News18 Sentimeter ସର୍ଭେ: ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ପରେ ଚୀନ୍ ବିଷୟରେ କ’ଣ ଭାବୁଛୁ ଆମେ?

ଲଦ୍ଦାଖରେ ୨୦ ଜଣ ଭାରତୀୟ ସୈନିକ ସହିଦ ହେବା ପର ଠାରୁ ସାରା ଦେଶରେ ଚୀନ୍ ପ୍ରତି କ୍ରୋଧ ଆସିଛି । ଲୋକେ ଚାଇନିଜ୍ ସାମଗ୍ରୀର ବୟକଟ୍ କରିବେ ବୋଲି କହିଛନ୍ତି । News18 ସାରା ଭାରତରେ କରିଥିବା ସର୍ଭେରୁ ଦେଶବାସୀଙ୍କ ମନର କଥା ଜଣାପଡ଼ିଛି ।

ଚୀନ୍ ସେନା ସହ ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସାମରିକ କର୍ମଚାରୀ ସହିଦ ହୋଇଥିଲେ ।

ଚୀନ୍ ସେନା ସହ ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସାମରିକ କର୍ମଚାରୀ ସହିଦ ହୋଇଥିଲେ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖର (East Ladakh) ଗାଲୱାନ ଉପତ୍ୟକାରେ (Galwan Valley) ୨୦ ଜଣ ଭାରତୀୟ ସୈନିକଙ୍କୁ ଚୀନ୍‌ ସେନା ହତ୍ୟା କରିବା ପରେ (Indian soldiers killed by Chinese Army) ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏହି ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସାମରିକ କର୍ମଚାରୀ ସହିଦ ହୋଇଥିଲେ । ପ୍ରାୟ ୭୬ ଜଣ ସୈନିକ ଏହି ସଙ୍ଘର୍ଷରେ ଆହତ ବି ହୋଇଥିଲେ । ଚୀନର ଏହି କାର୍ଯ୍ୟ ପର ଠାରୁ ସାରା ଦେଶରେ ଲୋକଙ୍କ ମନରେ କ୍ରୋଧ ଆସିଛି । ଲୋକେ ଚୀନର ସାମଗ୍ରୀର ବୟକଟ୍‌ କରିବା ଉଚିତ ବୋଲି କହୁଛନ୍ତି । ଏଭଳି ପରିସ୍ଥିତିରେ ଏକ ସର୍ଭେରେ ଆମେ ଚୀନ୍ ବିଷୟରେ ଭାରତ ସାରା ଲୋକଙ୍କ ସାମନାରେ ଅନେକ ପ୍ରଶ୍ନ ଉଠାଇଥିଲୁ, ଯାହାର ଫଳାଫଳ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଗତ ୧୫ ଦିନ ମଧ୍ୟରେ ଚୀନ୍ ବିଷୟରେ ଦେଶର ଲୋକଙ୍କ ମନ କଥା ଜାଣିବା ପାଇଁ News18 ପକ୍ଷରୁ ହୋଇଥିବା ଏହା ଦ୍ୱିତୀୟ ସର୍ଭେ । ପ୍ରଥମ ସର୍ଭେର ଫଳାଫଳ ଜୁନ୍‌ ୯ରେ ପ୍ରକାଶ ପାଇଥିଲା ।

ନେଟୱାର୍କ୧୮ ର ସମସ୍ତ ୱେବସାଇଟ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ସର୍ଭେ କରାଯାଇଥିଲା । ଏଥିରେ ସାମିଲ୍‌ ଥିଲେ CNN ନ୍ୟୁଜ୍୧୮, ନ୍ୟୁଜ୍୧୮ଇଣ୍ଡିଆ, ନ୍ୟୁଜ୍୧୮ ଲେଙ୍ଗୁଏଜେସ୍‌, ମନି କଣ୍ଟ୍ରୋଲ୍ ଓ ଫର୍ଷ୍ଟ୍‌ ପୋଷ୍ଟ । ଏହି ସର୍ଭେ ଜୁନ୍ ୧୯ ମଧ୍ୟାହ୍ନ ୧୨ଟାରୁ ଜୁନ୍ ୨୦ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କରାଯାଇଥିଲା । ଯେଉଁଥିରେ ଲୋକଙ୍କୁ ନଅଟି ପ୍ରଶ୍ନ ପଚରାଯାଇଥିଲା । ଉଦାହରଣ ସ୍ଵରୁପ ‘‘ଆପଣ ଚାଇନିଜ୍ ସାମଗ୍ରୀକୁ ବୟକଟ୍‌ କରିବେ କି, ଏପରିକି ଯଦି ଆପଣଙ୍କୁ ଏହା ଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ?’’ ଓ ‘‘ଆପଣ ଚାଇନିଜ୍ ଆପ୍ ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବା ବନ୍ଦ କରିବେ କି?’’

