News18 Odia Digital
Vastu Tips: ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତାର ମହତ୍ବ ରହିଛି। ଘର ନିର୍ମାଣ ଠାରୁ ଆରମ୍ଭ କରି ଏହାର ସାଜସଜ୍ଜା ପର୍ଯ୍ୟନ୍ତ, ବାସ୍ତୁ ଯତ୍ନ ନିଆଯାଏ। ଶୋଇବା ଘରଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ନିର୍ମାଣରେ ଏହା ଗୁରୁତ୍ୱପୂର୍ଣ୍ଣ। ସେହିଭଳି ହିନ୍ଦୁ ଧର୍ମରେ କିଛି ଗଛ ବିଷୟରେ କୁହାଯାଇଛି, ଯାହାକୁ ନିଜ ଘରେ ଲଗାଇବା ଦ୍ବାରା ଆପଣଙ୍କ ଉପରେ ସବୁବେଳେ ରହିବ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ।
ବାସ୍ତୁ ଶାସ୍ତ୍ରରେ, ଏପରି ଅନେକ ଗଛ ବିଷୟରେ କୁହାଯାଇଛି, ଯାହା ଘରେ ସକାରାତ୍ମକ ଶକ୍ତି ବଜାଇ ରଖିଥାଏ। ଏହିପରି ଗଛ ମଧ୍ୟରୁ ଗୋଟିଏ ହେଉଛି ମୋରପଙ୍ଖି ଗଛ ଅର୍ଥାତ୍ peacock plant। ଘରେ ଏହାକୁ ଲଗାଇବା ଦ୍ବାରା ସୁଖ ଏବଂ ସମୃଦ୍ଧତା ରହିଥାଏ। ଭୋପାଳ ନିବାସୀ ଜ୍ୟୋତିଷ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ଅନୁଯାୟୀ ଘରେ ମୋରପଙ୍ଖି ଲଗାଇବାର ଉପକାରିତା ଆପଣଙ୍କୁ ଜଣାଇବା।
୧. ସକରାତ୍ମକ ଶକ୍ତି ବିସ୍ତାର: ବିଶ୍ବାସ କରାଯାଏ ଯେ ଘରେ ମୋରପଙ୍ଖି ଗଛ ଲଗାଇ ସକରାତ୍ମକ ଶକ୍ତି ବିସ୍ତାର ହୁଏ। ଏହି ଗଛ ନକାରାତ୍ମକ ଶକ୍ତିକୁ ଦୂର କରେ। ପାରସ୍ପରିକ ସମନ୍ୱୟ ଏବଂ ପ୍ରେମ ପରିବାରରେ ରହିଥାଏ ବଜାଇ ରଖେ। ଏହାକୁ ଘରେ ଲଗାଇବା ଦ୍ବାରା ପାରିପାରିକ କଳହ ହୁଏ ନାହିଁ।
୨. ଆର୍ଥିକ ସଙ୍କଟ ଦୂର କରେ: ମୋରପଙ୍ଖି ଗଛ ଆର୍ଥିକ ସଙ୍କଟ ଦୂର କରେ। ଧନ ଲାଭ ପାଇଁ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଉତ୍ତର ଦିଗରେ ଲଗାଇବା ଦ୍ବାରା ଦେବୀ ଲକ୍ଷ୍ମୀ ଘରେ ରୁହନ୍ତି।
୩. ସୁଖ ଏବଂ ଶାନ୍ତିର ବାସସ୍ଥାନ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ମୋରପଙ୍ଖି ଗଛ ଲଗାଇବା ଦ୍ୱାରା ଏହା ଘରେ ଆସୁଥିବା ବିପଦକୁ ସମାପ୍ତ କରିଥାଏ। ଏହା ସହିତ, ଏହା ଘରେ ସୁଖ ଏବଂ ଶାନ୍ତି ବଜାୟ ରଖେ। ଏହାକୁ ଘରେ ଲଗାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ବି ଠିକ ରହିଥାଏ।
ପଢ଼ନ୍ତୁ ଏହି ଖବର: Money mantra: ଟଙ୍କା ମାମଲାରେ କେମିତି ରହିବ ଆପଣଙ୍କ ଦିନ; ପଢ଼ନ୍ତୁ ଆଜିର ଆର୍ଥିକ ରାଶିଫଳ4. ବୃଦ୍ଧିର ବିକାଶ ହୁଏ: ବିଶ୍ବାସ କରାଯାଏ ଯେ ମୋରପଙ୍ଖି ଗଥ ଏତେ ସକାରାତ୍ମକ ଶକ୍ତି ଅଛି ଯେ ଏହାକୁ ଘରେ ଲଗାଇଲେ ପରିବାର ସଦସ୍ୟଙ୍କ ବୁଦ୍ଧି ବିକାଶ ହୁଏ। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ଜ୍ଞାନର ବିକାଶ କରେ। ଏହା ସହିତ, ଏହା ପରିବାର ସଦସ୍ୟଙ୍କ ମନ ମଧ୍ୟ କାର୍ଯ୍ୟ ପ୍ରତି ଧ୍ୟାନ ଦେଇଥାଏ। ଏହା ପିଲାମାନଙ୍କର ମନକୁ ତୀକ୍ଷ୍ଣ କରିଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।