ଚୀନ୍ ଅରୁଣାଚଳକୁ ଭାରତର ଏକ ଅଂଶ ଭାବରେ ମାନିବାକୁ ମନା କରିଛି News18 Odia Last Updated : September 08, 2020, 09:08 IST News18 Odia Digital
ବେଜିଂ : ଚୀନ୍ ତରଫରୁ ଆକ୍ରମଣାତ୍ମକ ମନୋଭାବ ଲଗାତାର ଜାରି ରହିଛି । ଅରୁଣାଚଳ ପ୍ରଦେଶର ସୀମାରୁ ଚୀନ୍ ଆର୍ମି (PLA) ଦ୍ୱାରା ପାଞ୍ଚ ଜଣ ଭାରତୀୟ ଅପହରଣ ମାମଲାରେ ଚୀନ୍ କହିଛି ଯେ ସେ ଅରୁଣାଚଳକୁ ଭାରତର ଅଂଶ ଭାବେ ମାନେ ନାହିଁ । ଚୀନ୍ ସ୍ପଷ୍ଟ ଭାବେ କହିଛି ଯେ ସେ ସର୍ବଦା ଅରୁଣାଚଳକୁ ଚାଇନାର ଦକ୍ଷିଣ ତିବ୍ଦତର ଅଞ୍ଚଳ ବୋଲି ବିବେଚନା କରିଛି । ଚୀନ୍ ଅଭିଯୋଗ କରିଛି ଯେ ସୋମବାର ଦିନ LAC ରେ ଅବସ୍ଥାପିତ ଭାରତୀୟ ସୈନ୍ୟମାନେ ପୁଣି ଥରେ ବେଆଇନ ଭାବେ ସୀମା ପାର କରି ଚୀନ୍ ସୀମାରେ ଅବସ୍ଥିତ ସୈନ୍ୟ ଉପରେ ଚେତାବନୀ ଦେଇ ଗୁଳି ଚଳାଇଛନ୍ତି । ଚୀନ୍ ଅନୁଯାୟୀ ଚୀନ୍ ସୈନିକମାନେ ବୁଝାମଣା କରିବାକୁ ଚାହୁଁଥିଲେ ।
ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ଚୀନ୍ ସାମରିକ ମୁଖପାତ୍ରଙ୍କ ଉଦ୍ଧେଶ୍ୟରେ କହିଛି ଯେ ପରିସ୍ଥିତିକୁ ସ୍ଥିର କରିବା ପାଇଁ ଚୀନ୍ ସୈନ୍ୟମାନଙ୍କୁ ବାଧ୍ୟ ହୋଇ ପ୍ରତିଶୋଧ ନେବାକୁ ପଡ଼ିବ । ଅରୁଣାଚଳ ଅପହରଣ ମାମଲାରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟର ମାଧ୍ୟମରେ ଏହି ପ୍ରଶ୍ନ ପଚାରିଛନ୍ତି ଯାହା ପ୍ରତିକ୍ରିୟାରେ ଆସିଛି । ଚୀନ୍ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚାଓ ଲିଜିଆଙ୍ଗ କହିଛନ୍ତି ଯେ ଚୀନ୍ କେବେ କଥିତ ଅରୁଣାଚଳ ପ୍ରଦେଶକୁ ମାନ୍ୟତା ଦେଇ ନାହିଁ, ଏହା ଚୀନ୍ର ଦକ୍ଷିଣ ତିବ୍ଦତର ଅଞ୍ଚଳ । ' ଏହି ଅଞ୍ଚଳରୁ ନିଖୋଜ ଥିବା ପାଞ୍ଚଜଣ ଭାରତୀୟଙ୍କ ବିଷୟରେ ଆମେ ଭାରତୀୟ ସେନା ପକ୍ଷରୁ ଏକ ପ୍ରଶ୍ନ ପାଇଲୁ, କିନ୍ତୁ ଆମ ପାଖରେ ଏହାକୁ ନେଇ ସୂଚନା ନାହିଁ । ଭାରତୀୟ ସେନା ପିପୁଲ୍ସ ଲିବରେସନ୍ ଆର୍ମି (PLA) ସୈନିକଙ୍କ ଦ୍ୱାରା ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାରୁ ପାଞ୍ଚ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲା ।
ଗତ ରବିବାର ଦିନ ଟୁଇଟ୍ରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ ଯେ ଭାରତୀୟ ସେନା ଚୀନ୍ର ଉତ୍ତରକୁ ଅପେକ୍ଷା କରିଛି । ସେ ଲେଖିଛନ୍ତି, 'ଭାରତୀୟ ସେନା ଏହାର ଉତ୍ତରକୁ ଅପେକ୍ଷା କରି ପିପୁଲ୍ସ ଲିବରେସନ୍ ଆର୍ମି ପ୍ରତିପକ୍ଷଙ୍କୁ ଏକ ବାର୍ତ୍ତା ପଠାଇଛି ।' ଜଣେ ସାମ୍ବାଦିକଙ୍କ ଟ୍ୱିଟର ଉତ୍ତରରେ ରିଜିଜୁ ଏହା ଲେଖିଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଲଦାଖ ସୀମାରେ ଭାରତଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି ଓ ସେହି ଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ।
୨୯-୩୦ ଅଗଷ୍ଟ ରାତିରେ ଭାରତୀୟ ସେନା ଅନୁଯାୟୀ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଭାରତୀୟ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲ୍ଏ ସୀମାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି, କିନ୍ତୁ ସତର୍କ ଭାରତୀୟ ସୈନିକମାନେ ଏହା କରିବାକୁ ଦେଇ ନାହାଁନ୍ତି । ଏହି ବିବୃତ୍ତି ଅନୁଯାୟୀ, 'ଭାରତୀୟ ସୈନିକମାନେ ପାଙ୍ଗୋଙ୍ଗ ସୋ ହ୍ରଦରେ ଚୀନ୍ ସୈନିକର ଉତ୍ତେଜନାକୁ ବନ୍ଦ କରି ଦେଇଛନ୍ତି । ଭାରତୀୟ ସେନା ସଂଳାପ ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ସପକ୍ଷରେ ଅଛି କିନ୍ତୁ ସେହି ସମୟରେ ଏହାର ଅଞ୍ଚଳର ଅଖଣ୍ଡତା ରକ୍ଷା କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ । ସମଗ୍ର ବିବାଦକୁ ନେଇ ବ୍ରିଗେଡ୍ କମାଣ୍ଡର ସ୍ତରରେ ବୈଠକ ଚାଲିଛି।
Published by: Jagdish Barik
First published: September 08, 2020, 09:08 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।