‘‘ଟୀନ୍‌ ସେନା ହାତରେ ୨୦ ଜଣ ଭାରତୀୟ ସୈନିକଙ୍କ ହତ୍ୟା ପରେ ଓ ବେଜିଂ ଠାରୁ ମିଳିଥିବା ଏହି ପ୍ରତାରଣା ପରେ ଆପଣ ପୁଣି ଥରେ ଚୀନ୍ ଉପରେ ବିଶ୍ୱାସ କରିବେ କି?’’ ବୋଲି ବି ପ୍ରଶ୍ନ କରାଯାଇଥିଲା ଏହି ସର୍ଭେରେ ।

‘‘ଚାଉନିଜ୍‌ ଖାଦ୍ୟ ଭାରତରେ ବହୁତ ଲୋକପ୍ରିୟ । ଆଗକୁ ଆପଣ ଚାଇନିଜ୍ ଖାଦ୍ୟ ଖାଇବା ପୂର୍ବରୁ ଭାବିବେ କି?’’ ‘‘ଭାରତୀୟ କ୍ରିକେଟ୍ ଓ ଚଳଚ୍ଚିତ୍ର ତାରକାମାନେ ଚୀନର ସାମଗ୍ରୀକୁ ଅନୁମୋଦନ କରିବା (ବିଜ୍ଞାପନ କରିବା) ବନ୍ଦ କରିଦେବା ଉଚିତ୍ କି?’’

‘‘ଚୀନ୍ ଓ ପାକିସ୍ଥାନ ମଧ୍ୟରେ ଏହି ସମୟରେ କେଉଁ ଦେଶ ଭାରତ ପାଇଁ ବିପଦଜନକ?’’

‘‘ଚୀନ୍ ବିରୋଧରେ ଲଢ଼େଇରେ ଭାରତର ସବୁ ଠାରୁ ବିଶ୍ୱସ୍ତ ସହଯୋଗୀ ଦେଶ କିଏ?’’ ଏ ସବୁ ପ୍ରଶ୍ନ ବି ଲୋକଙ୍କୁ ଏହି ସର୍ଭେରେ ପଚରାଯାଇଥିଲା ।

ଏହି ସର୍ଭେରେ ଥିବା ଏକ ପ୍ରଶ୍ନର ଉତ୍ତର ଏମିତି ମିଳିଥିଲା ।


ଏହି ସର୍ଭେର ଫଳାଫଳ ଅନୁଯାୟୀ ୭୦ ପ୍ରତିଶତ ଭାରତୀୟ କହିଛନ୍ତି ଯେ ଯଦିଓ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ, ତଥାପି ସେମାନେ ଚୀନର ସାମଗ୍ରୀଗୁଡ଼ିକୁ ବୟକଟ୍‌ କରିବେ । ଏଥି ସହିତ ପ୍ରାୟ ୯୧ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଚାଇନିଜ୍ ଆପ୍ ବ୍ୟବହାର କରିବା ବନ୍ଦ କରିଦେବେ ଓ ନିଜ ସମ୍ପର୍କୀୟ ଲୋକଙ୍କୁ ମଧ୍ୟ ତାହା କରିବାକୁ କହିବେ। ୯୨ ପ୍ରତିଶତ ଭାରତୀୟ କହିଛନ୍ତି ଯେ ସେମାନେ ଚୀନ୍ ଉପରେ ବିଶ୍ୱାସ କରନ୍ତି ନାହିଁ ।

ଏହି ସର୍ଭେରେ ଥିବା ଆଉ ଏକ ପ୍ରଶ୍ନର ଉତ୍ତର ଏମିତି ମିଳିଥିଲା ।


ହେଲେ ଚାଇନିଜ୍‌ ଖାଦ୍ୟକୁ ନେଇ ଭାରତୀୟମାନେ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି ଏହି ସର୍ଭେରୁ । ୪୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଚାଉନିଜ୍‌ ଖାଦ୍ୟ ଖାଇବା ବନ୍ଦ୍‌ କରିଦେବେ, କିନ୍ତୁ ୩୧ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଏହି ସମସ୍ୟାର ଖାଦ୍ୟ ସହିତ କୌଣସି ସମ୍ପର୍କ ନାହିଁ । ଏଥି ସହିତ ପ୍ରାୟ ୯୭% ଲୋକ ବିଶ୍ୱା କରନ୍ତି ଯେ ଭାରତୀୟ ସେଲିବ୍ରିଟିମାନେ ଚାଇନିଜ୍‌ ସାମଗ୍ରୀର ପ୍ରଚାର ବନ୍ଦ କରିଦେବା ଉଚିତ୍ ।

୯୨ ପ୍ରତିଶତ ଭାରତୀୟ ଲୋକ ବିଶ୍ୱାସ କରନ୍ତି ଯେ ପାକିସ୍ତାନ ଅପେକ୍ଷା ଚୀନ୍ ଭାରତ ପାଇଁ ଏକ ବଡ଼ ବିପଦ । ୫୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଭାରତର କୌଣସି ସହଯୋଗୀ ଦେଶ ନାହାଁନ୍ତି ଏବଂ ଭାରତକୁ ନିଜ ଉପରେ ନିର୍ଭର କରିବାକୁ ପଡ଼ିବ । ୧୯.୩୨ ପ୍ରତିଶତ ଭାରତୀୟ ଲୋକେ ଭ୍ଲାଦିମିର୍‌ ପୁଟିନଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ (୧୮.୧୨%) ଅପେକ୍ଷା ଅଧିକ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରନ୍ତି ।

ଏହା ବି ପଢ଼ନ୍ତୁ: 

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: