ଭାରତ-ଚୀନ୍‌ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ପରି ଲାଗୁଛି; ଲଦ୍ଦାଖରେ କମୁନାହିଁ ଉତ୍ତେଜନା

India-China Tension Grows | ସାଟେଲାଇଟ୍‌ ଚିତ୍ରରେ ଦେଖିବାକୁ ମିଳୁଛି ଯେ ଉଭୟ ଭାରତ ଓ ଚୀନର ସେନା ନିଜ ନିଜ ସୀମାରେ ଅଧିକରୁ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରୁଛନ୍ତି ଓ ସାମରିକ ସରଞ୍ଜାମ ଏକାଠି କରୁଛନ୍ତି । ଭାରତୀୟ ସେନା ପୂର୍ବରୁ ହିଁ ଆଲର୍ଟ ରହିଛି ।

ଭାରତ-ଚୀନ୍‌ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ପରି ଲାଗୁଛି; ଲଦ୍ଦାଖରେ କମୁନାହିଁ ଉତ୍ତେଜନା
ଲଦ୍ଦାଖରେ ଭାରତ-ଚୀନ୍ ସୀମାରେ ଜଣେ ଭାରତୀୟ ସୈନିକ ତୀକ୍ଷ୍ଣ ନଜର ରଖିଛନ୍ତି । (ଫାଇଲ୍ ଫଟୋ, ଏପି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖରେ (Ladakh) ଭାରତ-ଚୀନ୍‌ (India-China) ସୀମାରେ ଜାରି ରହିଥିବା ଉତ୍ତେଜନାମୂଳକ ସ୍ଥିତି ଏବେ ଯୁଦ୍ଧର ପୂର୍ବାଭାଷ ପରି ମନେହେଉଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ତ ଲଗାତାର ଜାରି ରହିଥିବା ବେଳେ ଏ ଯାଏ କୌଣସି ସମାଧାନର ରାସ୍ତା ବାହାରିନାହିଁ, ମାତ୍ର ଉଭୟ ଦେଶ ଦ୍ୱାରା ସୀମାକୁ ଯୁଦ୍ଧ ସରଞ୍ଜାମ ଯୋଗାଣ ଯୋଗୁଁ ଏବେ ଏଲ୍‌ଏସିରେ (Line of Actual Control-LAC) ଯୁଦ୍ଧ ଭଳି ସ୍ଥିତି ଦେଖାଯାଉଛି ।

ସାଟେଲାଇଟ୍‌ ଚିତ୍ରରେ ଦେଖିବାକୁ ମିଳୁଛି କେମିତି ଉଭୟ ଦେଶର ସେନା ନିଜ ନିଜ ସୀମାରେ ଅଧିକରୁ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରୁଛନ୍ତି ଓ ସାମରିକ ସରଞ୍ଜାମ ଏକାଠି କରୁଛନ୍ତି । ଭାରତୀୟ ସେନା ପୂର୍ବରୁ ହିଁ ଆଲର୍ଟରେ ରହିଛି । ସୀମାରେ ଲଗାତାର ଅଧିକ ସଂଖ୍ୟାରେ ସୈନିକ ଓ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଉଛି ।

ଚଣ୍ଡୀଗଡ଼ ଏୟାରବେସ୍‌ରୁ (Chandigarh airbase) ଭାରତୀୟ ବାୟୁସେନାର (Indian Air Force) ସି-୧୭ ଗ୍ଲୋବମାଷ୍ଟର ଲଦ୍ଦାଖ ପାଇଁ ବିଭିନ୍ନ ସାମଗ୍ରୀ ନେଇ ଯାଉଛି । ଏହା ମାଧ୍ୟମରେ ଟି-୯୦ ଟ୍ୟାଙ୍କକୁ ଏଲ୍‌ଏସିକୁ ପରିବହନ କରାଯାଉଛି । ଉତ୍ତର ଭାରତରେ ସେନା ଛାଉଣି ଓ ଏୟାରବେସ୍‌ରେ ଗତ ପ୍ରାୟ ଏକ ମାସ ହେଲା ପାଖାପାଖି ସବୁ ସ୍ଥାନରେ ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳୁଛି ।

