ଏହି ସଂସ୍କୃତ ଶ୍ଳୋକ କହି ପ୍ରଧାନ ମନ୍ତ୍ରୀ ମୋଦି ଚୀନକୁ ଟାର୍ଗେଟ କଲେ, ‘ଉଚିତ ଜବାବ’ ବୋଲି କହିଲେ

ମୋଦି କହିଛନ୍ତି ଯେ ଭାରତ ଆଡ଼କୁ ଆଖି ଉଠାଇ ଦେଖୁଥିବା ଲୋକଙ୍କୁ ଜବରଦସ୍ତ ଜବାବ ମିଳିଛି । ‘‘ଭାରତ ବନ୍ଧୁତା ବଜାୟ ରଖିବା ଜାଣେ, ଆଉ ଆଖିରେ ଆଖି ରଖି କେମିତି ସଠିକ୍ ଉତ୍ତର ଦିଆଯାଏ ତାହା ବି ଜାଣେ,’’ ସେ କହିଛନ୍ତି ।

ଏହି ସଂସ୍କୃତ ଶ୍ଳୋକ କହି ପ୍ରଧାନ ମନ୍ତ୍ରୀ ମୋଦି ଚୀନକୁ ଟାର୍ଗେଟ କଲେ, ‘ଉଚିତ ଜବାବ’ ବୋଲି କହିଲେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ‘ମନ କି ବାତ୍‌’ (Mann Ki Baat) କାର୍ଯ୍ୟକ୍ରମରେ ଲଦ୍ଦାଖରେ (Ladakh) ଚୀନ୍ ସେନା ସହିତ ହୋଇଥିବା ଭାରତୀୟ ସୈନିକଙ୍କ ସଙ୍ଘର୍ଷ ବିଷୟରେ ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି, ‘‘ଭାରତ ଆଡ଼କୁ ଆଖି ଉଠାଇ ଦେଖୁଥିବା ଲୋକଙ୍କୁ ଜବରଦସ୍ତ ଜବାବ ମିଳିଛି । ଭାରତ ବନ୍ଧୁତା ବଜାୟ ରଖିବା ଜାଣେ, ଆଉ ଆଖିରେ ଆଖି ରଖି କେମିତି ସଠିକ୍ ଉତ୍ତର ଦିଆଯାଏ ତାହା ବି ଜାଣେ ।’’

ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି ଏକ ସଂସ୍କୃତ ଶ୍ଳୋକ ମାଧ୍ୟମରେ ଚୀନକୁ ଟାର୍ଗେଟ କରିଛନ୍ତି । ଚୀନକୁ ଚେତାବନୀ ଦେଇ ପ୍ରଧାନ ମନ୍ତ୍ରୀ କହିଛନ୍ତି,

‘‘ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ ।

ଖଳସ୍ୟ ସାଧୋଃ ବିପରୀତମ୍‌ ଏତତ୍‌, ଜ୍ଞନାୟ ଦାନାୟ ଚ ରକ୍ଷଣାୟ ।।

ଏହି ଶ୍ଳୋକର ଅର୍ଥ ହେଉଛି, ‘‘ସ୍ୱଭାବରେ ଦୁଷ୍ଟ ହୋଇଥିବା ବ୍ୟକ୍ତି ବିଦ୍ୟାକୁ ବିବାଦରେ ବ୍ୟବହାର କରେ, ଧନକୁ ଗର୍ବରେ ବ୍ୟବହାର କରୋ, ଆଉ ଶକ୍ତିକୁ ଅନ୍ୟକୁ ଆଘାତ ଦେବାରେ ବ୍ୟବହାର କରେ । କିନ୍ତୁ ସଜ୍ଜନମାନେ ବିଦ୍ୟାକୁ ଜ୍ଞାନରେ, ଧନକୁ ଅନ୍ୟର ସହାୟତାରେ ଓ ଶକ୍ତିକୁ ଅନ୍ୟର ସୁରକ୍ଷାରେ ବ୍ୟବହାର କରନ୍ତି ।’’

ପ୍ରଧାନ ମନ୍ତ୍ରୀ ମୋଦି ଏହା ବି କହିଛନ୍ତି, ‘‘ଭାରତ ସର୍ବଦା ନିଜ ଶକ୍ତି ଏହି ଭାବନା ସହିତ ବ୍ୟବହାର କରିଆସୁଛି । ଭାରତର ସଂକଳ୍ପ ହେଉଛି ନିଜ ଆତ୍ମସମ୍ମାନ ଓ ସାର୍ବଭୌମତ୍ୱ ରକ୍ଷା କରିବା… ଭାରତର ଲକ୍ଷ୍ୟ ହେଉଛି ଆତ୍ମନିର୍ଭରଶୀଳ ଭାରତ ହେବା, ଭାରତର ପରମ୍ପରା ହେଉଛି ବିଶ୍ୱାସ ଓ ବନ୍ଧୁତା ନିଭାଇବା । ଭାରତର ଭାବନା ହେଉଛି ଭ୍ରାତୃତ୍ୱ । ଆମେ ଏହି ଆଦର୍ଶଗୁଡ଼ିକ ସହିତ ଆଗକୁ ବଢ଼ି ଚାଲିବୁ ।’’

‘ମନ୍‌ କୀ ବାତ୍‌’ରେ ପ୍ରଧାନ ମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘‘ବନ୍ଧୁଗଣ, ଆମର ଏଠି କୁହାଯାଏ - ସୃଷ୍ଟି ଅନନ୍ତ, ସୃଷ୍ଟି ନିରନ୍ତର । ଏହି ସନ୍ଦର୍ଭରେ ମୋ’ର ଏକ ଗୀତର କିଛି ଧାଡ଼ି ମନେପଡ଼ୁଛି…

‘‘ୟହ କଲ-କଲ ଛଲ-ଛଲ ବେହତୀ, କ୍ୟା କେହତୀ ଗଙ୍ଗା ଧାରା?

