ଟିଭି ଓ ଫ୍ରିଜ୍ ୧୨% ପର୍ଯ୍ୟନ୍ତ ମହଙ୍ଗା ହେଲା; ରିହାତି ଆଉ ମିଳୁନି; ଚୀନ୍ ହେଉଛି ଅସଲ କାରଣ!

TV, refrigerators become costlier | କଷ୍ଟମ ବିଭାଗ ଚୀନରୁ ଆସୁଥିବା ସମସ୍ତ ସାମଗ୍ରୀର ଯାଞ୍ଚ ଆରମ୍ଭ କରିଛି । ଏହି କାରଣରୁ ଯୋଗାଣ ଶୃଙ୍ଖଳା ବ୍ୟାହତ ହୋଇଛି । ସେଥି ପାଇଁ ଅଧିକାଂଶ କମ୍ପାନୀ ଏହି ବସ୍ତୁଗୁଡ଼ିକର ଦାମ୍ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଟିଭି ଓ ଫ୍ରିଜ୍ ୧୨% ପର୍ଯ୍ୟନ୍ତ ମହଙ୍ଗା ହେଲା; ରିହାତି ଆଉ ମିଳୁନି; ଚୀନ୍ ହେଉଛି ଅସଲ କାରଣ!
ଡଲାର ତୁଳନାରେ ଟଙ୍କା ମୂଲ୍ୟର ଦୁର୍ବଳତା ବି ଏମିତି ହେବାର ଆଉ ଗୋଟେ କାରଣ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନାର (India-China tension) ପ୍ରଭାବ ବର୍ତ୍ତମାନ ଭାରତୀୟ ବଜାରରେ ଦେଖାଯାଇଛି । ଗୋଟିଏ ପଟେ ସୋସିଆଲ ମିଡିଆରେ ଚୀନରେ ତିଆରି ହୋଇଥିବା ବସ୍ତୁଗୁଡ଼ିକୁ (Chinese goods) ବୟକଟ୍‌ କରିବା ପାଇଁ ଏକ ଅଭିଯାନ ଚାଲିଛି, ଅନ୍ୟ ପଟେ ଭାରତୀୟ ବଜାରରେ ମୋବାଇଲ୍ ଫୋନ୍‌, ଟାବଲେଟ୍, ଟିଭି ଓ ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀର ଉପଲବ୍ଧତା ପ୍ରଭାବିତ ହେଉଛି ।

କଷ୍ଟମ ବିଭାଗ ଚୀନରୁ ଆସୁଥିବା ସମସ୍ତ ସାମଗ୍ରୀର ଯାଞ୍ଚ ଆରମ୍ଭ କରିଛି । ଏହି କାରଣରୁ ଯୋଗାଣ ଶୃଙ୍ଖଳା (Supply chain of Chinese goods) ବ୍ୟାହତ ହୋଇଛି । ସେଥି ପାଇଁ ଅଧିକାଂଶ କମ୍ପାନୀ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଏହି ଇଲେକ୍ଟ୍ରୋନିକ୍‌ ସାମଗ୍ରୀଗୁଡ଼ିକର ଯୋଗାଣ ବନ୍ଦ ହେବା କାରଣରୁ ଅନେକ କମ୍ପାନୀ ସେଗୁଡ଼ିକ ଉପରେ ପୂର୍ବରୁ ଚାଲିଥିବା ରିହାତି ଦେବା ବି ବନ୍ଦ କରି ଦେଇଛନ୍ତି । ଡଲାର ତୁଳନାରେ ଟଙ୍କା ମୂଲ୍ୟର ଦୁର୍ବଳତା ବି ଏମିତି ହେବାର ଆଉ ଗୋଟେ କାରଣ । ଏଥି ସହିତ ବର୍ତ୍ତମାନ କୁହାଯାଉଛି ଯେ ନୂଆ ମୋବାଇଲ୍ ହ୍ୟାଣ୍ଡସେଟ୍ ଓ ଟିଭି ଇତ୍ୟାଦି ଲଞ୍ଚ ହେବାରେ ବି ବିଳମ୍ବ ହୋଇପାରେ ।

ଭାରତ ୮୦ ପ୍ରତିଶତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଆମଦାନୀ କରେ

ଭାରତରେ ବିକ୍ରି ହେଉଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ଦେଶକୁ ଆମଦାନୀ ହୋଇଥାଏ । ଟିସପ୍ଲେ ପ୍ୟାନେଲ ଓ ପ୍ରିଣ୍ଟେଡ୍‌ ସର୍କିଟ ବୋର୍ଡ଼ ପାଇଁ ଭାରତକୁ ସମ୍ପୂର୍ଣ୍ଣ ରୂପେ ଚୀନରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼େ । ଏ ଭଳି ପରିସ୍ଥିତିରେ ଚୀନରୁ ସାମଗ୍ରୀ ଆମଦାନୀ ବନ୍ଦ ହେବା ଯୋଗୁଁ ଘରୋଇ ଶିଳ୍ପ ବି ପ୍ରଭାବିତ ହେଉଛି ।

