News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଲଦ୍ଦାଖ ସୀମା ବିବାଦ (Ladakh Border Dispute) ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି ଯେ ଚୀନ୍ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଛି। ଚଳିତ ବର୍ଷ ମେ’ ମାସରେ ଚୀନ୍ ପୂର୍ବ ଲଦ୍ଦାଖ ସୀମା ଭିତରେ ଅନୁପ୍ରବେଶ କରିଥିଲା । ଏହା ଯୋଗୁଁ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଏକ ହିଂସାତ୍ମକ ସଙ୍ଘର୍ଷ ହେବା ସହ ସୀମାରେ ପରିସ୍ଥିତି ଖରାପ ହୋଇଯାଇଥିଲା । ଏହି ସଙ୍ଘର୍ଷରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନିକ ସହିଦ ହୋଇଥିଲେ ଓ ଚୀନ୍ ସେନାର ଅନେକ ସୈନିକ ମଧ୍ୟ ହତାହତ ହୋଇଥିଲେ । ଏହି ହିଂସାତ୍ମକ ସଙ୍ଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବସାଇଟରେ ପ୍ରକାଶିତ ଏକ ଡ଼କ୍ୟୁମେଣ୍ଟରେ କହିଛି ଯେ ମେ’ ୫ ତାରିଖରୁ ଗାଲୱାନ ଠାରେ ଚୀନ୍ର ଗତିବିଧି ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚାଇନିଜମାନେ PP-୧୫ କୁଗ୍ରାଙ୍ଗ ନାଲା (Kugrang Nala), ଗୋଗ୍ରା (Gogra ) ଯଥା PP-୧୭A ଓ ପାଙ୍ଗୋଙ୍ଗ ହ୍ରଦରେ ଉତ୍ତର ବ୍ୟାଙ୍କ ଅଫରେ ମେ' ୧୭ ଓ ୧୮ ତାରିଖରେ ଅନୁପ୍ରବେଶ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (ଫାଇଲ୍ ଫଟୋ)
ମନ୍ତ୍ରଣାଳୟର ପ୍ରକାଶିତ ଡ଼କ୍ୟୁମେଣ୍ଟରେ କୁହାଯାଇଛି ଯେ ଏହି ବିବାଦ ଦୀର୍ଘ ସମୟ ଧରି ଚାଲିପାରେ। ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ଉଭୟ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇ ସାରିଛି। ବର୍ତ୍ତମାନ LAC ଉପରେ ଟେନସନ୍ କମ୍ ରହିଛି । କିନ୍ତୁ ପୂର୍ବ ପରିସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ ।
ଏହା ବି ପଢ଼ନ୍ତୁ: ଖୋର୍ଦ୍ଧା SP କରୋନା ଆକ୍ରାନ୍ତ ହେଲେ; ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନାଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ନିଜର ଲେହ (Leh) ଗସ୍ତ ସମୟରେ ସୈନ୍ୟମାନଙ୍କୁ ସମ୍ବୋଧିତ କରିବା ବେଳେ ସୂଚନା ଦେଇଥିଲେ ଯେ ସମାଧାନର ରାସ୍ତା ଖୋଜାଯାଉଛି କିନ୍ତୁ ଏହି ବିବାଦର କେବେ ସମାଧାନ ହେବ ତାହା ଗ୍ୟାରେଣ୍ଟି ଦେଇହେବ ନାହିଁ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।