ଭାରତ ଚୀନ୍କୁ ଦେଲା ଆଉ ଏକ ଝଟକା ! NHAI ଏହି ଚାଇନିଜ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କଲା

ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏକ ଚୀନ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କରିଛି ।

ଭାରତ ଚୀନ୍କୁ ଦେଲା ଆଉ ଏକ ଝଟକା ! NHAI ଏହି ଚାଇନିଜ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କଲା
ଭାରତ ଚୀନ୍କୁ ଦେଲା ଆଉ ଏକ ଝଟକା !
  • News18 Odia
  • Last Updated: September 8, 2020, 5:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (National Highway Authority of India) ଏକ ଚୀନ୍ କମ୍ପାନୀକୁ ଅଯୋଗ୍ୟ କରିଛି । ବାସ୍ତବରେ ପଶ୍ଚିମବଙ୍ଗର (West Bengal) ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ବ୍ରିଜର ଗାର୍ଡର୍ ଭାଙ୍ଗିବା ମାମଲାରେ କମ୍ପାନୀ ଦାୟୀ ବୋଲି ଜଣା ପଡିଥିଲା । ଏହା ଫଳରେ ବର୍ତ୍ତମାନ ଏହି କମ୍ପାନୀ ଆସନ୍ତା ତିନି ବର୍ଷ ପାଇଁ NHAI ର କୌଣସି ପ୍ରୋଜେକ୍ଟରେ ଭାଗ ନେଇପାରିବ ନାହିଁ । ଏହା ସହିତ ଅନ୍ୟ ତିନିଜଣ ପରାମର୍ଶଦାତାଙ୍କୁ ମଧ୍ୟ ବାରଣ କରାଯାଇଛି ।

ଏହି ମାମଲାର ତଦନ୍ତରେ କମ୍ପାନୀ ଧରାପଡିଛି

NHAI ରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର NH ୩୪ ରେ ଫାରାକ୍କାରରୁ ରାନିଗଞ୍ଜ ପର୍ଯ୍ୟନ୍ତ ଏକ ଅଂଶକୁ ଚାରି ଲେନ ରାସ୍ତାରେ ପରିଣତ କରାଯାଉଛି । ଏହି ଅଂଶରେ ଗଙ୍ଗା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି । ସେହି ସେତୁରେ ଫେବୃଆରୀ ୧୬ ତାରିଖରେ ଗାର୍ଡର ଖସିବା ଦ୍ୱାରା  ଦୁର୍ଘଟଣା ଘଟି ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରିଜର ବିଶେଷଜ୍ଞମାନେ ତଦନ୍ତ କରିଥିଲେ । ତଦନ୍ତ ପ୍ରକ୍ରିୟାରେ ଏହି ଚାଇନିଜ୍ କମ୍ପାନୀ ମଧ୍ୟ ଦାୟୀ ବୋଲି ଜଣାପଡିଛି ।

NHAI ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଚୀନ୍ କମ୍ପାନୀ କଳିଙ୍ଗଡୋ କନଷ୍ଟ୍ରକସନ ଇଞ୍ଜିନିୟରିଂ ଗ୍ରୁପ୍ କମ୍ପାନୀ ଲିମିଟେଡ୍ ଓ ଘରୋଇ କମ୍ପାନୀ RKEC ପ୍ରୋଜେକ୍ଟ ଲିମିଟେଡ୍ ମିଳିତ ଭାବେ ଭବିଷ୍ୟତରେ କୌଣସି ପ୍ରକଳ୍ପରେ ଭାଗ ନେବାକୁ ବାରଣ କରାଯଇଛି ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଏହି ପ୍ରକଳ୍ପରେ ଦୁର୍ଘଟଣା ପରେ NHAI ଘଟଣାର ଯାଞ୍ଚ ପାଇଁ ଏକ ବ୍ରିଜ୍ ବିଶେଷଜ୍ଞ ନିଯୁକ୍ତ କରିଥିଲା । ବିଶେଷଜ୍ଞଙ୍କ ଯାଞ୍ଚରେ ଘଟଣାରେ ଦାୟୀ କଣ୍ଟ୍ରାକ୍ଟର, ଡିଜାଇନ ପରାମର୍ଶଦାତା ଓ ଲଞ୍ଚିଂ ଗାର୍ଡର ଡିଜାଇନର୍ ମଧ୍ୟରେ ସମନ୍ୱୟର ଅଭାବ ବୋଲି ଜାଣିବାକୁ ମିଳିଥିଲା ।



ଯାଞ୍ଚରେ ଗାର୍ଡର ସିଷ୍ଟମର ତ୍ରୁଟି ପାଇଁ କଣ୍ଟ୍ରାକ୍ଟର ଓ ପରାମର୍ଶଦାତାଙ୍କୁ ଦାୟୀ କରାଯାଇଛି । ଯାଞ୍ଚ ସମୟରେ ସେ ଏହି ବିଫଳତାର କୌଣସି ଠୋସ୍ କାରଣ ଉପସ୍ଥାପନ କରିପାରିନଥିଲେ।
Published by: Jagdish Barik
First published: September 8, 2020, 5:11 PM IST
corona virus btn
corona virus btn
Loading