News18 Odia Digital
ନୂଆ ଦିଲ୍ଲୀ : ଚୀନ୍ (China) ସହ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ଉପରେ ଲାଗିରହିଥିବା ଟେନସନ ମଧ୍ୟରେ ଆମେରିକାରୁ (United States) ଭାରତକୁ ଏକ ସ୍ୱତନ୍ତ୍ର ବିମାନ ମିଳିଛି । ଭାରତୀୟ ନୌସେନାକୁ ଆମେରିକା ସହିତ ୧.୧ ବିଲିୟନ ଆମେରିକୀୟ ଡଲାରର ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ମିଳିବାକୁ ଥିବା ଚାରିଟି ପୋଜାଡନ୍ ୮I (P-8I) ସାମୁଦ୍ରିକ ତଦାରଖ ଏବଂ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ ମିଳିଯାଇଛି ।
ସୂତ୍ରରୁ ପ୍ରକାଶ ଯେ ଏହି ବିମାନଟି ଅତ୍ୟାଧୁନିକ ସେନ୍ସର ସହିତ ସଜାଯାଇଛି ଓ ବିମାନଟି ବୁଧବାର ସକାଳେ ଗୋଆର ଗୁରୁତ୍ୱପୂର୍ଣ୍ଣ ନୌସେନା ବେସ୍ ଆଇଏନ୍ଏସ୍ ହାନ୍ସରେ ଅବତରଣ କରିଛି । ଭାରତୀୟ ନୌସେନାରେ ପୂର୍ବରୁ ଆଠଟି P-୮I ବିମାନ ଅଛି ଯାହା ଚୀନ୍ ଜାହାଜ ଓ ବୁଡ଼ାଜାହାଜ ଉପରେ ନଜର ରଖିବା ପାଇଁ ଭାରତ ମହାସାଗରରେ ନିୟୋଜିତ ହୋଇଛି । ଏହି ବିମାନ ବର୍ତ୍ତମାନ ଚୀନ୍ ଓ ପାକିସ୍ତାନର ଅସୁବିଧାକୁ ବଢ଼ାଇ ଦେବ।
୨୦୧୬ ମସିହାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହିପରି ଚାରିଟି ବିମାନ କିଣିବାକୁ ନିର୍ଦ୍ଦେଶ ଦେଇଥିଲା । ଗତ ବର୍ଷ ସରକାର ଆଉ ୬ଟି P-୮I ବିମାନର କ୍ରୟକୁ ଅନୁମୋଦନ କରିଥିଲେ ।
ବୋଇଙ୍ଗ କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ନବମ P-୮i ହେଉଛି ପ୍ରଥମ ବିମାନ ଯାହା ଚାରୋଟି ଅତିରିକ୍ତ ବିମାନ ପାଇଁ ବିକଳ୍ପ ଚୁକ୍ତିନାମା ଅନୁଯାୟୀ ପୁରସ୍କୃତ ହୋଇଛି । ଯାହା ୨୦୧୬ ମସିହାରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିଲା ।
Published by: Jagdish Barik
First published: November 19, 2020, 09:22 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।