ୱାଶିଂଟନ୍: ଭାରତ ଓ ଚୀନ୍ ସୀମା ବିବାଦ ପୁଣି ଥରେ ଖରାପ ହେବାରେ ଲାଗିଛି । ଚୀନ୍ର ଏହି ମନୋଭାବରେ ଆମେରିକା ମଧ୍ୟ ଅସୁବିଧାରେ ପଡିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ଚୀନ୍ ସୀମା ବିବାଦରେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ଆମେରିକା ପ୍ରସ୍ତୁତ ଅଛି । ଟ୍ରମ୍ପ କହିଛନ୍ତି, ''ଭାରତ-ଚୀନ୍ ସୀମାରେ ଉତ୍ତେଜନା ବହୁତ ବୃଦ୍ଧି ପାଇଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଛି । ମୁଁ ଭାରତ ଓ ଚୀନ୍ ବିବାଦରେ ଜଡିତ ହେବାକୁ ଚାହୁଁଛି ଏବଂ ଏହି ସମସ୍ୟାର ସମାଧାନରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ।'' ସେ କହିଛନ୍ତି ଯେ ଯଦି ଆମେ କିଛି କରିପାରିବୁ ତେବେ ଆମେ ସାହାଯ୍ୟ କରିବାକୁ ପସନ୍ଦ କରିବୁ । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ବିବାଦ ପ୍ରସଙ୍ଗରେ ଆମେ ଉଭୟ ଦେଶ ସହ କଥା ହେଉଛୁ । ହ୍ୱାଇଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହା କହିଛନ୍ତି ।
ଆମେ ଚୀନ୍ ଓ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଟ୍ରମ୍ପଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଦୋହରାଇଛନ୍ତି ଯେ ସେ ଉଭୟ ଭାରତ ଓ ଚୀନ୍ ସହ ପରିସ୍ଥିତି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଓ ଭାରତ ସଂପର୍କରେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଯଦି ଆମେ କିଛି କରିପାରିବୁ ତେବେ ଆମେ ଏଥିରେ ଯୋଗଦେବା ଓ ସାହାଯ୍ୟ କରିବାକୁ ପସନ୍ଦ କରିବୁ । ଆମେ ଉଭୟ ଦେଶ ସହିତ ଏ ବିଷୟରେ କଥାବାର୍ତ୍ତା କରୁଛୁ ।
ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଚୀନ୍ ଭାରତକୁ ଧମକ ଦେଉଛି ? ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ଆମେ ଆଶା କରୁଛୁ ଏହା ହେବା ଉଚିତ ନୁହେଁ, କିନ୍ତୁ ଚୀନ୍ ନିଶ୍ଚିତ ଭାବରେ ଏହି ଦିଗରେ ଗତି କରୁଛି । ଟ୍ରମ୍ପ କହିଛନ୍ତି, 'ମୁଁ ଆଶା କରୁଛି ତାହା ନୁହେଁ, କିନ୍ତୁ ଚୀନ୍ ଏହି ଦିଗରେ ଗତି କରୁଛି । ଚୀନ୍ ଏହି ଦିଗରେ ବହୁତ ଜୋରରେ ଗତି କରୁଛି ଓ ଅନେକ ଲୋକ ଏହି କଥା ବୁଝିଛନ୍ତି ।
ଫିଙ୍ଗର ଏରିଆରୁ ପଛକୁ ହଟିବ ନାହିଁ ଭାରତୀୟ ସେନାଚୀନ୍ ସହିତ ସୀମା ବିବାଦର ସମାଧାନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଭାରତ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳଠାରୁ ସମାନ ଦୂରତାରେ ପଛକୁ ଫେରିବା ପାଇଁ ଚୀନ୍ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । କୂଟନୈତିକ ସ୍ତରୀୟ ଆଲୋଚନା ପରେ ଉଭୟ ପକ୍ଷ ସୀମା ସମସ୍ୟାର ସମାଧାନ ପାଇଁ ଅଧିକ ସାମରିକ ସ୍ତରୀୟ ଆଲୋଚନା କରିବାକୁ ମଧ୍ୟ କାର୍ଯ୍ୟ କରୁଛନ୍ତି । ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଏହା କରାଯାଉଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।