ଦୀପାବଳୀ ପୂର୍ବରୁ ସମାଧାନ ହୋଇପାରେ ଲଦ୍ଦାଖ ବିବାଦ; ଭାରତ-ଚୀନ୍ ମଧ୍ୟରେ ସହମତି-ରିପୋର୍ଟ

India-China Ladakh Border Tension: ଲଦ୍ଦାଖର ଚୁସୁଲରେ ୬ ନଭେମ୍ବରକୁ ଭାରତ-ଚୀନ୍ ସେନାବାହିନୀ ମଧ୍ୟରେ ଅଷ୍ଟମ ରାଉଣ୍ଡରେ ଆଲୋଚନା ହୋଇଥିଲା । ଏଥିରେ ତିନି ପର୍ଯ୍ୟାୟ ପ୍ଲାନ ଉପରେ ଉଭୟ ଦେଶ ସହମତ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳକୁ ପ୍ରଥମ ସପ୍ତାହରେ ଖାଲି କରାଯିବ । ଟ୍ୟାଙ୍କ ଓ ସୈନିକମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଯିବ ।

ଦୀପାବଳୀ ପୂର୍ବରୁ ସମାଧାନ ହୋଇପାରେ ଲଦ୍ଦାଖ ବିବାଦ; ଭାରତ-ଚୀନ୍ ମଧ୍ୟରେ ସହମତି-ରିପୋର୍ଟ
ଦୀପାବଳୀ ପୂର୍ବରୁ ସମାଧାନ ହୋଇପାରେ ଲଦ୍ଦାଖ ବିବାଦ!
  • News18 Odia
  • Last Updated: November 11, 2020, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
India-China Ladakh Border Tension: ପୂର୍ବ ଲଦ୍ଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ (Ladakh Border Rift) ଦୀପାବଳି ପୂର୍ବରୁ ସମାଧାନ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ ଭାରତ ଓ ଚୀନ୍ ମଧ୍ୟରେ ଲଦ୍ଦାଖର ବିବାଦୀୟ ସ୍ଥାନରୁ ସୈନ୍ୟବାହିନୀ ପ୍ରତ୍ୟାହାରକୁ ନେଇ ଏକ ଚୁକ୍ତିନାମା ହୋଇଛି । ଏହା ଅଧୀନରେ ଉଭୟ ଦେଶର ସୈନିକମାନେ ଏପ୍ରିଲ-ମେ ମାସରେ ଥିବା ସେମାନଙ୍କର ପୁରୁଣା ସ୍ଥିତିକୁ ଫେରିବେ । ଏହା ଉପରେ 6 ନଭେମ୍ବରରେ ଚୁସୁଲରେ କର୍ପସ-କମାଣ୍ଡର ସ୍ତରୀୟ ଆଲୋଚନାର ଅଷ୍ଟମ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ଭାରତ ସରକାର କିମ୍ବା ଭାରତୀୟ ସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ । ଚୀନ୍‌ରୁ ମଧ୍ୟ କୌଣସି ବିବୃତ୍ତି ଆସିନାହିଁ ।

ବାସ୍ତବରେ ଲଦ୍ଦାଖର ଚୁସୁଲରେ ୬ ନଭେମ୍ବରକୁ ଭାରତ-ଚୀନ୍ ସେନାବାହିନୀ ମଧ୍ୟରେ ଅଷ୍ଟମ ରାଉଣ୍ଡରେ ଆଲୋଚନା ହୋଇଥିଲା । ଏଥିରେ ତିନି ପର୍ଯ୍ୟାୟ ପ୍ଲାନ ଉପରେ ଉଭୟ ଦେଶ ସହମତ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳକୁ ପ୍ରଥମ ସପ୍ତାହରେ ଖାଲି କରାଯିବ । ଟ୍ୟାଙ୍କ ଓ ସୈନିକମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ସୈନ୍ୟବାହିନୀ ପ୍ରତିଦିନ ପାଙ୍ଗଙ୍ଗ ଅଞ୍ଚଳରୁ ୩୦ ପ୍ରତିଶତ ସୈନିକଙ୍କୁ ହଟାଇବେ । ଏହି ପ୍ରକ୍ରିୟା ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଚୀନ୍ ସେନା ଫିଙ୍ଗର ୮ କୁ ଫେରିବ । ଏହି ସମାୟରେ ଭାରତୀୟ ସେନା ଏହାର ପ୍ୟାଡି ସିଂ ଥାପା ପୋଷ୍ଟକୁ ଆସିବ ।

ଏଥି ସହିତ ତୃତୀୟ ପର୍ଯ୍ୟାୟରେ ଭାରତ ଓ ଚୀନ୍‌ର ସୈନ୍ୟମାନେ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ ଅଞ୍ଚଳରୁ ସେମାନଙ୍କ ସୈନିକଙ୍କୁ ହଟାଇବେ । ଏହା ସହିତ ଚୁସୁଲର ପାହାଡ, ରେଜାଙ୍ଗ ଲା ମଧ୍ୟ ଉତ୍ତେଜନା ସମୟରେ ଦଖଲ କରାଯାଇଥିଲା । ଏହାକୁ ବି ଖାଲି କରାଯିବ। ଉଭୟ ସୈନ୍ୟ ଏହି ସମଗ୍ର ପ୍ରକ୍ରିୟା ଉପରେ ନଜର ରଖିବେ, ଯାହା ସହମତ ହୋଇଛି ।

କାହିଁକି ରାଜି ହେଲେ ଉଭୟ ଦେଶ?
ରିପୋର୍ଟ ଅନୁଯାୟୀ ଉଭୟ ଦେଶ ସେନା ହଟାଇବାକୁ ସହମତ ହୋଇଛନ୍ତି କାରଣ ବର୍ତ୍ତମାନ ପୂର୍ବ ଲଦ୍ଦାଖର ଶିଖରରେ ପ୍ରବଳ ତୁଷାରପାତ ହେଉଛି । ପ୍ରାୟ ୧୫ ରୁ୧୬ ହଜାର ଉଚ୍ଚତାରେ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଏ । ଏହା ଦ୍ୱାରା ଉଭୟ ଦେଶର ସୈନିକଙ୍କ ସମସ୍ୟା ବଢିପାରେ ।

ଏପ୍ରିଲରୁ ଜାରି ରହିଛି ଟେନସନ
ପୂର୍ବ ଲଦ୍ଦାଖର ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ଏପ୍ରିଲରୁ ଟେନସନ ବଜାୟ ରହିଛି । ଏହି ସମୟ ମଧ୍ୟରେ ଚୀନ୍ ସେନା ଅନେକ ଭାରତୀୟ ପେଟ୍ରୋଲିଂ ପଏଣ୍ଟକୁ କାବୁ କରିଥିଲା କିନ୍ତୁ ଠିକ୍ ସମୟରେ ଭାରତୀୟ ସୈନିକମାନେ ଚୀନ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏଥି ସହିତ ୧୫ ଜୁନରେ ଗଲୱାନ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯେଉଁଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଚୀନର ମଧ୍ୟ ୪୩ ଜଣ ସୈନିକ ନିହତ ହୋଇଥିବା କୁହାଯାଉଛି । ତେବେ ସରକାରୀ ତଥ୍ୟରେ ୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ଦର୍ଶାଇଛି ।
Published by: Jagdish Barik
First published: November 11, 2020, 3:36 PM IST
corona virus btn
corona virus btn
Loading