ଲଦ୍ଦାଖ ଅଭିମୁଖେ ଯାଉଥିବା ସମୟରେ ଭାରତୀୟ ସେନା (AP)
News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖର (East Ladakh) ବାସ୍ତବ ନିୟନ୍ତ୍ରଣ ରେଖାରେ (LAC) ୬ ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ଦେଖା ଯାଇଥିବା ବିବାଦକୁ ଶେଷ କରିବା ପାଇଁ ଅନୁଷ୍ଠିତ ହୋଇଥିବା ସମସ୍ତ ଆଲୋଚନାରେ ପ୍ରତ୍ୟେକ ପଦକ୍ଷେପ ବିଫଳ ହେଉଛି । ନିକଟରେ ଚୀନ୍ ଦ୍ୱାରା ଆୟୋଜିତ ହୋଇଥିବା ଏକ ବୈଠକ ସମୟରେ ଚୀନ୍ ଏକ ସର୍ତ୍ତ ରଖିଥିଲା ଯେ ଭାରତୀୟ ସେନା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର ପ୍ରତ୍ୟାହାର କରିନେବା ଉଚିତ । ଯାହାକୁ ନେଇ ଭାରତ ପକ୍ଷରୁ ସ୍ପଷ୍ଟ ଉତ୍ତର ଦିଆଯାଇଛି ଯେ ସେନା ଉଭୟ ପଟରୁ ହଟାଯିବ ଉଚିତ । କୌଣସି କାର୍ଯ୍ୟ ଏକପାଖିଆ ହେବ ନାହିଁ ।
ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ର କାର୍ଯ୍ୟାନୁଷ୍ଠାନର ଜବାବ ଦେବା ପାଇଁ ଭାରତ ସାତୋଟି ସ୍ଥାନରେ LAC ଅତିକ୍ରମ କରିଛି । ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ ''ଆମେ ସାତୋଟି ସ୍ଥାନରେ LAC ଅତିକ୍ରମ କରିଛୁ । ଆପଣ ତଥାପି ଅନୁଭବ କରୁଛନ୍ତି କି ଚୀନ୍ ବୁଝାମଣା କରିବାକୁ ଚାହୁଁଛି କି ? ନିକଟରେ ହୋଇଥିବା ଏକ ଆଲୋଚନାରେ ଚୀନ୍ କହିଛି ଯେ ଭାରତ ପ୍ରଥମେ ଦକ୍ଷିଣ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ । ଯେଉଁଥିରେ ହ୍ରଦର ଉଭୟ ପାର୍ଶ୍ୱରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ ଦାବି ରହିଛି ।"
କେଉଁ ସାତଟି ସ୍ଥାନ ଦଖଲ କରାଯାଇଛି?
ବାସ୍ତବରେ ଅଗଷ୍ଟ ମାସରେ ଭାରତୀୟ ସୈନିକମାନେ ଚୁସୁଲର ସମସ୍ତ ସେକ୍ଟରରେ ପାଟ୍ରୋଲିଂ ସ୍ଥାନରୁ ଆଗକୁ ଚାଲି ଯାଇଥିଲେ । ବର୍ତ୍ତମାନ ସେହି ଅଞ୍ଚଳରେ ଭାରତର ଦବଦବା ରହିଛି । ଏଠାରୁ କେବଳ ସ୍ପାଙ୍ଗୁର ଗ୍ୟାପରୁ ଭାରତର ଦୃଶ୍ୟ ଦେଖିବାକୁ ମିଳେ ନାହିଁ ବରଂ ମୋଲଡୋରେ ଚୀନ୍ କଣ୍ଟିଜେଣ୍ଟର ଗତିବିଧି ମଧ୍ୟ ଦେଖିବାକୁ ମିଳିଥାଏ ।
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଓ ଚୀନ୍ ମଧ୍ୟରେ ସାତ ରାଉଣ୍ଡ ଆଲୋଚନା ଚାଲିଛି । କୂଟନୈତିକ ଓ ରାଜନୈତିକ ସ୍ତରରେ ଚୀନ୍ର ଆଭିମୁଖ୍ୟକୁ ନେଇ ଭାରତ ମଧ୍ୟ ସଜାଗ ରହିଛି । ମସ୍କୋରେ ଭାରତ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ପରେ ମଧ୍ୟ ଚୀନ୍ LAC ଉପରେ ଥିବା ଷ୍ଟାଣ୍ଡରୁ ପଛଘୁଞ୍ଚା ଦେଇ ନାହିଁ ।
ଖବରକାଗଜ ରିପୋର୍ଟ ଅନୁଯାୟୀ ଏକ ସୂତ୍ର କହିଛି ଯେ 'ବେଜିଂ କହିଛି ଯେ ଦୁଇ ଦେଶ ସୀମାରେ ଶାନ୍ତି ଓ ପ୍ରଗତି ଚାହୁଁଛନ୍ତି । ଭାରତ ମଧ୍ୟ ସମାନ ଚାହୁଁଛି । କାହିଁକି ଏତେ ସଂଖ୍ୟକ ସୈନିକ ସୀମାରେ ଜମା ହୋଇଛନ୍ତି ବୋଲି ଚୀନ୍ କେବେ କହି ନାହିଁ । ଚୀନ୍ ଉପରେ କୌଣସି ବିଶ୍ୱାସ ନାହିଁ । ସେଠାରେ କିଛି ହୋଇପାରେ । ଆମେ କୌଣସି ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।