ଚୀନ୍ର ଏହି ୱେବସାଇଟକୁ ଭାରତ ସରକାର କଲେ ବ୍ଲକ୍; ଆଉ କରିପାରିବେ ନାହିଁ ଏକ୍ସେସ
କେନ୍ଦ୍ର ସରକାର ଚାଇନାର ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ଇଂରାଜୀ ୱେବସାଇଟକୁ ବ୍ଲକ୍ କରିଛନ୍ତି । ତେବେ ଏହି ସମୟ ମଧ୍ୟରେ ଚୀନ୍ ପରିଚାଳିତ ଗ୍ଲୋବାଲ୍ ଟାଇମ୍ସ ଓ ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆକୁ ଏବେବି ଏକ୍ସେସ କରାଯାଇ ପାରିବ ।

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (ଫାଇଲ ଫଟୋ)
- News18 Odia
- Last Updated: September 17, 2020, 6:27 PM IST
ନୂଆ ଦିଲ୍ଲୀ: ଟେଲି ଯୋଗାଯୋଗ ବିଭାଗ (Department of Telecommunications) ଚୀନ୍ର ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର (National Bureau of Statistics, China) ଇଂରାଜୀ ୱେବସାଇଟକୁ ନିଷିଦ୍ଧ କରିଛି । ପୂର୍ବ ଲଦ୍ଦାଖରେ ଚାଲିଥିବା ସୀମା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଚୀନ୍ ଦ୍ୱାରା ପରିଚାଳିତ ଗ୍ଲୋବାଲ୍ ଟାଇମ୍ସ (Global Time) ଓ ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆକୁ (Xinhua) ଏବେବି ଏକ୍ସେସ କରାଯାଇ ପାରିବ ।
ଭାରତରେ ଅନେକ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ଲଗାଯାଇଛି ପ୍ରତିବନ୍ଧକ
ପୂର୍ବ ଲଦ୍ଦାଖରେ ଗାଲଭାନି ଉପତ୍ୟକାରେ ଭାରତୀୟ ଓ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏହା ପରେ ଭାରତ ଚୀନର ମୋବାଇଲ୍ ଆପ୍ ଉପରେ ବ୍ୟାପକ ପରିମାଣରେ ପ୍ରତିବନ୍ଧକ ଲଗାଇସାରିଛି । ଏଥିରେ ଲୋକପ୍ରିୟ ମୋବାଇଲ୍ ଆପ୍ ଟିକ ଟକ୍ ଓ PUBG ସହିତ ପ୍ରାୟ 250ଟି ଆପ୍ ଅନ୍ତର୍ଭୁକ୍ତ ଅଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଚୀନ ବିଷୟରେ ରାଜ୍ୟସଭାରେ ଏକ ବିବୃତ୍ତି ଦେଇଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେତେ ବଡ଼ କିମ୍ବା କଠୋର ପଦକ୍ଷେପ ନିଆଯାଉ ପଛେ ଭାରତ ପଛକୁ ଫେରିବ ନାହିଁ ।
ଏହା ବି ପଢ଼ନ୍ତୁ | କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO
ଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ
ସେ କହିଛନ୍ତି ଯେ ଭାରତ ତା’ର ନିଜର ମୁଣ୍ଡକୁ ନୁଆଇଁବାକୁ ଦେବ ନାହିଁ କି କାହାର ମୁଣ୍ଡକୁ ନୁଆଇଁବାକୁ ଚାହୁଁନାହିଁ । ସେ ମଧ୍ୟ ରାଜ୍ୟସଭାରେ କହିଛନ୍ତି ଯେ LAC ଉପରେ ଶାନ୍ତିରେ କୌଣସି ଗୁରୁତର ପରିସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନିଶ୍ଚିତ ପ୍ରଭାବ ପକାଇବ । ଏହି କଥାକୁ ଉଭୟ ପକ୍ଷ ଭଲ ଭାବରେ ବୁଝିବାକୁ ପଡିବ ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 'ଭାରତ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଓ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମର ସୈନିକ ସାହସୀ ଅଟନ୍ତି । ଏହା ସତ୍ୟ ଯେ ଲଦ୍ଦାଖରେ ଆମେ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ କିନ୍ତୁ ଆମେ ସମସ୍ତ ସମସ୍ୟାର ସମ୍ମୁଖୀନ କରିବୁ । ଆମେ ଦେଶର ମୁଣ୍ଡକୁ ନୁଆଁଇବାକୁ ଦେବୁ ନାହିଁ । ଆମର ସୈନିକମାନେ ଚୀନ୍ ସେନା ସହିତ ଆଖିରେ ଆଖି ମିଶାଇ ଛିଡା ହୋଇଛନ୍ତି ।