ଟିକ୍ ଟକ୍ ବ୍ୟାନ୍ ହେବା ପରେ ଚିଙ୍ଗାରୀ ଆପ୍ ଲୋକପ୍ରିୟ ହେଲା; ୨୫ ଲକ୍ଷ ଡାଉନଲୋଡ୍ ହେଲାଣି

Chingari app rises after Tik Tok ban | ଟିକ୍ ଟକ୍ ପରି ଚିଙ୍ଗାରୀ ଆପ୍ ଡାଉନଲୋଡ୍ କରିବା ମାଗଣା । ଚିଙ୍ଗାରୀ କହିଛି ଏହାର ଉପଭୋକ୍ତାମାନଙ୍କୁ ସେମାନଙ୍କ ଭିଡିଓ ଯେତେ ଥର ଦେଖା ହୁଏ ସେତେ ପଏଣ୍ଟ ମିଳେ । ଏହି ପଏଣ୍ଟ ପରେ ଟଙ୍କାରେ ପରିଣତ କରାଯାଇପାରେ ।

ଟିକ୍ ଟକ୍ ବ୍ୟାନ୍ ହେବା ପରେ ଚିଙ୍ଗାରୀ ଆପ୍ ଲୋକପ୍ରିୟ ହେଲା; ୨୫ ଲକ୍ଷ ଡାଉନଲୋଡ୍ ହେଲାଣି
ମାତ୍ର ଦଶ ଦିନ ମଧ୍ୟରେ ଚିଙ୍ଗାରୀ ଆପ୍ ପ୍ରାୟ ଛଅ ଲକ୍ଷ ଡାଉନଲୋଡରୁ ବଢ଼ି ୨୫ ଲକ୍ଷ ଡାଉନଲୋଡ ଛୁଇଁଛି ।
  • News18 Odia
  • Last Updated: June 29, 2020, 10:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟିକ୍‌ ଟକ୍‌ ଭାରତରେ ବ୍ୟାନ୍‌ (Tik Tok ban in India) ହେବା ପରେ ଏହାର ନୂଆ ଭାରତୀୟ ବିକଳ୍ପ ଭାବରେ ପରିଚିତ ଚିଙ୍ଗାରୀ ଆପ୍ (Chingari app) ଗୁଗୁଲ୍ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ ଅଧିକ ଡାଉନଲୋଡ୍ ଅତିକ୍ରମ କରିସାରିଛି । କମ୍ପାନୀ ଅନୁଯାୟୀ ଏହି ଆପ୍ ମାତ୍ର ଦଶ ଦିନ ମଧ୍ୟରେ ପ୍ରାୟ ଛଅ ଲକ୍ଷ ଡାଉନଲୋଡରୁ ବଢ଼ି ୨୫ ଲକ୍ଷ ଡାଉନଲୋଡର ମାଇଲଖୁଣ୍ଟ ଛୁଇଁଛି ।

ଏହି ସର୍ଟ ଭିଡିଓ-ସେୟାରିଂ ଆପର ଅନୁକୂଳ ସମୀକ୍ଷା ରହିଛି । ଏହାର ହାରାହାରି ରେଟିଂ ମୋଟ ୫ରୁ ୪.୭ ରହିଛି । ଚିଙ୍ଗାରୀ ଆପ୍‌ ଆପଲ୍ ଆପ ଷ୍ଟୋରରେ ବି ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ । ସେଠାରେ ଏହାର ହାରାହାରି ରେଟିଂ ମୋଟ ୫ରୁ ୩.୯ ରହିଛି । ନିକଟରେ ଟିକ୍‌ ଟକ୍ର ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ ମିତ୍ରୋଁ ଆପ୍ (Mitron app) ଗୁଗୁଲ୍ ପ୍ଲେ ଷ୍ଟୋରରେ ଏକ କୋଟି ଡାଉନଲୋଡ୍ ଅତିକ୍ରମ କରିଥିଲା ।

ଚିଙ୍ଗାରୀ ଆପ୍ ଣ?