ସିଆଓମି ଇଣ୍ଡିଆର ନୂଆ ଫୋନର ଷ୍ଟକ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଶେଷ ହୋଇଯାଇଥିଲା ।


ସ୍ମାର୍ଟଫୋନର ଚାହିଦା ଢ଼ିଲା

ନିକଟରେ ଚାନର ସ୍ମାର୍ଟଫୋନ୍ କମ୍ପାନୀ ଅନଲାଇନରେ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା । ସିଆଓମି ଇଣ୍ଡିଆର (Xiaomi India) ମୁଖ୍ୟ ମନୁ ଜୈନ୍‌ କହିଛନ୍ତି ଯେ ଏହି ଫୋନର ଷ୍ଟକ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଶେଷ ହୋଇଯାଇଥିଲା । କେତେକ କମ୍ପାନୀ ଭାରତରେ ବିକ୍ରି ଚାହିଦାକୁ ପୂରଣ କରିବା ପାଇଁ ସେମାନଙ୍କ ଆମଦାନୀର ସାହାଯ୍ୟ ନେଉଛନ୍ତି,  ବିଶେଷକରି ସ୍ମାର୍ଟଫୋନ୍ ସେଗମେଣ୍ଟରେ କାରଣ ଭାରତରେ ସେମାନଙ୍କ ଫ୍ୟାକ୍ଟ୍ରିଗୁଡ଼ିକରେ କାମ ଏ ପର୍ଯ୍ୟନ୍ତ ଠିକ୍‌ ଢଙ୍ଗରେ ଆରମ୍ଭ ହୋଇ ପାରିନାହିଁ ।

ପୂର୍ବ ଲଦ୍ଦାଖରେ (Ladakh) ଭାରତ-ଚୀନ୍‌ (India-China) ସୀମାରେ ଜାରି ରହିଥିବା ଉତ୍ତେଜନାମୂଳକ ସ୍ଥିତି ଏବେ ଯୁଦ୍ଧର ପୂର୍ବାଭାଷ ପରି ମନେହେଉଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ତ ଲଗାତାର ଜାରି ରହିଥିବା ବେଳେ ଏ ଯାଏ କୌଣସି ସମାଧାନର ରାସ୍ତା ବାହାରିନାହିଁ, ମାତ୍ର ଉଭୟ ଦେଶ ଦ୍ୱାରା ସୀମାକୁ ଯୁଦ୍ଧ ସରଞ୍ଜାମ ଯୋଗାଣ ଯୋଗୁଁ ଏବେ ଏଲ୍‌ଏସିରେ (Line of Actual Control-LAC) ଯୁଦ୍ଧ ଭଳି ସ୍ଥିତି ଦେଖାଯାଉଛି ।

ଏହା ବି ପଢ଼ନ୍ତୁ: ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଦୁଇ ଦିନ ତଳେ ଖବର ଆସିଥିଲା ଯେ ଚୀନ୍ (China) ଭାରତ ସହିତ ସାମରିକ ଓ କୂଟନୈତିକ କଥାବାର୍ତ୍ତା (India-China border dispute) ଜାରି ରଖିଥିବା ବେଳେ ପେଙ୍ଗୋଙ୍ଗ୍‌ ସୋ, ଗାଲୱାନ୍ ଉପତ୍ୟକା (Galwan Valley) ଓ ପୂର୍ବ ଲଦ୍ଦାଖରେ (Ladakh) ଥିବା ଅନ୍ୟ ସଙ୍ଘର୍ଷ ସ୍ଥାନରେ ନିଜର ସାମରିକ ଉପସ୍ଥିତି ବଢ଼ାଉଛି । ଏହି ଘଟଣା ବିଷୟରେ ଅବଗତ ଥିବା ଲୋକେ ଏହି ସୂଚନା ଦେଇଥିଲେ । ସେମାନେ କହିଥିଲେ ଯେ ଚୀନ୍ ଗାଲୱାନ୍ ଉପତ୍ୟକାରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏହା ପରେ ଭାରତ ବର୍ତ୍ତମାନ ନିଜର ନୂତନ ରଣନୀତି ଅନୁସାରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି ।
First published: June 27, 2020, 8:38 PM IST
corona virus btn
corona virus btn
Loading