ଚୀନ୍ ପାକିସ୍ତାନକୁ ୫୦ଟି ସଶସ୍ତ୍ର ଡ୍ରୋନ୍ ବିକ୍ରି କଲା; କହିଲା - ଏହା ଭାରତ ପାଇଁ ଦୁଃସ୍ୱପ୍ନ ଭଳି

China Sells Pakistan to Drones: ଚୀନ୍ ପାକିସ୍ତାନକୁ ୫୦ଟି ଆର୍ମଡ୍ ଡ୍ରୋନ୍ ବିକ୍ରି କରିଛି । ଚୀନ୍ ନା କେବଳ ପାକିସ୍ତାନକୁ ଏହି ଅସ୍ତ୍ର ବିକ୍ରୟ କରିଛି ବରଂ ଏହାକୁ ଭାରତ ପାଇଁ ଏକ ଦୁଃସ୍ୱପ୍ନ ବୋଲି ବର୍ଣ୍ଣନା କରିଛି । ଚୀନ୍‌ର ସରକାରୀ ଗଣମାଧ୍ୟମ କହିଛି ଯେ ପାକିସ୍ତାନ ସହ ହୋଇଥିବା ଏହି ଚୁକ୍ତି ଭାରତ ପାଇଁ ଦୁଃସ୍ୱପ୍ନ ଭଳି ।

ଚୀନ୍ ପାକିସ୍ତାନକୁ ୫୦ଟି ସଶସ୍ତ୍ର ଡ୍ରୋନ୍ ବିକ୍ରି କଲା; କହିଲା - ଏହା ଭାରତ ପାଇଁ ଦୁଃସ୍ୱପ୍ନ ଭଳି
ଚୀନ୍ ପାକିସ୍ତାନକୁ ୫୦ଟି ସଶସ୍ତ୍ର ଡ୍ରୋନ୍ ବିକ୍ରି କଲା
  • News18 Odia
  • Last Updated: December 26, 2020, 6:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ଚୀନ୍ ଭାରତ ବିରୋଧରେ ପାକିସ୍ତାନକୁ ମଜବୁତ କରିବା ପାଇଁ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ ଚୀନ୍ ପାକିସ୍ତାନକୁ ୫୦ଟି ଆର୍ମଡ୍ ଡ୍ରୋନ୍ ବିକ୍ରି କରିଛି । ଚୀନ୍ ନା କେବଳ ପାକିସ୍ତାନକୁ ଏହି ଅସ୍ତ୍ର ବିକ୍ରୟ କରିଛି ବରଂ ଏହାକୁ ଭାରତ ପାଇଁ ଏକ ଦୁଃସ୍ୱପ୍ନ ବୋଲି ବର୍ଣ୍ଣନା କରିଛି । ଚୀନ୍‌ର ସରକାରୀ ଗଣମାଧ୍ୟମ କହିଛି ଯେ ପାକିସ୍ତାନ ସହ ହୋଇଥିବା ଏହି ଚୁକ୍ତି ଭାରତ ପାଇଁ ଏକ ଦୁଃସ୍ୱପ୍ନ ଭଳି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଚ୍ଚ ଅଞ୍ଚଳ ପାଇଁ ଏପରି କିଛି ଅସ୍ତ୍ର ନାହିଁ ଯାହା ଏହି ଅସ୍ତ୍ରକୁ ଜବାବ ଦେଇପାରିବ ।

ଭାରତର ସାମରିକ ଶକ୍ତି ଉପରେ ଚୀନ୍ ଏପରି ମୂଲ୍ୟାଙ୍କନ କରିଛି

ଚୀନ୍‌ର ରାଜ୍ୟ ଗଣମାଧ୍ୟମ କହିଛି ଯେ ବହୁ ସଂଖ୍ୟାରେ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ଭାରତ ସକ୍ଷମ ନୁହେଁ । ଲିବିଆ, ସିରିଆ ଓ ଆଜେରବାଇଜାନରେ ଡ୍ରୋନର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । କୁହାଯାଇଛି ଯେ ଏହି କ୍ଷେତ୍ରରେ ଚୀନ୍ ଓ ତୁର୍କୀ ଡ୍ରୋନ୍ ଶତ୍ରୁର ପାରମ୍ପାରିକ ଅଞ୍ଚଳରେ ବାହୁବଳୀ ଯାନ ଦ୍ୱାରା ପ୍ରବେଶ କରିଛି ।

ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ ଖୋଲା ଆକାଶରେ କିମ୍ବା ଯେଉଁମାନଙ୍କର ବାୟୁସେନା ଦୁର୍ବଳ ସେହି ଦେଶରେ ଡ୍ରୋନ୍ ସଫଳତାର ସହ ଆକ୍ରମଣ କରିପାରିବ । ଉଦାହରଣ ସ୍ୱରୂପ ଆଫଗାନିସ୍ତାନ ଓ ଇରାକରେ ଆମେରିକା ଡ୍ରୋନ୍ ଷ୍ଟ୍ରାଇକ୍ କରେ କାରଣ ଏହି ଦେଶମାନଙ୍କର ନିଜସ୍ୱ ବାୟୁସେନା ନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତରେ ବାୟୁସେନା ଅଛି ଓ ଏହାର ଭଲ ଫାଇଟର ଯୁଦ୍ଧ ବିମାନ ଅଛି । ଭାରତରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଛି ତେଣୁ ଚୀନ୍ ଓ ପାକିସ୍ତାନର ଯୋଜନା ଫସର ଫାଟିପରେ । ଭାରତରେ ଗୋଟିଏ ବି ସଶସ୍ତ୍ର ଡ୍ରୋନ୍ ନାହିଁ । ଏଭଳି ପରିସ୍ଥିତିରେ ଚୀନ୍‌ରୁ ପାକିସ୍ତାନ ପାଇଥିବା ଡ୍ରୋନ୍‌ଗୁଡିକ LOC କିମ୍ବା LAC ପାର ହେବା ପରେ ମଧ୍ୟ ବାୟୁରୁ ସ୍ଥଳ ପର୍ଯ୍ୟନ୍ତ ଆକ୍ରମଣରେ ବ୍ୟବହାର କରିପାରେ । ତେଣୁ ଭାରତକୁ ଏହି ଦିଗରେ ଥରେ ଚିନ୍ତା କରିବାକୁ ପଡ଼ିବ ।
Published by: Jagdish Barik
First published: December 26, 2020, 6:03 PM IST
corona virus btn
corona virus btn
Loading