News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖରେ (Ladakh) ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲକୁ (LAC) ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଅନେକ ସ୍ତରରେ ଆଲୋଚନା ଚାଲିଛି, କିନ୍ତୁ ଅନ୍ୟ ପକ୍ଷରେ ସୀମାନ୍ତରେ ବେଜିଂ ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିବା ଜଣାଯାଇଛି । ଚୀନର ଏହି କାର୍ଯ୍ୟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସୀମାରେ ୫୦ ହଜାର ସୈନିକ ନିୟୋଜିତ କରିଛି । ଉଭୟ ଭାରତ ଓ ଚୀନ୍ ଠାରୁ LAC ଉପରେ ଏତେ ବଡ଼ ସୈନ୍ୟ ନିୟୋଜନ ଏକ ପ୍ରମୁଖ ସାମରିକ ସଙ୍କଟ ଭାବରେ ଦେଖାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | COVID Vaccine: ଘରୋଇ ହସ୍ପିଟାଲଗୁଡ଼ିକୁ ଆଉ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାରଆମେରିକାର ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଗାଲଭାନ ଘାଟିରେ (Galwan Valley) ହୋଇଥିବା ହିଂସାକାଣ୍ଡ ପରେ ଚୀନ୍ ସେଠାରେ ନିୟୋଜିତ କରିଥିବା ସୈନ୍ୟ ସଂଖ୍ୟା ଅପେକ୍ଷା ୧୫ ହଜାର ଅଧିକ ସୈନିକଙ୍କୁ ସୀମାକୁ ପଠାଇଛି । ଏହି ଖବରରେ ଗୁପ୍ତଚର ତଥା ସାମରିକ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ କୁହାଯାଇଛି ଯେ ଗତ କିଛି ମାସ ଭିତରେ ଭାରତ ସହ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (PLA) ପୂର୍ବ ଲଦ୍ଦାଖର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ପ୍ରାୟ ୫୦,୦୦୦ରୁ ଅଧିକ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି, ଯାହା ନିଶ୍ଚିତ ଭାବେ ଭାରତ ପାଇଁ ଚିନ୍ତାର ବିଷୟ । ଏହା ସହିତ ଏହି ନିୟୋଜନ ମଧ୍ୟ ସୀମା ବିବାଦର ସମାଧାନ ପାଇଁ ଚୀନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବLAC ସହିତ ଲଦ୍ଦାଖରେ ଚୀନ୍ ସହିତ ମୁହାଁମୁହିଁ ହେବା ପାଇଁ ଭାରତ ମଧ୍ୟ କିଛି ଅତିରିକ୍ତ ଷ୍ଟ୍ରାଇକ୍ କୋର୍ (strike Corps) ନିୟୋଜିତ କରିଛି । ମଥୁରାର ୱାନ ଷ୍ଟ୍ରାଇକ କୋରକୁ ଲଦ୍ଦାଖର ଉତ୍ତର ସୀମାକୁ ପଠାଯାଇଛି । ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋରକୁ ଅତିରିକ୍ତ ୧୦,୦୦୦ ସୈନିକ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କୁ ସମଗ୍ର ଉତ୍ତର-ପୂର୍ବ ରାଜ୍ୟଗୁଡିକର ଦାୟିତ୍ୱ ଦିଆଯାଇଛି । ଭାରତୀୟ ବାୟୁ ସେନା ମଧ୍ୟ ନିଜ ସ୍ତରରେ କାମ ଆରମ୍ଭ କରିଛି । ରାଫାଲ୍ ସହିତ ମିଗ୍-୨୯ ଏବଂ ସୁ-୩୦ ଉଡ଼ାଜାହାଜର ଏକ କଣ୍ଟିଜେଣ୍ଟ୍ ଉତ୍ତର ସୀମା ଅଞ୍ଚଳରେ ସକ୍ରିୟ ରହିବ । ଏହି ଅପରେସନ୍ ପାଇଁ ରାଫାଲର ଅନ୍ୟ ଏକ ସ୍କ୍ୱାଡ୍ରନ୍ ମଧ୍ୟ ନିୟୋଜିତ କରାଯାଇପାରିବ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟରାଫାଲ୍ ସହ ଟି-୯୦ ଭୀଷ୍ମ, ପିନାକା ରକେଟ୍, ଆପାଚେ ଓ ଚିନୁକ୍ ଭଳି ଯୁଦ୍ଧ ବିମାନ ମଧ୍ୟ ସୀମାରେ ନିୟୋଜିତ କରାଯାଇଛି । ସେନା ପ୍ରଥମ ଥର ପାଇଁ LACରେ କେ-୯ ତୋପ ନିୟୋଜିତ କରିଛି । ବିଶେଷ କଥା ହେଉଛି ଏହି ବନ୍ଧୁକଗୁଡ଼ିକର ଚକ ଅଛି, ଯାହା ଦ୍ୱାରା ସେଗୁଡ଼ିକୁ ନେବାଆଣିବା କରିବା ପାଇଁ ଅନ୍ୟ କୌଣସି ଗାଡ଼ିର ଆବଶ୍ୟକତା ନାହିଁ । ସେନା M-777 ଆର୍ଟିଲିରି ବନ୍ଧୁକ ମଧ୍ୟ ନିୟୋଜିତ କରିଛି । ଏହା ବ୍ୟତୀତ ଭାରତ ବାୟୁ ସୁରକ୍ଷା ପାଇଁ ମଧ୍ୟ ବିସ୍ତୃତ ବ୍ୟବସ୍ଥା କରିଛି ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେଗତ ଜୁନ୍ ୨୫ରେ ଶେଷ ଆଲୋଚନା ହୋଇଥିଲାଚୀନ୍ ସହ ଭାରତର ଦୀର୍ଘ ଦିନ ଧରି ଚାଲିଆସୁଥିବା ଅବରୋଧର ସମାଧାନ ପାଇଁ ଉଭୟ ପକ୍ଷ ରାଜନୈତିକ, କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା କରୁଛନ୍ତି । ୨୫ ଜୁନରେ ସୀମା ବିବାଦ ଉପରେ ଭାରତ ଓ ଚୀନ୍ ଆଉ ଏକ ରାଉଣ୍ଡ୍ କୂଟନୈତିକ ଆଲୋଚନା କରିଥିଲେ ଓ ଏହି ସମୟ ମଧ୍ୟରେ ପୂର୍ବର ଅବଶିଷ୍ଟ ଷ୍ଟାଣ୍ଡଅଫ୍ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାରର ଲକ୍ଷ୍ୟ ହାସଲ କରିବାକୁ ଯଥା ଶୀଘ୍ର ପରବର୍ତ୍ତୀ ରାଉଣ୍ଡ୍ ସାମରିକ ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଥିଲା ।
ମେ ୨୦୨୦ ଠାରୁ ଏହି ବିବାଦ ଜାରି ରହିଛିଗତ ବର୍ଷ ମେ ମାସରୁ ପୂର୍ବ ଲଦାଖର ଅନେକ ସ୍ଥାନରେ ଭାରତ ଓ ଚୀନ୍ ମଧ୍ୟରେ ସାମରିକ ବିବାଦ ଲାଗି ରହିଛି । କୂଟନୈତିକ କଥାବାର୍ତ୍ତା ପରେ ଦୁଇ ପକ୍ଷ ଫେବୃଆରୀରେ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଥିଲେ । ଅବଶିଷ୍ଟ ଷ୍ଟାଣ୍ଡଅଫ୍ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ବର୍ତ୍ତମାନ ଆଲୋଚନା କରୁଛନ୍ତି । ବିଶେଷ କରି ହଟ୍ ସ୍ପ୍ରିଙ୍ଗସ୍, ଗୋଗ୍ରା ଓ ଡେପସଙ୍ଗରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଦାବି କରୁଛି । ଏପ୍ରିଲ୍ ୨୦୨୦ପୂର୍ବରୁ ଭାରତ ପୂର୍ବ ସ୍ଥିତିର ପୁନରୁଦ୍ଧାର ପାଇଁ ଦାବି କରିଆସୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।