ଲଦ୍ଦାଖ: ଭାରତୀୟ ସୀମା ଭିତରେ ଗରିଫ ହେଲା ଚୀନ୍ ସୈନିକ; ସେନା ପଚରାଉଚରା କରୁଛି
India-China Conflict: ଭାରତ ଓ ଚୀନ୍ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସମୟରେ ଭାରତୀୟ ସେନା ଲଦ୍ଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ନିକଟ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ଜଣେ ଚୀନ୍ ସୈନିକଙ୍କୁ ଗିରଫ କରିଛି । ଏହି ଚୀନ୍ ସୈନିକଙ୍କୁ ଭାରତୀୟ ଅଞ୍ଚଳରୁ ଧରାଯାଇଛି । ବର୍ତ୍ତମାନ ଏହି ସୈନିକଙ୍କୁ ପଚରାଉଚରା କରାଯାଉଛି ।

ଭାରତୀୟ ସୀମା ଭିତରେ ଗରିଫ ହେଲା ଚୀନ୍ ସୈନିକ
- News18 Odia
- Last Updated: January 9, 2021, 4:11 PM IST
ନୂଆ ଦିଲ୍ଲୀ: ଭାରତ (India) ଓ ଚୀନ୍ (China) ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସମୟରେ ଭାରତୀୟ ସେନା ଲଦ୍ଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ନିକଟ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ଜଣେ ଚୀନ୍ ସୈନିକଙ୍କୁ ଗିରଫ କରିଛି । ଏହି ସୈନିକ ଜଣକ କିପରି ଭାରତୀୟ ଅଞ୍ଚଳରେ ପହଞ୍ଚିଲା ତାହାର ତଦନ୍ତ କରାଯାଉଛି । ବର୍ତ୍ତମାନ ଭାରତୀୟ ସୈନିକମାନେ ତାଙ୍କୁ ପଚରାଉଚରା କରୁଛନ୍ତି । ଜାଣିବାକୁ ମିଳିଛି ଯେ ଏହି ସୈନିକଙ୍କୁ ସକାଳେ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।
ତେବେ ଚୀନ୍ ସୈନିକଙ୍କୁ ଭାରତୀୟ ଅଞ୍ଚଳରେ ପାଇବାର ଘଟଣା ପ୍ରଥମ ଥର ପାଇଁ ନୁହେଁ । ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ବର୍ଷ ଅକ୍ଟୋବରରେ ଚୀନ୍ ସେନାର ଜଣେ କର୍ପୋରେଟର ସୈନିକ ପୂର୍ବ ଲଦ୍ଦାଖରେ ଧରାପଡିଥିଲେ । ତେବେ ତିନି ଦିନର ଆନୁଷ୍ଠାନିକ କାର୍ଯ୍ୟ ପରେ ସେହି ସୈନିକଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରାଯାଇଥିଲା ।
ଗତ ବର୍ଷ ଜୁନ୍ ଠାରୁ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଲଦ୍ଦାଖରେ ଉଭୟ ଦେଶ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛନ୍ତି । ଏହି ବିବାଦର ସମାପ୍ତି ଉଦ୍ଦେଶ୍ୟରେ ଦୁଇ ଦେଶର ସେନା ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲା କିନ୍ତୁ ପ୍ରତ୍ୟେକ ଥର ଆଲୋଚନା ନିଷ୍ଫଳ ରହିଥିଲା । ଜୁନ୍ ମାସରେ ଲଦ୍ଦାଖର ଗାଲୱାନ୍ ଉପତ୍ୟକାରେ ଦୁଇ ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣା ପରେ ସୀମାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି ।
ଦୁଇ ସୈନ୍ୟ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏଥିସହ ଚୀନ୍ର କିଛି ସୈନିକ ମଧ୍ୟ ଆହତ ହୋଇଥିଲେ । ସେବେଠାରୁ ଭାରତ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ସୈନିକଙ୍କ ସଂଖ୍ୟା ବୃଦ୍ଧି କରିଛି । ଏଥି ସହିତ ଚୀନ୍ ମଧ୍ୟ ନିଜର ସୈନ୍ୟବାହିନୀକୁ ମଜବୁତ କରୁଛି ।