ଭାରତ ଲଦାଖରେ ଥିବା ତିନିଟି ଏୟାରବେସକୁ ଆକ୍ଟିଭ୍‌ କରିଛି ।


ଭାରତ ସରକାର ଲଦ୍ଦାଖ ସୀମାକୁ ଆର୍ଟିଲାରୀ ଗନ୍‌, ଆକାଶ ମାର୍ଗରେ ନିରୀକ୍ଷଣ ପାଇଁ ରାଡାର, ଫ୍ରଣ୍ଟଲାଇନ୍‌ ଫାଇଟର ଜେଟ୍‌ ଓ ହେଲିକପ୍ଟର ପଠାଉଛନ୍ତି । କୁହାଯାଉଛି ଯେ ଲଦ୍ଦାଖ ସୀମାରେ ପ୍ରାୟ ୪୫ ହଜାର ସୈନିକଙ୍କୁ ମୁତୟନ କରା ସରିଲାଣି । ଲଦାଖର ତିନିଟି ଏୟାରବେସକୁ – ଦୌଲତବେଗ୍‌ ଓଲ୍ଡି, ଫୁକ୍‌ଚେ ଓ ନୋୟମା – ଆକ୍ଟିଭ୍‌ କରାଯାଇଛି । ଭାରତୀୟ ନୌସେନାର ପି - ୮୧କୁ ବି ମୁତୟନ କରାଯାଇଛି ।

ଲଦାଖରେ ଚୀନକୁ ଲାଗିଥିବା ୧,୫୯୭ କିମି ସୀମାରେ ପାଟ୍ରୋଲିଂ ଅଧିକ କଡ଼ାକଡ଼ି କରାଯାଇଛି । କୁହାଯାଉଛି ଯେ ଏଲ୍‌ଏସିରେ ଗଲୱାନ୍‌ ଘାଟି (Galwan Valley), ହଟ୍‌ ସ୍ପ୍ରିଙ୍ଗ, ଡେପସାଙ୍ଗ, ପାଙ୍ଗୋଙ୍ଗ ଓ ସିକିମରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍‌ (China) ମଧ୍ୟ ଏଲ୍‌ଏସିରେ ନିଜର ଶକ୍ତି ବଢ଼ାଉଛି । କୁହାଯାଉଛି ଚୀନ୍‌ ବି ନିଜର ସୈନିକ, ଟ୍ୟାଙ୍କ, କ୍ଷେପଣାସ୍ତ୍ର ଓ ଲଢୁଆ ବିମାନ ମୁତୟନ କରିଦେଇଛି । ଏହା ଛଡ଼ା ଚୀନ୍‌ ଏଲଏସି ନିକଟରେ ଭିତ୍ତିଭୂମି ପ୍ରସ୍ତୁତ କରୁଛି । ଚୀନ୍‌ ପେନସୋଙ୍ଗ ସୋରେ ଫିଙ୍ଗର ଚାରି ପାଖରେ ହେଲିପ୍ୟାଡ୍‌ ବି ନିର୍ମାଣ କରିଛି ।

ଏହା ବି ପଢ଼ନ୍ତୁ: ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଦୁଇ ଦିନ ତଳେ ଖବର ଆସିଥିଲା ଯେ ଚୀନ୍ (China) ଭାରତ ସହିତ ସାମରିକ ଓ କୂଟନୈତିକ କଥାବାର୍ତ୍ତା (India-China border dispute) ଜାରି ରଖିଥିବା ବେଳେ ପେଙ୍ଗୋଙ୍ଗ୍‌ ସୋ, ଗାଲୱାନ୍ ଉପତ୍ୟକା (Galwan Valley) ଓ ପୂର୍ବ ଲଦ୍ଦାଖରେ (Ladakh) ଥିବା ଅନ୍ୟ ସଙ୍ଘର୍ଷ ସ୍ଥାନରେ ନିଜର ସାମରିକ ଉପସ୍ଥିତି ବଢ଼ାଉଛି । ଏହି ଘଟଣା ବିଷୟରେ ଅବଗତ ଥିବା ଲୋକେ ଏହି ସୂଚନା ଦେଇଥିଲେ । ସେମାନେ କହିଥିଲେ ଯେ ଚୀନ୍ ଗାଲୱାନ୍ ଉପତ୍ୟକାରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏହା ପରେ ଭାରତ ବର୍ତ୍ତମାନ ନିଜର ନୂତନ ରଣନୀତି ଅନୁସାରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି ।
First published: June 27, 2020, 2:48 PM IST
corona virus btn
corona virus btn
Loading