ୟୁଗ୍‌-ୟୁଗ୍‌ ସେ ବେହତା ଆତା, ୟହ ପୂଣ୍ୟ ପ୍ରୱାହ ହମାରା…

ସେହି ଗୀତରେ ଆଗକୁ ଅଛି

‘‘କ୍ୟା ଉସକୋ ରୋକ୍‌ ସକେଙ୍ଗେ, ମିଟନେୱାଲେ ମିଟ୍‌ ଯାଏଁ,

କଙ୍କଡ଼-ପତ୍ଥର୍‌ କୀ ହସ୍ତୀ, କ୍ୟା ବାଧା ବନ୍‌ କର୍‌ ଆଏ?’’

(ଅର୍ଥାତ୍‌: କଳକଳ ହୋଇ ଛଳଛଳ ପ୍ରବାହିତ ହେଉଥିବା ଗଙ୍ଗାର ଧାରା କ’ଣ କହେ? / ଆମର ଏହି ପୁଣ୍ୟ ପ୍ରବାହ ଯୁଗ ଯୁଗ ହେଲା ପ୍ରବାହିତ ହୋଇଆସୁଛି ।/ ତାକୁ କ’ଣ କେହି ଅଟକାଇ ପାରିବ? ସେମାନେ ସବୁ ଲିଭିଯିବେ । / ପଥର ଓ କଙ୍କଡ଼ର ଲୋକେ କ’ଣ ବାଧା ସୃଷ୍ଟି କରିପାରିବେ?)

ପଶ୍ଚିମ ବଙ୍ଗର ବୀରଭୁମରେ ସହିଦ ସୈନିକ ରାଜେଶ ଓରାଙ୍ଗଙ୍କ ଶବ ସତ୍କାର ହେଉଛି । (ପିଟିଆଇ)


ସେ କହିଛନ୍ତି ଯେ ଭାରତରେ ଯେବେ ବି କୌଣସି ବଡ଼ ଧରଣର ସଙ୍କଟ ଆସିଛି, ସମସ୍ତ ବାଧାବିଘ୍ନକୁ ହଟାଇ ପୁଣି ଅନେକ ସୃଜନ ହୋଇଛି । ନୂଆ ସାହିତ୍ୟ ରଚନା ହୋଇଥି, ନୂଆ ଗବେଷଣା କରାଯାଇଛି, ନୂଆ ସିଦ୍ଧାନ୍ତ ଠିଆ କରାଯାଇଛି, ଅର୍ଥାତ୍ ସଙ୍କଟ ସମୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଜାରି ରହିଛି ଓ ଆମ ସଂସ୍କୃତି ପୁଷ୍ପିତ-ପଲ୍ଲବିତ ହୋଇଆସିଛି । ଦେଶ ଆଗକୁ ବଢ଼ି ଚାଲିଛି ।

ଏହା ବି ପଢ଼ନ୍ତୁ: ଭାରତ-ଚୀନ୍‌ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ପରି ଲାଗୁଛି; ଲଦ୍ଦାଖରେ କମୁନାହିଁ ଉତ୍ତେଜନା

‘‘ଭାରତ ସବୁ ବେଳେ ସଙ୍କଟକୁ ସଫଳତାର ସିଡ଼ିରେ ପରିଣତ କରିଛି । ଏହି ଭାବନା ​​ସହିତ ଆମକୁ ଆଜି ବି ଏହି ସମସ୍ତ ସଙ୍କଟ ମଧ୍ୟରେ ଆଗକୁ ବଢ଼ିବାକୁ ପଡ଼ିବ । ଆପଣ ବି ଏହି ଧାରଣା ସହିତ ଆଗକୁ ବଢ଼ିବେ । ୧୩୦ କୋଟି ଦେଶବାସୀ ଆଗକୁ ବଢ଼ିବେ । ଏହି ବର୍ଷ ଦେଶ ପାଇଁ ଏକ ନୂତନ ରେକର୍ଡ଼ ବୋଲି ପ୍ରମାଣିତ ହେବ । ଏହି ବର୍ଷ ଦେଶ ନୂଆ ଲକ୍ଷ୍ୟ ହାସଲ କରିବ, ନୂଆ ଉଚ୍ଚତାକୁ ଛୁଇଁବ,’’ କହିଛନ୍ତି ମୋଦି ।

ଏହା ବି ପଢ଼ନ୍ତୁ: ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ ତାଙ୍କୁ ୧୩୦ କୋଟି ଦେଶବାସୀଙ୍କ ଶକ୍ତି ଉପରେ ଓ ଦେଶର ମହାନ ପରମ୍ପରା ପୂରା ବିଶ୍ୱାସ ଅଛି । ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଲଦ୍ଦାଖରେ ଚୀନ୍ ସହିତ ହିଂସାତ୍ମକ ସଙ୍ଘର୍ଷରେ ସଦିଦ ହୋଇଥିବା ଆମର ସାହସୀ ସୈନିକମାନଙ୍କ ବୀରତ୍ୱ ପ୍ରତି ସମଗ୍ର ଦେଶ ନତମସ୍ତକ ଅଛି ଓ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ କହିଛନ୍ତି ଯେ ଏହି ସାଥୀମାନଙ୍କ ପରିବାର ପରି ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛନ୍ତି ।
First published: June 28, 2020, 7:43 PM IST
corona virus btn
corona virus btn
Loading