ସହ ଅଧିକ ଅଣ୍ଟା ତଳେ ଯନ୍ତ୍ରଣା ହୋଇଥାଏ। ଗର୍ଭାବସ୍ଥାରେ ଏହି ଯନ୍ତ୍ରଣା ଅଧିକ ବଢି ଯାଇଥାଏ।
ଅଷ୍ଟିଓପୋରୋସିସ୍(Osteoporosis)- ୪୦ ବର୍ଷ ଡେଇଁବା ପରେ ଅଷ୍ଟିଓପୋରୋସିସ୍ ବା ପୋଲା ହାଡ଼ ଏକ ସାଧାରଣ ସମସ୍ୟା। ଏହି ବୟସ ଅତିକ୍ରାନ୍ତ ହେବା ପରେ ପ୍ରାୟ ମହିଳାମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ସହ ପିଠି ଯନ୍ତ୍ରଣା ହେବାର ଅନେକ କାରଣ ଅଛି ଯେପରିକି ସ୍ପଣ୍ଡିଲାଇଟିସ୍, ମେରୁଦଣ୍ଡ ଷ୍ଟେନୋସିସ୍ ଓ ଡିଜେରେଟିଭ୍ ଇତ୍ୟାଦି ଦେଖା ଦିଏ।
ମୋଟାପଣ(Obesity)- ମୋଟାପଣ ମଧ୍ୟ ଅଣ୍ଟା ବିନ୍ଧା ହେବାର ଏକ ମୁଖ୍ୟ କାରଣ। ମହିଳାମାନେ ସଠିକ୍ ଜାବନଶୈଳୀ ଗ୍ରହଣ କରି ନିଜକୁ ସୁସ୍ଥ ରଖିବା ଉଚିତ୍ । ବସିଥିବା ସମୟରେ ମେରୁଦଣ୍ଡକୁ ସିଧା ରଖିବା ବସିବା ଉଚିତ୍। ଏହା ସହିତ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ।
ଋତୁସ୍ରାବ(Periods)- ମହିଳାମାନଙ୍କ ଋତୁସ୍ରାବ ବା ପିରିୟଡ୍ ସମ୍ୟୟରେ ଅଧିକ ଅଣ୍ଟା ବିନ୍ଧା ହୋଇଥାଏ। ଏହି ସମୟରେ ମହିଳାମାନଙ୍କ ପ୍ରତି ୧୦ ବର୍ଷରେ ଶାରୀରିକ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିଥାଏ।
ଅନିୟନ୍ତ୍ରିତ ଜୀବନଶୈଳୀ(Unhealthy Lifestyle)- ଆମ ସୁସ୍ଥ ଜୀବନଶୈଳୀରେ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଯେମିତିକି ଆମକୁ ପ୍ରତ୍ୟେକ ଦିନ ବ୍ୟାୟମ କରିବା ଉଚିତ୍ କିନ୍ତୁ ବ୍ୟସ୍ତତା ଭିତରେ ଆମେ ଏଥିପ୍ରତି ଧ୍ୟାନ ଦେଉନା। ଏ ନେଇ ମୋଟାପଣ ବୃଦ୍ଧି ପାଏ ଏବଂ ଅଣ୍ଟା ବନ୍ଧା ସମସ୍ୟା ମଧ୍ୟ ଦେଖାଦିଏ।
ଅଣ୍ଟାବିନ୍ଧାରୁ କେମିତି ପାଇବେ ମୁକ୍ତି (How To Get Rid from Back Pain)ସବୁଠୁ ସହଜ ଆଉ ସରଳ ଉପାୟ ହେଉଛି ପ୍ରତିଦିନ ବ୍ୟାୟାମ କରିବା। ଏହା ଦ୍ବାରା ପିଠି ଯନ୍ତ୍ରଣା ଓ ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିବ। ସୂଚନା ଆନୁସାରେ ସପ୍ତାହକୁ ୨ରୁ ୫ ଥର ବ୍ୟାୟାମ କରୁଥିବା ମହିଳାମାନଙ୍କ ପାଖରେ ଏହି ସମସ୍ୟା କମ୍ ଦେଖାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।