ଭାରତ-ଚୀନ୍ ସୀମା ବିବାଦ ଉପରେ ଆମେରିକା ରଖିଛି କଡ଼ା ନଜର: ଅଧିକାରୀ

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାଙ୍କ ଦେଶ ଭାରତ ଓ ଚୀନ୍ ସୀମା ବିବାଦ (India-China Border Dispute) ଉପରେ ତୀକ୍ଷ୍ଣ ନଜର ରଖିଛି ଓ ସେ ଚାହୁଁନାହିଁ ଯେ ଉତ୍ତେଜନା ଆହୁରି ବୃଦ୍ଧି ପାଉ ।

ଭାରତ-ଚୀନ୍ ସୀମା ବିବାଦ ଉପରେ ଆମେରିକା ରଖିଛି କଡ଼ା ନଜର: ଅଧିକାରୀ
ଭାରତ-ଚୀନ୍ ସୀମା ବିବାଦ ଉପରେ ଆମେରିକା ରଖିଛି କଡ଼ା ନଜର: ଅଧିକାରୀ
  • News18 Odia
  • Last Updated: October 24, 2020, 4:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାଙ୍କ ଦେଶ ଭାରତ ଓ ଚୀନ୍ ସୀମା ବିବାଦ (India-China Border Dispute) ଉପରେ ତୀକ୍ଷ୍ଣ ନଜର ରଖିଛି ଓ ସେ ଚାହୁଁନାହିଁ ଯେ ଉତ୍ତେଜନା ଆହୁରି ବୃଦ୍ଧି ପାଉ । ଆସନ୍ତା ସପ୍ତାହରେ ନୂଆ ଦିଲ୍ଲୀରେ ଭାରତ ଓ ଆମେରିକା (India-America) ମଧ୍ୟରେ ହେବାକୁ ଥିବା ୨ ପ୍ଲସ ୨ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ପୂର୍ବରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସମୟରେ ଅଧିକାରୀ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ (Donald Trump Administration) ପ୍ରତିରକ୍ଷା ଉପକରଣ ବିକ୍ରୟ ବ୍ୟତୀତ ମିଳିତ ସାମରିକ ଅଭ୍ୟାସ ଓ ସୂଚନା ଆଦାନ ପ୍ରଦାନ ମାଧ୍ୟମରେ ଭାରତକୁ ସହଯୋଗ କରୁଛି ।

'ଚୀନ୍-ଭାରତ ସୀମାରେ ଉତ୍ତେଜନା ହ୍ରାସ ହେଉ'

ସେ କହିଛନ୍ତି ଯେ ଆମେ ଏକ ସରକାର ଭାବରେ ହିମାଳୟ ଅଞ୍ଚଳରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ । ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ପରିସ୍ଥିତି ଅଧିକ ଚାପଗ୍ରସ୍ତ ନହେଉ ।

ଏହି ଅଧିକାରୀ କହିଛନ୍ତି, “ଏହି ସବୁ ଅଂଚଳରେ ଅଞ୍ଚଳରେ ଭାରତ ସହିତ ସହଯୋଗ ଚାଲିଛି ଓ ଏହାକୁ କେବଳ ହିମାଳୟକୁ ଟେନସନ ଯୋଡାଯାଇ ଦେଖାଯିବା ଉଚିତ୍ ନୁହେଁ ।”

ଭାରତ ଓ ଚୀନ୍ ମଧ୍ୟରେ ଥିବା ପୂର୍ବ ଲଦ୍ଦାଖ ସୀମାରେ ଏହି ଅବରୋଧ ଚଳିତ ବର୍ଷ ମେ ମାସରୁ ଜାରି ରହିଛି । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । କୂଟନୈତିକ ଓ ସାମରିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ । ଅଗଷ୍ଟ ଶେଷ ସପ୍ତାହରେ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରିଥିଲା । ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଭାରତକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି । ସେ ଭାରତ ବିରୋଧରେ ବିଭିନ୍ନ ଲେଖା ଓ ମନ୍ତବ୍ୟଗୁଡିକ ପ୍ରକାଶନ କରିବା ଜାରି ରଖିଛନ୍ତି ।
Published by: Jagdish Barik
First published: October 24, 2020, 4:06 PM IST
corona virus btn
corona virus btn
Loading