ଆମେରିକା ଆୟୋଗ ରିପୋର୍ଟରେ ବଡ଼ ଖୁଲାସା - ଚୀନ୍ ସରକାର କରିଥିଲେ ଗାଲୱାନ୍ ଘଟଣାର ଯୋଜନା
ଆମେରିକୀୟ ଆୟୋଗର (American Commission) ରିପୋର୍ଟ ଅନୁଯାୟୀ ଚୀନ୍ ପଡୋଶୀ ଦେଶ ବିରୁଦ୍ଧରେ ଅଭିଯାନକୁ ତ୍ୱରାନ୍ୱିତ କରି ଜାପାନ ଓ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ସାମରିକ ବିବାଦ (Standoff) ପାଇଁ ଉତ୍ସାହିତ କରିଥିଲା ।

ଚୀନ୍ ସରକାର କରିଥିଲେ ଗାଲୱାନ୍ ଘଟଣାର ଯୋଜନା!
- News18 Odia
- Last Updated: December 2, 2020, 5:30 PM IST
ୱାଶିଂଟନ୍: ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ କମିଶନ ଏହାର ରିପୋର୍ଟରେ ଭାରତ ଓ ଚୀନ୍ ମଧ୍ୟରେ LAC ଉପରେ ଗାଲୱାନ୍ (Galwan) ଘଟଣା ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ କିଛି ତଥ୍ୟ ଅନୁଯାୟୀ ଚୀନ୍ ସରକାର ଗାଲୱାନ୍ ଘଟଣାର ଯୋଜନା କରିଥିଲେ । ଯେଉଁଥିରେ ସୈନିକ ମାନଙ୍କ ଜୀବନ ହରାଇବାର ସମ୍ଭାବନା ରହିଥିଲା । ଆମେରିକା-ଚୀନ୍ ଅର୍ଥନୈତିକ ସୁରକ୍ଷା ସମୀକ୍ଷା ଆୟୋଗର ରିପୋର୍ଟରେ ଏହା ପ୍ରକାଶ ପାଇଛି ଓ ଆମେରିକା ସଂସଦ ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଆମେରିକା ଆୟୋଗର ରିପୋର୍ଟ ଅନୁଯାୟୀ ଚୀନ୍ ବହୁ ବର୍ଷ ଧରି ପଡୋଶୀ ଦେଶ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରି ଜାପାନ ଓ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ସାମରିକ ବିବାଦ ପାଇଁ ଉତ୍ସାହିତ କରିଥିଲା । ରିପୋର୍ଟ ଅନୁଯାୟୀ ଚୀନ୍ର ଲକ୍ଷ୍ୟ ହେଉଛି ଭାରତକୁ ଏହାର ସୀମା ମଧ୍ୟରେ ଭିତ୍ତିଭୂମି ନିର୍ମାଣରୁ ନିବୃତ୍ତ କରିବା କିମ୍ବା ଭାରତକୁ ଆମେରିକା ପ୍ରତି ପ୍ରବୃତ୍ତି ବିଷୟରେ ଚେତାବନୀ ଦେବା । ତେବେ ଚୀନ୍ର ନିଷ୍ପତ୍ତି ପ୍ରଭାବହୀନ ଥିଲା ।
ଆମେରିକା-ଚୀନ୍ ଅର୍ଥନୈତିକ ଓ ସୁରକ୍ଷା ସମୀକ୍ଷା ଆୟୋଗ କ’ଣ?