LAC ରେ ଭାଙ୍ଗିଲା ଚୀନ୍‌ର ମନୋବଳ; ପ୍ରତିଦିନ ସୈନ୍ୟ ବଦଳାଇବାକୁ ହେଉଛନ୍ତି ବାଧ୍ୟ, ଭାରତୀୟ ସୈନିକ ନିଜ ଜାଗାରେ ସ୍ଥିର

India-China Border Tension: ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଫରୱାର୍ଡ ପୋଷ୍ଟରେ ଅବସ୍ଥାପିତ ଭାରତୀୟ ସୈନିକମାନେ ଚୀନ୍ ସୈନିକଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ରହି ପାରୁଛନ୍ତି । କ୍ରମାଗତ ତାପମାତ୍ରାରେ ହ୍ରାସ ଓ ପ୍ରବଳ ଶୀତ ଯୋଗୁଁ ଚୀନ୍ ପ୍ରତିଦିନ ନିଜର ସୈନିକମାନଙ୍କୁ ବଦଳାଇବାକୁ ବାଧ୍ୟ ହେଉଛି ।

LAC ରେ ଭାଙ୍ଗିଲା ଚୀନ୍‌ର ମନୋବଳ; ପ୍ରତିଦିନ ସୈନ୍ୟ ବଦଳାଇବାକୁ ହେଉଛନ୍ତି ବାଧ୍ୟ, ଭାରତୀୟ ସୈନିକ ନିଜ ଜାଗାରେ ସ୍ଥିର
LAC ରେ ଭାଙ୍ଗିଲା ଚୀନ୍‌ର ମନୋବଳ!
  • News18 Odia
  • Last Updated: December 1, 2020, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖରେ ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି । ମେ ମାସରେ ଭାରତୀୟ ସେନା ସହିତ ମୁହାଁମୁହିଁ ହେବା ପରେ ଚୀନ୍ କଠିନ ଶୀତରେ LAC ରେ ବହୁ ସଂଖ୍ୟକ ସୈନିକ ନିୟୋଜିତ କରିଛି । ଯଦିଓ ଚାଇନାର ସୈନିକମାନେ ଶୀତ ସହିବାକୁ ଅସମର୍ଥ । ଶୀତ ଦିନ ଯୋଗୁଁ ଚୀନ୍ ପ୍ରତିଦିନ ନିଜର ସୈନ୍ୟ ମାନଙ୍କୁ ବଦଳାଉଛି । ସୂତ୍ରରୁ ପ୍ରକାଶ ଯେ LAC ନିକଟରେ କଠିନ ପାଗରେ ନିୟୋଜିତ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମିର (PLA) ମନୋବଳ ହ୍ରାସ ପାଇଛି । ଏଥି ସହିତ ଭାରତୀୟ ସେନାର ସୈନିକମାନେ ସେମାନଙ୍କ ସ୍ଥାନରେ ଠିଆ ହୋଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ସରକାରୀ ସୂତ୍ରରୁ ପ୍ରକାଶ ଯେ ବାସ୍ତବିକ ନିୟନ୍ତ୍ରଣ ରେଖାର ଫରୱାର୍ଡ ପୋଷ୍ଟରେ ଅବସ୍ଥାପିତ ଭାରତୀୟ ସୈନିକମାନେ ଚୀନ୍ ସୈନ୍ୟ ମାନଙ୍କ ଅପେକ୍ଷା ସେମାନଙ୍କ ପୋଷ୍ଟରେ ଅଧିକ ସମୟ ରହିଛନ୍ତି । କ୍ରମାଗତ ତାପମାତ୍ରାରେ ହ୍ରାସ ଓ ଅତ୍ୟଧିକ ଶୀତ ଯୋଗୁଁ ଚୀନ୍ ପ୍ରତିଦିନ ସୈନ୍ୟ ମାନଙ୍କୁ ବଦଳାଇବାକୁ ବାଧ୍ୟ ହେଉଛି । କାରଣ ସେମାନେ ଶୀତକୁ ସହ୍ୟ କରିପାରୁ ନାହାଁନ୍ତି ।

ଭାରତୀୟ ସୈନିକମାନେ କାହିଁକି ଦୀର୍ଘ ସମୟ ଧରି ରହିବାକୁ ସକ୍ଷମ?
ସୂତ୍ରରୁ ପ୍ରକାଶ ଯେ LAC ରେ ଥିବା ଭାରତୀୟ ସୈନିକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ରହିଆସିଛନ୍ତି । କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ସ୍ଥାନରେ ଡ୍ୟୁଟି କରିଛନ୍ତି । ସିଆଚେନ୍ ଓ ଭାରତୀୟ ସେନା କର୍ମଚାରୀ ଯେଉଁମାନେ ଲଦ୍ଦାଖରେ ପୂର୍ବରୁ ଡ୍ୟୁଟି କରିସାରିଛନ୍ତି ସେମାନେ ଶୀତ ସିଜିନରେ ଚୀନ୍ ସେନା ସମ୍ମୁଖରେ ନିୟୋଜିତ ହୋଇଛନ୍ତି ।

ଚାଇନାର ସୈନିକମାନଙ୍କ ପାଖରେ ଗରମ ପୋଷାକର ଅଭାବ ରହିଛି
ସୀମା ଅଞ୍ଚଳରେ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନ୍ LAC ସହିତ ହଜାର ହଜାର ସୈନ୍ୟ ନିୟୋଜିତ କରିଛି । ବର୍ତ୍ତମାନ ଶୀତଦିନ ଆରମ୍ଭ ହେବା ସହ ତାପମାତ୍ରା ଅତି କମରେ ମାଇନସ୍ ୩୦ ଡିଗ୍ରୀ ସେଲସିୟସ୍ ହୋଇଥିବାରୁ ଚୀନ୍ ସୈନିକମାନଙ୍କ ଅବସ୍ଥା ବିଗିଡି ଯାଇଛି । କଠିନ ପାଗରେ ସେମାନଙ୍କର କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇଛି । ଏକ ସୂତ୍ରରୁ ପ୍ରକାଶ "ଏହା PLA ପାଇଁ ଚିନ୍ତାର ବିଷୟ । PLA ସୈନିକ ମାନଙ୍କର ମନୋବଳ ଏବେ ବହୁତ କମ୍ ।" ସୂତ୍ର ଏହା ମଧ୍ୟ କହିଛି ଯେ ନିର୍ଦ୍ଦିଷ୍ଟ ଶୀତଳ ଜଳବାୟୁ ପାଇଁ ଚୀନ୍ ଉଷୁମ ପୋଷାକର ଅଭାବର ସମ୍ମୁଖୀନ ହେଉଛି ଓ ଏହାର ଜରୁରୀକାଳୀନ କ୍ରୟ କରିବାକୁ ଯାଉଛି । ସୂତ୍ରରୁ ପ୍ରକାଶ ଯେ ଖରାପ ଗୁଣବତ୍ତା ଓ ବାସଗୃହ ସହିତ PLA ସୈନିକମାନେ ଶୂନରୁ କମ୍ ତାପମାତ୍ରାରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।
Published by: Jagdish Barik
First published: December 1, 2020, 6:08 PM IST
corona virus btn
corona virus btn
Loading