ଚୀନ୍ ଅରୁଣାଚଳ, ସିକ୍କିମ୍ ଓ ଉତ୍ତରାଖଣ୍ଡ ସୀମା ପାଖରେ ବଢ଼ାଇଲା ସୈନ୍ୟ ମୁତୟନ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର

ଭାରତ ଓ ଚୀନ୍ ମଧ୍ୟରେ ସାମରିକ ଓ କୂଟନୈତିକ କଥାବାର୍ତ୍ତା ଜାରି ରହିଥିବା ବେଳେ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ନିଜର ସାମରିକ ଉପସ୍ଥିତି ବଢ଼ାଉଥିବା ଯୋଗୁଁ ଭାରତ ପାଇଁ ଚିନ୍ତା ବଢ଼ିଛି ।

ଚୀନ୍ ଅରୁଣାଚଳ, ସିକ୍କିମ୍ ଓ ଉତ୍ତରାଖଣ୍ଡ ସୀମା ପାଖରେ ବଢ଼ାଇଲା ସୈନ୍ୟ ମୁତୟନ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର
ଚୀନ୍ ଓ ଭାରତ ମଧ୍ୟରେ ବିବାଦ ଲାଗିଥିବା ଅଞ୍ଚଳର ଏକ ସ୍ୟାଟେଲାଇଟ୍ ଛବି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚୀନ୍ (China) ଭାରତ ସହିତ ସାମରିକ ଓ କୂଟନୈତିକ କଥାବାର୍ତ୍ତା (India-China border dispute) ଜାରି ରଖିଥିବା ବେଳେ ପେଙ୍ଗୋଙ୍ଗ୍‌ ସୋ, ଗାଲୱାନ୍ ଉପତ୍ୟକା (Galwan Valley) ଓ ପୂର୍ବ ଲଦ୍ଦାଖରେ (Ladakh) ଥିବା ଅନ୍ୟ ସଙ୍ଘର୍ଷ ସ୍ଥାନରେ ନିଜର ସାମରିକ ଉପସ୍ଥିତି ବଢ଼ାଉଛି । ଏହି ଘଟଣା ବିଷୟରେ ଅବଗତ ଥିବା ଲୋକେ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ ଚୀନ୍ ଗାଲୱାନ୍ ଉପତ୍ୟକାରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି।

ଜୁନ୍ ୧୫ରେ ଗାଲୱାନ୍‌ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ହିଂସ୍ର ସଙ୍ଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଏହି ଅଞ୍ଚଳରେ ଚୀନ୍ ଦ୍ୱାରା ଏକ ମନିଟରିଂ ପୋଷ୍ଟ ନିର୍ମାଣ କରାଯିବାକୁ ଭାରତୀୟ ସୈନିକମାନଙ୍କ ବିରୋଧ ଯୋଗୁଁ ଏହି ସଙ୍ଘର୍ଷ ଘଟିଥିଲା । କିନ୍ତୁ ଭାରତର କଠୋର ଆଭିମୁଖ୍ୟ ସତ୍ତ୍ୱେ ଚୀନ୍ ସେନା ପୁଣି ଥରେ ୧୪ତମ ପାଟ୍ରୋଲିଂ ପଏଣ୍ଟ ନିକଟରେ କିଛି ଘର ନିର୍ମାଣ କରିଛି ।

ଚୀନ୍ ଗତ କିଛି ଦିନ ହେବ ଗାଲୱାନ୍ ଉପତ୍ୟକାକୁ ନିଜର ବୋଲି ଦାବି କରିଆସୁଥିଲା, କିନ୍ତୁ ଭାରତ ଏହାକୁ ଏକ ଫମ୍ପା ଦାବି ଭାବରେ ଉପସ୍ଥାପିତ କକିଛି ଓ କହିଛି ଯେ ଏଥିରେ କୌଣସି ତଥ୍ୟ ନାହିଁ । ପେଙ୍ଗୋଙ୍ଗ ସୋ ଓ ଗାଲୱାନ୍ ଭ୍ୟାଲି ବ୍ୟତୀତ ଦୁଇ ଦେଶର ସୈନ୍ୟ ବାହିନୀ ମଧ୍ୟରେ ବିବାଦ ପୂର୍ବ ଲଦାଖର (East Ladakh) ଡେମଚୋକ, ଗୋଗ୍ରା ହଟ ସ୍ପ୍ରିଙ୍ଗ ଓ ଦୌଲତବେଗ ଓଲଡିରେ ବି ଜାରି ରହିଛି । ବହୁ ସଂଖ୍ୟକ ଚୀନ୍ ସେନା କର୍ମଚାରୀ LAC ପାର୍‌ କରି ଭାରତ ଭିତରକୁ ପଶି ଆସିଥିଲେ ।

ଭାରତ-ଚୀନ୍‌ ଭିତରେ ରହିଛି ୩,୪୮୮ କିମିର ଲମ୍ବା LAC ।


ତାଜା ଘଟଣାକ୍ରମର ସୂଚନା ଦେଇଥିବା ଲୋକେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ (Arunachal Pradesh), ସିକ୍କିମ (Sikkim) ଓ ଉତ୍ତର ପ୍ରଦେଶର (Uttar Pradesh) ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ଉଭୟ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଛି । ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ କଥାବାର୍ତ୍ତା ଜାରି ରହିଥିବା ବେଳେ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ସାମରିକ ଉପସ୍ଥିତି ବଢ଼ାଉଥିବା ଯୋଗୁଁ ଭାରତ ପାଇଁ ଚିନ୍ତା ବଢ଼ିଛି ।

ସୋମବାର ଦିନ ଦୁଇ ଦେଶର ସୈନ୍ୟ ବାହିନୀର ବରିଷ୍ଠ କମାଣ୍ଡରମାନେ ସାକ୍ଷାତ କରିଥିଲେ । ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​ଓ ଏଥିରେ ଉଭୟ ପକ୍ଷ ସହମତ ହୋଇଥିଲେ ଯେ ସେମାନେ ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦ ଧୀରେ ଧୀରେ ହ୍ରାସ କରିବେ । ବୁଧବାର ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନା ମଧ୍ୟ ହୋଇଥିଲା । ଏହି ସବୁ କଥାବାର୍ତ୍ତା ମଧ୍ୟରେ ଭାରତର ସେନା ମୁଖ୍ୟ ଜେନେରାଲ ଏମ.ଏମ. ନାରାଭଣେ ବୁଧବାର ଦିନ ପୂର୍ବ ଲଦାଖର ପୂର୍ବ ସୀମା ଅଞ୍ଚଳ ପରିଦର୍ଶନ କରି ସେନାର କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ । ଲଦାଖ ଗସ୍ତର ଦ୍ୱିତୀୟ ଦିନରେ ଜେନେରାଲ ଯୁଦ୍ଧ ପାଇଁ ସେନାର ପ୍ରସ୍ତୁତି ବିଷୟରେ ଜାଣିଥିଲେ ଓ ସେଠାରେ ଅବସ୍ଥାପିତ ସୈନିକମାନଙ୍କ ସହ କଥା ହୋଇଥିଲେ ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 25, 2020, 3:42 PM IST
corona virus btn
corona virus btn
Loading