India-China Standoff: ଭାରତ-ଚୀନ୍ କର୍ପସ କମାଣ୍ଡରଙ୍କ ମଧ୍ୟରେ ଅଢ଼େଇ ମାସ ପରେ ପୁଣିଥରେ ଆରମ୍ଭ ହେଲା କଥାବାର୍ତ୍ତା

India-China Standoff: ଭାରତୀୟ ସେନା ପକ୍ଷରୁ ଲେହରେ ୧୪ ତମ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ପିଜି କେ ମେନନ୍‌ ଓ ଚୀନ୍ ପକ୍ଷରୁ ପିଏଲଏର ଦକ୍ଷିଣ ଜିଙ୍ଗଜିଆଙ୍ଗ ଜିଲ୍ଲାର କମାଣ୍ଡରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

India-China Standoff: ଭାରତ-ଚୀନ୍ କର୍ପସ କମାଣ୍ଡରଙ୍କ ମଧ୍ୟରେ ଅଢ଼େଇ ମାସ ପରେ ପୁଣିଥରେ ଆରମ୍ଭ ହେଲା କଥାବାର୍ତ୍ତା
ଭାରତ-ଚୀନ୍ କର୍ପସ କମାଣ୍ଡରଙ୍କ ମଧ୍ୟରେ ପୁଣିଥରେ ଆରମ୍ଭ ହେଲା କଥାବାର୍ତ୍ତା
  • News18 Odia
  • Last Updated: January 24, 2021, 11:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖର ଲାଇନ୍ ଅଫ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରେ ଭାରତ ଓ ଚୀନ୍ (India-China LAC Rift) ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ତିକ୍ତତାକୁ ଦୂର କରିବା ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ କମାଣ୍ଡର ସ୍ତରୀୟ ବୈଠକ ଆଜି ପୁଣି ଥରେ ଆରମ୍ଭ ହୋଇଛି । ଚୀନ୍ ପକ୍ଷରୁ ଏହି ବୈଠକ ଡକାଯାଇଛି । ପ୍ରାୟ ଅଢ଼େଇ ମାସ ପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ବୈଠକ ଆରମ୍ଭ ହୋଇଛି । ଭାରତ ଓ ଚୀନ୍ ମଧ୍ୟରେ ନବମ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ବୈଠକ ପାଇଁ ଏକ ଢ଼ାଞ୍ଚା ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁଯାୟୀ ଭାରତୀୟ ସେନାର ଲେହରେ ଅବସ୍ଥିତ ୧୪ ତମ କର୍ପସର (ଫାୟାର ଆଣ୍ଡ ଫ୍ୟୁରି କର୍ପସ) କମାଣ୍ଡର ଲେଫ୍ଟ ଜେନେରାଲ ପିଜି କେ ମେନନ୍ ଏହି ବାର୍ତ୍ତାଳାପକୁ ଆଗେଇ ନେଉଛନ୍ତି । ଚୀନ୍‌ର ମଲଡୋ ବିପିଏମ୍-ହାଟ୍ର LAC ଠାରେ ଦୁଇ ଦେଶ ମଧ୍ୟରେ ଏହି ବୈଠକ ଚାଲିଛି । ବୈଠକରେ ଏଜେଣ୍ଡା ଅସନ୍ତୋଷ ଡ଼ିସ ଏନଗେଜମେଣ୍ଟ ଓ ଡି-ଏସ୍କାଲେସନ୍ ରହିଛି । ଅର୍ଥାତ ଦୁଇ ଦେଶର ସୈନିକ ମାନେ LAC ରୁ ପ୍ରତ୍ୟାହାର କରିବା ଉଚିତ ଓ ସୈନିକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯିବାକୁ ନେଇ ଆଲୋଚନା କରିବେ ।

ଆଠଟି ରାଉଣ୍ଡ ବୈଠକ ପରେ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଶେଷ ହୋଇ ନଥିଲା । ଯାହା ପରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ବୈଠକ ପ୍ରାୟ ବନ୍ଦ ହୋଇଯାଇଥିଲା । ଗତ ଅଢ଼େଇ ମାସ ଧରି ଦୁଇ ଦେଶ ମଧ୍ୟରେ କୌଣସି ବୈଠକ ହୋଇନାହିଁ । ତେବେ ଉତ୍ତେଜନାକୁ ଦୂର କରିବା ପାଇଁ ଉଭୟ ଦେଶର କୂଟନୀତିଜ୍ଞମାନେ ନିଶ୍ଚିତ ଭାବେ ବୈଠକ କରୁଛନ୍ତି । ବର୍ତ୍ତମାନ ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇ ଦେଶ ଆଜି ପୁଣିଥରେ ବୈଠକ କରୁଛନ୍ତି ।

୨ ନଭେମ୍ବରରେ ଉଭୟ ପକ୍ଷର ଶେଷ ସାମରିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖନୀୟ କଥା ହେଉଛି ଉତ୍ତର ସେନାର କମାଣ୍ଡର ଡିଏସ ହୁଦାଙ୍କ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି ଯେ ଭାରତ ଓ ଚୀନ୍ ସୈନ୍ୟବାହିନୀ ମଧ୍ୟରେ କଥାବାର୍ତ୍ତା ଫଳାଫଳ ଦେବାର ସମ୍ଭାବନା ନାହିଁ । ଉଭୟ ଦେଶ ଏହି ବିବାଦକୁ କେବଳ ରାଜନୈତିକ ସ୍ତରରେ ସମାଧାନ କରିପାରିବେ । ପ୍ରାୟ ସାଢ଼େ ତିନି ମାସ ପୂର୍ବେ ଭାରତୀୟ ସୈନ୍ୟମାନେ ପୂର୍ବ ଲଦ୍ଦାଖର ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରେଚିନ୍ ଲା ଓ ମାଗର ହିଲର ଅନେକ ଉଚ୍ଚତା ଅକ୍ତିଆର କରିଥିଲା ।
Published by: Jagdish Barik
First published: January 24, 2021, 11:54 AM IST