ଚିଙ୍ଗାରି ଆପ୍ ହେଉଛି ବେଙ୍ଗାଲୁରୁର ଦୁଇ ଜଣ ପ୍ରୋଗ୍ରାମର୍ ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସର୍ଟ୍‌ ଭିଡିଓ ସେୟାରିଂ ପ୍ଲାଟଫର୍ମ । ଗ୍ୟାଜେଟ୍ ୩୬୦ ୱେବସାଇଟ୍‌ ଅନୁସାରେ ଏହି ଆପ୍ ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରରେ ନଭେମ୍ବର ୨୦୧୮ରେ ଲଞ୍ଚ କରାଯାଇଥିଲା । ଏହା ଜାନୁଆରୀ ୨୦୧୯ରେ iOS ରେ ଡେବ୍ୟୁ କରିଥିଲା ।

ଟିକ୍ ଟକ୍ ପରି ଚିଙ୍ଗାରୀ ଆପ୍ ଛୋଟ ଭିଡିଓ ଦେଖିବା ଓ ଅପଲୋଡ୍ କରିବା ପାଇଁ ଉପଭୋକ୍ତାମାନଙ୍କୁ ଅନୁମତି ଦିଏ ।


ଟିକ୍‌ ଟକ୍‌ ପରି ଚିଙ୍ଗାରୀ ଆପ୍ ଡାଉନଲୋଡ୍ କରିବା ମାଗଣା । ଏହି ପ୍ଲାଟଫର୍ମରେ ଛୋଟ ଭିଡିଓ ଦେଖିବା କିମ୍ବା ଅପଲୋଡ୍ କରିବା ପାଇଁ ଉପଭୋକ୍ତାମାନଙ୍କୁ ଅନୁମତି ମିଳିଥାଏ । ଉପଯୋଗକର୍ତ୍ତାମାନେ ସାଇନ୍ ଇନ୍ ନ କରି ଉପର କିମ୍ବା ତଳକୁ ସ୍କ୍ରୋଲ୍ କରି ଭିଡିଓ ଦେଖିପାରିବେ । ଭିଡିଓ ଲାଇକ୍‌ କରିବା ପାଇଁ ଓ ଅପଲୋଡ୍ କରିବା ପାଇଁ ଲଗ୍‌-ଇନ୍ କରିବା ଆବଶ୍ୟକ । ଏହି ଆପ୍‌ ଇଂରାଜୀ, ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ, ପଞ୍ଜାବୀ, ମାଲାୟାଲମ୍, ତାମିଲ ଓ ତେଲୁଗୁ ସମେତ ଏକାଧିକ ଭାରତୀୟ ଭାଷାରେ ଉପଲବ୍ଧ ।

ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଚିଙ୍ଗାରୀ ଆପ୍ ଆପଣଙ୍କ ଫୋନର କ୍ୟାମେରା, ଅବସ୍ଥାନ ଓ ମାଇକ୍ରୋଫୋନ୍ ଆକ୍ସେସ୍ କରିବାର ଅନୁମତି ଆବଶ୍ୟକ କରେ । ଏହାର ଗୋପନୀୟତା ନୀତି କମ୍ପାନୀ ୱେବସାଇଟରେ ବିସ୍ତୃତ ଭାବେ ଦିଆଯାଇଛି । କମ୍ପାନୀ ଏହା ବି କହିଛି ଯେ ଚିଙ୍ଗାରୀର ଉପଭୋକ୍ତାମାନଙ୍କୁ ସେମାନଙ୍କ ଭିଡିଓ ଯେତେ ଥର ଦେଖା ହେବ ସେତେ ପଏଣ୍ଟ ମିଳେ । ଏହି ପଏଣ୍ଟ୍‌ ପରେ ଟଙ୍କାରେ ପରିଣତ କରାଯାଇପାରିବ । ଚିଙ୍ଗାରୀ ଆପ୍ ଟ୍ରେଣ୍ଡିଂ ନ୍ୟୁଜ୍, ମନୋରଞ୍ଜନ ଖବର, କୋଟ୍ସ ଓ ମିମ୍କୁ ମଧ୍ୟ ପ୍ରବେଶ ଆନୁମତି ଦେଇଥାଏ ।

ଲଦ୍ଦାଖରେ ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ହିଂସା ପରେ ତିକ୍ତତା ଜାରି ରହିଥିବା ବେଳେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଟିକ୍‌ ଟକ୍‌ (Tik Tok) ଓ ହେଲୋ (Helo) ପରି ୫୯ଟି ଚାଇନିଜ୍‌ ଆପ୍କୁ ଦେଶରେ ବ୍ୟାନ୍‌ କରିଛନ୍ତି । ଏହି ଆପଗୁଡ଼ିକ ସହିତ ଡାଟାକୁ ଅନ୍ୟତ୍ର ନେଇଯିବା ଓ ଗୋପନୀୟତା ସମ୍ବନ୍ଧୀୟ ସମସ୍ୟା ଥିଲା ବୋଲି ସେଗୁଡ଼ିକୁ ଭାରତରେ ନିଷିଦ୍ଧ କରାଯାଇଛି ବୋଲି ସରକାର କହିଛନ୍ତି ।
First published: June 29, 2020, 10:59 PM IST
corona virus btn
corona virus btn
Loading