ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (ଫାଇଲ ଫଟୋ)
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ଦକ୍ଷିଣ ଏସିଆରେ ଚୀନର (China) ବଢୁଥିବା ଦବଦବାକୁ ଦେଖି ଭାରତ ଓ ଜାପାନ (Japan) ପଡୋଶୀ ଦେଶ ସହ ମିଶି କାର୍ଯ୍ୟ କରିବାକୁ ଯୋଜନା କରିବା ଆରମ୍ଭ କରିଛନ୍ତି । ଭାରତ ନିଜର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ବାଂଲାଦେଶ ଓ ମିଆଁମାର ପରି ଦେଶ ସହିତ ମିଶି ଚୀନ୍ର ରାଜୁତିକୁ ଶେଷ କରିବାକୁ ଚାହୁଁଛି । ଭାରତର ଏହି ପଦକ୍ଷେପ ଚୀନ୍ର ବିସ୍ତାରବାଦୀ ନୀତି ବିରୋଧରେ ନିଆଯାଇଥିବା ବୋଲି ବିବେଚନା କରାଯାଏ । ଏହା ସହିତ ଚୀନ୍ ବିରୋଧରେ ଡିଜାଇନ୍ ହୋଇଥିବା ଏହି ରଣନୀତିକୁ ଭାରତ ଓ ଜାପାନ ମଧ୍ୟରେ ମଜବୁତ ସହଯୋଗର ପ୍ରତୀକ ଭାବରେ ବିବେଚନା କରାଯାଉଛି । ଏହି ସମଗ୍ର ପ୍ରସଙ୍ଗରେ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର (S jaishankar) କହିଛନ୍ତି ଯେ ଉଭୟ ଦେଶ ତୃତୀୟ ଦେଶରେ କାର୍ଯ୍ୟ କରିବାର ବ୍ୟବହାରିକ ଦିଗ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ଚାଲିଥିବା ତିକ୍ତତା ମଧ୍ୟରେ କହିଛନ୍ତି ଯେ ଭାରତ ଓ ଜାପାନ ନିକଟରେ ସାମରିକ ସହଯୋଗ ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ବର୍ତ୍ତମାନ ଯେପରି ପରିସ୍ଥିତି ହେଉ ଏହା ଉଭୟ ଦେଶର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି । ଦୁଇ ଦେଶ ଏକତ୍ର ଆଲୋଚନା କରି ଯେଉଁ ପ୍ରକାର ଚୁକ୍ତିନାମା କରିଥିଲେ ଏଥିରେ ନିଶ୍ଚିତ ଭାବରେ ଏସିଆର ସୁରକ୍ଷା ଓ ସ୍ଥିରତାକୁ ଦୃଢ଼ କରିବ। ଇଣ୍ଡଷ୍ଟ୍ରି ଚାମ୍ବର ଏଫସିଆଇ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ଏସିଆର ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ଏକଜୁଟ ହୋଇଯିବା ଆବଶ୍ୟକ ।
ଜୟଶଙ୍କର କହିଛନ୍ତି ଯେ 'ପରସ୍ପର ଉପରେ ସନ୍ଦେହ ରଖି କୌଣସି ଦେଶ ଉପକୃତ ହେବେ ନାହିଁ । ବୈଦେଶିକ ମନ୍ତ୍ରୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି । ଏଭଳି ପରିସ୍ଥିତିରେ ଭାରତର ପଡୋଶୀ ଦେଶମାନଙ୍କ ସହ ମିଶି କରୁଥିବା ଘେରାବନ୍ଦୀକୁ ଚୀନ୍ର ଶକ୍ତି ସମାପ୍ତ କରିବାର ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଉଛି । ସେ କହିଛନ୍ତି ଯେ ଯଦି ବିଶ୍ୱ ଏସିଆକୁ ବିଶ୍ୱ ରାଜନୀତିରେ ଅଧିକ ଉନ୍ନତ ସ୍ଥାନ ପାଇବ ତେବେ ଏସିଆର ସମସ୍ତ ବଡ଼ ଦେଶକୁ ଏକାଠି ହେବାକୁ ପଡ଼ିବ ।'
ତୃତୀୟ ଦେଶ ସହିତ ମିଶି ମିଳିତ ଭାବେ କାର୍ଯ୍ୟ କରିବେ ଭାରତ ଓ ଜାପାନ
ଜାପାନ ସହିତ ଭାରତର ମଜବୁତ ସମ୍ପର୍କ ବିଷୟରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ''ଉଭୟ ଦେଶ ବର୍ତ୍ତମାନ ତୃତୀୟ ଦେଶ ସହ ମିଶି କାମ କରିବାକୁ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯେ ଆମେ ଏହି ପ୍ରୟାସକୁ ଆଗକୁ ନେବା ଆରମ୍ଭ କରିଛୁ କିନ୍ତୁ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଆମେ ମଧ୍ୟ ଶ୍ରୀଲଙ୍କା ସହିତ କାମ ଆରମ୍ଭ କରିଛୁ । ବାଂଲାଦେଶ ଓ ମିଆଁମାର ମଧ୍ୟରେ କିପରି ସମନ୍ୱୟ ଓ ସହଯୋଗ ବୃଦ୍ଧି କରାଯାଇପାରିବ ଉଭୟ ଦେଶ ମଧ୍ୟ ଅନୁସନ୍ଧାନ କରୁଛନ୍ତି । ଏହା ସହ ଆମେ ପଡୋଶୀ ଦେଶ ସହ ଆମର ସମ୍ପର୍କକୁ ଏକ ଭିନ୍ନ ସ୍ଥାନକୁ ନେଇପାରିବା।''
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।