News18 Odia Digital
ନୂଆ ଦିଲ୍ଲୀ:ପୂର୍ବ ଲଦ୍ଦାଖରେ (East Ladakh) ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (Ajit Doval) ରବିବାର ଦିନ ଇସାରା ଇସାରାରେ ଚୀନ୍ (China) ରୁ ପାକିସ୍ଥାନ (Pakistan) ପର୍ଯ୍ୟନ୍ତ ଚେତାବନୀ ଦେଇଛନ୍ତି । ଡୋଭାଲ (Ajit Doval) ଶତ୍ରୁ ଦେଶ ମାନଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି ଯେ ଇତିହାସ ସାକ୍ଷୀ ଅଛି ଯେ ଭାରତ (India) କେବେବି କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ କିନ୍ତୁ ଏହା ନିଶ୍ଚିତ ଯେ ଯେଉଁଠାରୁ ବିପଦ ଆସିବ ସେଠାରେ ଦୃଢ଼ ଜବାବ ଦିଆଯିବ । ବିଜୟାଦଶମୀର ଏକ ସ୍ୱତନ୍ତ୍ର ଉତ୍ସବରେ ଉତ୍ତରାଖଣ୍ଡର ଋଷିକେଶରେ ପାରମର୍ଥ ନିକେତନଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ଆମେ ସେଠାରେ ଲଢ଼ିବୁ ଯେଉଁଠାରେ ଆପଣଙ୍କ ଇଛା ହେବ ଏହା ଜରୁରୀ ନୁହେଁ । ସେ କହିଛନ୍ତି ଯେ ସେହିଠାରୁ ଯୁଦ୍ଧ ଲଢ଼ିବୁ ଯେଉଁଠାରେ ଆମେ ବିପଦ ଅନୁଭବ କରିବୁ।
ଡୋଭାଲ କହିଛନ୍ତି ଯେ ଆମେ ଯୁଦ୍ଧ ତ କରିବୁ, ନିଜ ମାଟିରେ କରିବୁ ଓ ବାହାର ମାଟିରେ ବି ମଧ୍ୟ କରିବୁ କିନ୍ତୁ ଆମର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ ଦେଶର ସୁରକ୍ଷା ପାଇଁ । NSA ଡୋଭାଲ କହିଛନ୍ତି ଯେ ଭାରତ ଏକ ସଭ୍ୟ ଦେଶ, ଯାହାର ପ୍ରମାଣ ପ୍ରାଚୀନ କାଳରୁ ବିଦ୍ୟମାନ ରହିଆସିଛି । ସେ କହିଛନ୍ତି ଯେ ଯଦିଓ 1947 ମସିହାରେ ଭାରତ ସୃଷ୍ଟି ହୋଇଥିଲା, ତଥାପି ସମଗ୍ର ବିଶ୍ୱ ପ୍ରାଚୀନ ଭାରତୀୟ ଜ୍ଞାନ ଏବଂ ବିଜ୍ଞାନ ଉପରେ ବିଶ୍ୱାସ କରିଆସୁଛି ।
ଡୋଭାଲ କହିଛନ୍ତି ଯେ ସମୃଦ୍ଧ ସଂସ୍କୃତି ଓ ସଭ୍ୟତା ଯୋଗୁଁ ଭାରତ କୌଣସି ଧର୍ମ କିମ୍ବା ଭାଷାରେ ବାନ୍ଧି ହୋଇ ନାହିଁ । ବରଂ ଏହି ମାଟିରେ ବସୁଧୈବ କୁଟୁମ୍ବକମଙ୍କ ଓ ମନୁଷ୍ୟର ଭଗବାନଙ୍କ ଅଂଶର ଉପସ୍ଥିତିର ପ୍ରଚାର ଓ ପ୍ରସାର ହୋଇଛି । ଭାରତକୁ ଏକ ଦେଶ ଭାବରେ ଶକ୍ତିଶାଳୀ କରିବା ଓ ଏହାକୁ ସାଂସ୍କୃତିକ କରିବାରେ ଏଠାରେ ସାଧୁ ଓ ମହାତ୍ମାଙ୍କର ଏକ ବଡ଼ ଅବଦାନ ରହିଛି । ଭାରତର ବିଭିନ୍ନ ସମୟରେ ସାଧୁମାନେ ଭାରତର ରାଷ୍ଟ୍ର ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଡୋଭାଲଙ୍କ ବିବୃତ୍ତି ଉପରେ ସରକାର ସ୍ପଷ୍ଟୀକରଣଏନଏସଏ ଡୋଭାଲ ବିବୃତ୍ତି ଉପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଚାଇନା ବିଷୟରେ NSA ର ବିବୃତ୍ତି ଦିଆଯାଇ ନାହିଁ ବରଂ ଏହା ଭାରତର ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ଦିଆଯାଇଛି । ତେବେ ଡୋଭାଲଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତ କୌଣସି ଦେଶକୁ ଭୟ କରେ ନାହିଁ ଓ ଯୁଦ୍ଧର କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।