ପାଙ୍ଗୋଙ୍ଗର ଦକ୍ଷିଣ କୂଳରୁ ପଛକୁ ହଟିଲା ଚୀନର ଟ୍ୟାଙ୍କ; ସାମ୍ନାକୁ ଆସିଲା ଭିଡ଼ିଓ
India China Standoff: ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରୁ ଚୀନ୍ ନିଜର ଟ୍ୟାଙ୍କକୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି । ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହୋଇଥିଲା ।
ପାଙ୍ଗୋଙ୍ଗର ଦକ୍ଷିଣ କୂଳରୁ ପଛକୁ ହଟିଲା ଚୀନର ଟ୍ୟାଙ୍କ
- News18 Odia
- Last Updated: February 11, 2021, 6:38 PM IST
ନୂଆ ଦିଲ୍ଲୀ: ଲଦ୍ଦାଖର LAC ଉପରେ ଭାରତ ଓ ଚୀନ୍ ମଧ୍ୟରେ ଅବରୋଧକୁ ସମାପ୍ତ କରିବା ପକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଗୁରୁବାର ଦିନ ଚୀନ୍ ପାଙ୍ଗୋଗ ହ୍ରଦର ଦକ୍ଷିଣ କୂଳରୁ ଟ୍ୟାଙ୍କ ପ୍ରତ୍ୟାହାର କରିବା ଆରମ୍ଭ କରିଛି । ନ୍ୟୁଜ୍ ଏଜେନ୍ସି ANI ଏହାର ଏକ ଭିଡିଓ ଜାରି କରିଛି ଯେଉଁଥିରେ ଟ୍ୟାଙ୍କଗୁଡିକ ପଛକୁ ହଟାଉଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି । ବୁଧବାର ଦିନ ଦୁଇ ଦେଶର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
#WATCH: Indian Army video of ongoing disengagement process in Ladakh. pic.twitter.com/kXjr0SiPN2
— ANI (@ANI) February 11, 2021
କିୟାନ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଭାରତ ଓ ଚୀନ୍ ମଧ୍ୟରେ ନବମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନାରେ ସନ୍ତୁଷ୍ଟ ଥିବା ଉଭୟ ଦେଶର ସଶସ୍ତ୍ର ବାହିନୀର ଫ୍ରଣ୍ଟଲାଇନ ୟୁନିଟ୍ ୧୦ ଫେବୃଆରୀରୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱକୁ ବ୍ୟବସ୍ଥିତ ଭାବରେ ପଛକୁ ଯାଇଥିଲେ । ସୂଚନାଯୋଗ୍ୟ ଯେ ଗତ ବର୍ଷ ମେ ମାସରୁ ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ଚାଲିଛି ।
ସେହି ସମୟରେ ୨୪ ଜାନୁଆରୀରେ ଦୁଇ ସେନାର ସାମରିକ କମାଣ୍ଡୋରମାନେ ସୈନ୍ୟ ମାନଙ୍କୁ ପଛକୁ କରିବାର ଜୋର ଦେବା ପରେ ଟ୍ୟାଙ୍କ ଓ ପଦାତିକ ଯୁଦ୍ଧ ଯାନ ପ୍ରତ୍ୟାହାର ୧୦ ମାସର ସାମରିକ ବିବାଦର ସମାଧାନ ହେବାର ଆଶା ବଢ଼ାଇଛି ।
୪୮ ଘଣ୍ଟା ମଧ୍ୟରେ ବାର୍ତ୍ତାଳାପ ଅନୁଷ୍ଠିତ ହେବ
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲୋକସଭା ନିଜର ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଯେ ଲଦ୍ଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଚୀନ୍ ସହ ଏକ ଚୁକ୍ତି ହୋଇଛି । ଚୀନ୍ ଏହି ଅଞ୍ଚଳରୁ ନିଜର ସୈନ୍ୟକୁ ପ୍ରତ୍ୟାହାର କରିବାକୁ ରାଜି ହୋଇଛି । ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରର ବୈଠକ ହେବ । ଏହି ବୈଠକ ୪୮ ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ । କୁହାଯାଉଛି ଯେ ଏହି ବାର୍ତ୍ତାଳାପରେ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ।
ଉଭୟ ସୈନ୍ୟବାହିନୀର ଅବସ୍ଥାନ ବଦଳିଯିବ
ଏହି ଚୁକ୍ତିନାମା ଅନୁଯାୟୀ ଉଭୟ ସୈନ୍ୟବାହିନୀ ପଛକୁ ଫେରିବେ । ଏହା ପରେ ଚୀନ୍ ସେନା ଉତ୍ତର ବ୍ୟାଙ୍କରେ ଫିଙ୍ଗର ୮ ର ପୂର୍ବ ପାର୍ଶ୍ୱରେ ରହିବ । ଯେତେବେଳେ କି, ଭାରତୀୟ ସେନା କଣ୍ଟିଜେଣ୍ଟ ଫିଙ୍ଗର ୩ ନିକଟରେ ସ୍ଥାୟୀ ଆଧାର ଧନ ସିଂ ଥାପା ପୋଷ୍ଟରେ ରହିବେ । ଏଥି ସହିତ ସୈନ୍ୟମାନେ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।






